ଯଦି ଆପଣଙ୍କ ସ୍ମାର୍ଟଫୋନ ବି ହୋଇଯାଉଛି ଗରମ, ଆପଣାନ୍ତୁ ଏହି ଟିପ୍ସ, ଆଉ କେବେ ବି ହେବ ନାହିଁ ଗରମ

ବର୍ତ୍ତମାନ ଜମାନାରେ ସ୍ମାର୍ଟଫୋନ ସମସ୍ତେ ବ୍ୟବହାର କରୁଛନ୍ତି ଓ ଏହି ଫୋନ ଗୁଡିକରେ ବହୁତ ପ୍ରକାରର ସମସ୍ୟା ବି ଦେଖା ଯାଉଛି । ଆପଣ ପ୍ରାୟତଃ ଦେଖିଥିବେ କି ଆପଣଙ୍କର କିମ୍ବା ଆପଣଙ୍କ କୌଣସି ପାଖ ଲୋକର ଫୋନ ଗରମ ହୋଇ ଯାଉଛି । କହିବାକୁ ଗଲେ ଏହା ମାମୁଲି କଥା ଅଟେ । କିନ୍ତୁ ବହୁତ ନ୍ୟୁଜରେ ଦେଖିଥିବେ କି ଅତ୍ୟଧିକ ଫୋନ ଗରମ ହୋଇଗଲେ ଫାଟିଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଫୋନ କାହିଁକି ଗରମ ହୋଇଥାଏ ?

ଆଜି ଆମେ ଆପଣଙ୍କୁ ସ୍ମାର୍ଟଫୋନର ଗରମ ହେବାର କାରଣ ଓ ଏହା ସହିତ କିଛି ଏମିତି ଟିପ୍ସ ବିଷୟରେ କହିବୁ ଯେଉଁଥିରେ ଫୋନ ଗରମ ହେଉଥିବା ସମସ୍ୟା ଆଉ କେବେ ବି ହେବ ନାହିଁ । କହିବାକୁ ଗଲେ ସ୍ମାର୍ଟଫୋନ ଲିଥିୟମ ଆୟନ ବ୍ୟାଟେରୀରେ ‘ଥର୍ମଲ ରନୱେ’ ନାମରେ ପ୍ରୋସେସ ହୋଇଥାଏ । ଆପଣ ଦେଖିଥିବେ କି ବ୍ୟାଟେରୀ ଥିବା ସ୍ଥାନଟି ଅଧିକ ଗରମ ହୋଇଥାଏ ।

ଫୋନ ଗରମ ହେବାର କାରଣରୁ ବଞ୍ଚନ୍ତୁ

୧. ଓରିଜନାଲ ଚାର୍ଜର ବ୍ୟବହାର ନ କରିବା

ଏହା ଏକ ବେସିକ କାରଣ ହୋଇଥାଏ ଯେଉଁ କାରଣରୁ ଫୋନ ଗରମ ହୋଇଥାଏ । ତେବେ ଆପଣ ଚେଷ୍ଟା କରନ୍ତୁ କି ଆପଣ ନିଜର ସ୍ମାର୍ଟଫୋନ ର ଓରିଜନଲ ଚାର୍ଜର ହିଁ ବ୍ୟବହାର କରନ୍ତୁ ।

୨. ଫୋନକୁ ଖରାରେ ରଖିବା

କେତେ ଥର କାରରେ ଯାଉଥିବା ସମୟରେ ଆମେ କାର ର ଡ୍ୟାଶବୋର୍ଡରେ ହିଁ ଫୋନ ରଖି ଦେଇଥାଉ । ତେବେ ଖରାର ପ୍ରଭାବ ଫୋନ ଉପରେ ପଡିଥାଏ । ଏହିଭଳି ସ୍ଥିତିରେ ଆପଣଙ୍କର ଫୋନ ଅଧିକ ଗରମ ହେବାକୁ ଲାଗିଥାଏ । ତେବେ ଧ୍ୟାନ ରଖନ୍ତୁ କି ଆପଣଙ୍କ ଫୋନ ଉପରେ ସିଧା ଖରା ନ ପଡୁ ।

୩. ଅଧିକ ବ୍ୟବହାର କରିବା

ଅଧିକ ଫୋନ ବ୍ୟବହାର କରିଲେ ବି ଫୋନ ଗରମ ହୋଇଯାଏ । ଯେତେବେଳେ ଆପଣ ଫୋନରେ ଏକା ସହିତ ଗେମ ଖେଳିଥାନ୍ତି ଓ ଗୀତ ବି ଶୁଣିଥାନ୍ତି କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଭିଡିଓ ଚଳାଇ ରଖିଛନ୍ତି କିମ୍ବା ଇଣ୍ଟର୍ନେଟ ବ୍ରାଉଜିଂଗରେ ଏକା ସହିତ ବହୁତ ସାଇଟ ଖୋଲିଛନ୍ତି ତେବେ ଏହା ଦ୍ଵାରା ଫୋନ ଉପରେ ଅଧିକ ଲୋଡ ପଡିଥାଏ ଓ ଫୋନ ହିଟ ହେବାକୁ ଲାଗିଥାଏ । ନିଜର ଫୋନକୁ ଅଳ୍ପ ରେସ୍ଟ ଦିଅନ୍ତୁ ଓ ଗୋଟିଏ ପରେ ଗୋଟିଏ ହିଁ କାମ କରନ୍ତୁ ।

୪. ବ୍ୟାକଗ୍ରାଉଣ୍ଡ ଆପ୍ପ୍ସ

ପ୍ରାୟତଃ ୟୁଜରଙ୍କର ଅଭ୍ୟାସ ଥାଏ କି ଯେତେବେଳେ ବି ଆପଣ ଗୋଟିଏ ଆପ୍ପ୍ସକୁ ବ୍ୟବହାର କରୁଛନ୍ତି ତାକୁ ବନ୍ଦ ନ କରି ହିଁ ହୋମ ବଟନକୁ ପ୍ରେସ କରି ଦ୍ଵିତୀୟ ଆପ୍ପ୍ସ ଖୋଲି ଦିଅନ୍ତି । ଏହିଭଳି କରିବା ଦ୍ଵାରା ବହୁତ ଆପ୍ପ୍ସ ବ୍ୟାକଗ୍ରାଉଣ୍ଡରେ ଖୋଲା ରହିଥାଏ । ଏହା ଦ୍ଵାରା ଆପଣଙ୍କର ଫୋନ ହିଟ ହୋଇଯାଏ । ସେଥିପାଇଁ ଫୋନରେ ବ୍ୟାକଗ୍ରାଉଣ୍ଡ ଆପ୍ପ୍ସକୁ ବନ୍ଦ କରନ୍ତୁ ।

୫. ଫୋନ ର ବ୍ୟାଟେରି

ଯଦି ଆପଣଙ୍କ ଫୋନ ଅଧିକ ପୁରୁଣା ହୋଇ ଯାଇଛି ତେବେ ବି କାମ କରୁଛି କିନ୍ତୁ ବ୍ୟାଟେରି ଗରମ କିମ୍ବା ଜଲ୍ଦି ଶେଷ ହୋଇ ଯାଉଛି ତେବେ ତାକୁ ରିପ୍ଲେସ କରିବାକୁ ଭୁଲିବେ ନାହିଁ ।

୬. ଚାର୍ଜିଂ ସମୟରେ ଫୋନର ବ୍ୟବହାର

ସବୁବେଳେ ଧ୍ୟାନ ରଖନ୍ତୁ କି ଚାର୍ଜିଂ ସମୟରେ କେବେ ବି ଫୋନ ର ବ୍ୟବହାର କରିବେ ନାହିଁ । ଏହା ଛଡା ଫୋନକୁ କେବେ ବି ପୁରା ରାତି ଚାର୍ଜିଂରେ ରଖନ୍ତୁ ନାହିଁ ।