ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି ତ ପୋଲିସ ଆସିଲେ ପ୍ରଥମେ କାହା ଘର ନିଆଁ ଲିଭାଇବ ? ଏହା ସହିତ ଆହୁରି 15 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ କେଉଁଟି ?

(କ) ଭାରତ ରତ୍ନ (ଖ) ପଦ୍ମ ଭୂଷଣ

(ଗ) ପଦ୍ମା ବିଭୂଷଣ (ଘ) ନ୍ୟାସନାଲ ଆୱାର୍ଡ

୨- ଭାରତରେ ଶିକ୍ଷକ ଦିବସ ସର୍ବପ୍ରଥମେ କେଉଁ  ମସିହାରେ ପାଳନ କରାଯାଇ ଥିଲା ?

(କ) ୧୯୬୫ (ଖ) ୧୯୪୭

(ଗ) ୧୯୬୨ (ଘ) ୧୯୭୫

୩- ରକ୍ତ କେଉଁଠାରେ ତାହାର ରଙ୍ଗ ପ୍ରାପ୍ତି କରିଥାଏ ?

(କ) ହିମୋଗ୍ଲୋବିନ (ଖ) ପ୍ଲାଜମା

(ଗ) ପ୍ଲାଟିଲେଟସ (ଘ) କ୍ୟାପିଲାରିସ

୪- ଭାରତର କେଉଁ ପୂର୍ବତନ ରାଷ୍ଟ୍ରପତି ଜଣେ ପ୍ରଖ୍ୟାତ ବୈଜ୍ଞାନିକ ଥିଲେ ?

(କ) ଡ. ଜାକିର ହୁସେନ (ଖ) ନୀଲମ ସଞ୍ଜୀବ ରେଡ୍ଡି

(ଗ) ଡ. ଏପିଜେ ଅବଦୁଲ କଲାମ (ଘ) ପ୍ରଣବ ମୁଖାର୍ଜୀ

୫- ଖେଳ ସହ ସମ୍ବନ୍ଧିତ କେଉଁ ବରଗଡ଼ ବ୍ୟକ୍ତିମାନଙ୍କୁ ଦ୍ରୋଣାଚାର୍ଜ୍ୟ ପୁରସ୍କାର ପ୍ରଦାନ କରାଯାଏ ?

(କ) ଅମ୍ପାୟାର (ଖ) ତାଲିମଦାତା

(ଗ) ଖେଳାଳି (ଘ) ପ୍ରଶାସକ

୬- ଅଲମ୍ପିକ ଖେଳର ଇତିହାସରେ ହକିରେ ହ୍ୟାଟ୍ରିକ (ଗୋଲ୍) କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି କିଏ ?

(କ) ରାନୀ ରାମପାଲ (ଖ) ଗୁରଜୀତ କୌର

(ଗ) ନବନୀତ କୌର (ଘ) ବନ୍ଦନା କଟାରିଆ

୭- ଅନଟଚେବଲ୍ (Untouchable) ନାମକ ଇଂରାଜୀ ଉପନ୍ୟାସ କେଉଁ ଭାରତୀୟ ଲେଖକଙ୍କ ପ୍ରଥମ ଉପନ୍ୟାସ ଥିଲା ?

(କ) ରାଜା ରାଓ (ଖ) ଆର. କେ. ନାରାୟଣ

(ଗ) ମୁଲ୍କ ରାଜ ଆନନ୍ଦ (ଘ) ଖୁସବନ୍ତ ସିଂ

୮- ଏକ ଧର୍ମସୂତ୍ର ଅନୁସାରେ ବ୍ରହ୍ମା, ଦୈବ, ଆର୍ଷ ଏବଂ ପ୍ରଜାପତ୍ୟ ଏଗୁଡିକ ମଧ୍ୟରୁ କାହାର ପ୍ରକାର ଅଟେ ?

(କ) ବିବାହ (ଖ) ପେଶା

(ଗ) ସାହିତ୍ୟିକ ଗ୍ରନ୍ଥ (ଘ) ଯୋଦ୍ଧାଙ୍କ ବସ୍ତ୍ର

୯- ଭାରତୀୟ ଇତିହାସରେ ନିମ୍ନଲିଖିତ ମଧ୍ୟରୁ କେଉଁ ଘଟଣା ସର୍ବପ୍ରଥମେ ଘଟିଥିଲା ?

(କ) ଭାରତ ବିଭାଜନ (ଖ) ପଲାସୀ ଯୁଦ୍ଧ

(ଗ) ଭାରତ ଛାଡ ଆନ୍ଦୋଳନ (ଘ) ପ୍ରଥମ ସ୍ଵାଧୀନତା ସଂଗ୍ରାମ

୧୦- ନିର୍ଦ୍ଧିଷ୍ଟ ଫେସବୁକ, ଟ୍ବିଟର ଏବଂ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ବ୍ୟବହାରକାରୀଙ୍କ ନାମ ପରେ ଦେଖା ଯାଉଥିବା ନୀଳ ଟିକ୍ ମାର୍କ କଣ ଦର୍ଶାଏ ?

(କ) ନୂଆ ୟୁଜର (ଖ) ପ୍ରାଇଭେଟ ୟୁଜର

(ଗ) ଇଣ୍ଟରନ୍ୟାସନାଲ ୟୁଜର (ଘ) ଭେରିଫାଏଡ ୟୁଜର

୧୧- ବାଲ୍ମୀକି ରାମାୟଣ ଅନୁସାରେ କପିଳ ମୁନି ତାଙ୍କ ଆଖିରୁ ନିର୍ଗତ ଅଗ୍ନିରେ କେଉଁ ରାଜାଙ୍କର ୬୦ ହଜାର ପୁତ୍ରଙ୍କୁ ଜଳେଇ ଭସ୍ମ କରି ଦେଇଥିଲେ ?

(କ) ସଗର (ଖ) ତ୍ରିଶଙ୍କୁ

(ଗ) ବିଶ୍ଵାମିତ୍ର (ଘ) ଭଗିରଥ

୧୨- ରାମାୟଣ କଥା ନୁସାରେ ରାବଣର ପୁତ୍ର ଇନ୍ଦ୍ରଜିତକୁ କିଏ ବଦ୍ଧ କରିଥିଲେ ?

(କ) ରାମ (ଖ) ଲକ୍ଷ୍ମଣ

(ଗ) ହନୁମାନ (ଘ) ସୁଗ୍ରୀବ

୧୩- ମହିଳା ବିଭାଗର ୪୦୦ ମିଟର ଟ୍ରକ ପ୍ରତିଯୋଗୀତାରେ ୫୦.୭୯ ସେକେଣ୍ଡ ସମୟ ସହିତ ଭାରତୀୟ ରାଷ୍ଟ୍ରୀୟ ରେକର୍ଡ କାହା ନାମରେ ଅଛି ?

(କ) ସୁନିତା ରାନୀ (ଖ) ଟିନ୍ଟୁ ଲୁକା

(ଗ) ସରସ୍ଵତୀ ସାହା (ଘ) ହିମା ଦାସ

୧୪- କମଲା ହାରିସ କାହାପରେ ସଂଯୁକ୍ତ ରାଜ୍ୟ ଆମେରିକାର ଉପରାଷ୍ଟ୍ରପତି ହୋଇଛନ୍ତି ଏବଂ ଏହି ପଦ ସମ୍ଭାଳିବାରେ ପ୍ରଥମ ମହିଳା ହୋଇଛନ୍ତି ?

(କ) Richard Cheney (ଖ) Mike Pence

(ଗ) Al Gore (ଘ) Joe Biden

୧୫- ଫେବୃୟାରୀ 2021 ମସିହାରେ ଭାରତ କେଉଁ ଦେଶ ସହିତ ଲାଲନ୍ଦର (ଶହତୁତ) ବନ୍ଧା ନିର୍ମାଣ ପାଇଁ ସମଝୌତା ଜ୍ଞାପନରେ ହସ୍ତାକ୍ଷର କରିଥିଲା ?

(କ) ପାକିସ୍ତାନ (ଖ) ବାଂଲାଦେଶ

(ଗ) ମିଆଁମାର (ଘ) ଆଫଗାନିସ୍ତାନ

୧୬- ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିଲେ ପ୍ରଥମେ କାହା ଘର ନିଆଁ ଲିଭାଇବ ?

ଉ: ଏହାର ଉତ୍ତର ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:-

୧- (କ), ୨- (ଗ), ୩- (କ), ୪- (ଗ), ୫- (ଖ)

୬- (ଘ), ୭- (ଗ), ୮- (କ), ୯- (ଖ), ୧୦- (ଘ)

୧୧- (କ), ୧୨- (ଖ), ୧୩- (ଘ), ୧୪- (ଖ), ୧୫- (ଘ)

୧୬- ପୋଲିସ ନି-ଆଁ ଲି-ଭା-ଏ ନାହିଁ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏପରି GK ପ୍ରଶ୍ନୋତ୍ତର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।