Chanakya Neeti: ଏହି 4 କଥା କେବେ ହେଲେ କାହାକୁ କୁହନ୍ତୁ ନାହିଁ, ନହେଲେ ହେଇଯିବେ ବର୍ବାଦ

ପ୍ରତ୍ଯେକଙ୍କ ଜୀବନରେ ଛୋଟ ବଡ ଘଟଣାମାନ ଘଟିଥାଏ । ଚାଣକ୍ୟ ନୀତିର ରଚୟିତା ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନର ଅନୁଭବ ଦ୍ଵାରା କିଛି ଏପରି କଥା ବର୍ଣ୍ଣନା କରିଛନ୍ତି, ଯାହାର ଅନୁସରଣ କରି ବ୍ୟକ୍ତି ଅନେକ ପ୍ରକାର ସମସ୍ଯାରୁ ଦୂରେଇ ରହି ପାରିବ । ଆଚାର୍ଯ୍ୟ ଚାଣକ୍ୟ କିଛି ଏମିତି ଘଟଣା ବା କଥାର ଉଲ୍ଲେଖ କରିଛନ୍ତି ଯାହା କାହାକୁ ମଧ୍ୟ କହିବ ଉଚିତ ନୁହେଁ, ସର୍ବଦା ଗୋପନୀୟ ରଖିବା ଉଚିତ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ।

୧- ନିଜ ଜୀବନର କୌଣସି ଅପମାନଜନକ କଥା

ଆମ ଜୀବନରେ କେବେ କେବେ ଏମିତି ସମୟ ଆସିଥାଏ ଯେବେ ଆମକୁ ଉପହାସର ପାତ୍ର ହେବାକୁ ପଡି ଥାଏ ବା ଅପମାନିତ ହେବାକୁ ପଡିଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏଭଳି ଅପମାନିତ ବିଷୟ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣ ପୁନଃ ଉପହାସର ପାତ୍ର ବନି ପାରନ୍ତି । କାରଣ ଲୋକଙ୍କର ଆପଣଙ୍କ ଅପମାନିତ ହେବାରେ କିଛି ବି ଅସୁବିଧା ହୁଏ ନାହିଁ । ସମୟ ଆସିଲେ ସେହି ବ୍ୟକ୍ତି ଅନ୍ୟ ଆଗରେ ଆପଣଙ୍କ ମଜା ଉଡେଇ ପାରେ ।

୨- ପରିବାରର ବ୍ୟକ୍ତିଗତ ଓ ଗୋପନୀୟ କଥା

ନିଜ ପରିବାରର ସଦସ୍ୟଙ୍କ ବ୍ୟକ୍ତିଗତ ତଥା ଗୋପନୀୟ କଥା ଏବଂ ନିଜ ପତ୍ନୀଙ୍କ ଚରିତ୍ର ଓ ସ୍ଵଭାବ ବିଷୟରେ ବାହାର ଲୋକଙ୍କ ଆଗରେ କୌଅଂଶୀ କଥା କହିବା ଉଚିତ ନୁହେଁ । କାରଣ ଘରେ ଅଧିକାଂଶ କ୍ଳେଶର କାରଣ ଝଗଡା ନୁହେଁ, ବରଂ ଅନ୍ୟ ଆଗରେ ଚୁଗୁଲି କରିବା ବା ଛୋଟ କଥାକୁ ବଢେଇକି କହିବା ଯୋଗୁଁ ହିଁ ହୋଇଥାଏ । ବାହାର ଲୋକଙ୍କୁ ଘରଲୋକଙ୍କ କଥା ଜଣାପଡିଲେ ସେମାନେ ଘରେ ଅଧିକ କଳହ ସୃଷ୍ଟି କରିବା କାର୍ଯ୍ୟ କରିପାରନ୍ତି । ଯାହା ଦ୍ଵାରା ବାହାରେ ଆପଣଙ୍କ ପରିବାରର ତମାଶା ହୋଇଥାଏ ।

୩- ବ୍ୟକ୍ତିଗତ ଦୁଃଖ ବିଷୟ

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ନିଜ ମନର ସମସ୍ତ ଦୁଃଖ ବ୍ୟଥା ପ୍ରତ୍ଯେକ ବନ୍ଧୁ ବା ପରିଜନଙ୍କ ଆଗରେ କହିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କ ଦୁଃଖ କମ ହେବା ପରିବର୍ତ୍ତେ ଅଧିକ ବଢିଯାଏ । ସେଥିପାଇଁ ନିଜ ଦୁଃଖକୁ ନିଜ ମନରେ ରଖି ସେହି ସମସ୍ଯାର ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ । ଅନେକ ଲୋକ ଆପଣଙ୍କ ସାମନାରେ ଆପଣଙ୍କୁ ସହାନୁଭୁତି ତ ଦେଖାଇବେ କିନ୍ତୁ ଆପଣଙ୍କ ପଛରେ ଆପଣଙ୍କ ଉପହାସ କରିବେ । ସେଥିପାଇଁ କେବଳ ଅତି ଘନିଷ୍ଠ ତଥା ଭରସାଯୋଗ୍ୟ ସାଥିଙ୍କୁ ଛାଡି ଅନ୍ୟ କାହା ଆଗରେ ନିଜ ମନ କଥା କୁହନ୍ତୁ ନାହିଁ ।

୪- ଧନ ସମ୍ପତ୍ତି କ୍ଷତି ବିଷୟ

ଆମ ଜୀବନରେ ଅନେକ ସମୟରେ ଆମକୁ ଆର୍ଥିକ କ୍ଷତିର ସମୁଖୀନ ହେବାକୁ ପଡିଥାଏ ଓ ଆମର ସମସ୍ତ ଧନ ସମ୍ପତ୍ତି ହାତରୁ ଚାଲିଯାଏ । ଏପରି ସ୍ଥିତିରେ ଆମେ ମାନସିକ ସନ୍ତୁଳନ ହରାଇ ଦେଉ ଓ ସାହାସ ମଧ୍ୟ ଭାଙ୍ଗିଯାଏ । ଏଭଳି ସ୍ଥିତି ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ସାମନାରେ ଲୋକ ଆପଣଙ୍କୁ ସାନ୍ତ୍ଵନା ଦେବେ କିନ୍ତୁ ଆପଣଙ୍କ ପଛରେ ମଜା ମଧ୍ୟ ଉଡେଇବେ । ସହାୟତା କରିବା ପରିବର୍ତ୍ତେ ଲୋକ ଆପଣଙ୍କ ଠାରୁ ଦୂରେଇ ଯିବେ ।