ଘର ପାଖରୁ ମିଳିଲା ୨୦ କିଲୋର ସାପ, ନେଭି ଅଫିସରଙ୍କ ପତ୍ନୀ ଏହିପରି ଜିଅନ୍ତା ଧରିଲେ

ସାପ ଏକ ଏମିତିଆ ଜୀବ ଯାହାକୁ ଦେଖିଲେ ରୁମ ଟାଙ୍କୁରି ଉଠିଥାଏ । ଯଦି ଆମେ କେଉଁଠାକୁ ଯାଉଛୁ ଓ ରାସ୍ତାରେ ସାପ ଦେଖୁ ତାହେଲେ ଆମେ ନିଜର ରାସ୍ତା ବଦଳେଇଥାଉ । ବହୁତ କମ ଲୋକ ଅଛନ୍ତି ଯେଉଁମାନେ ନିଜ ହାତରେ ସାପକୁ ଧରିଦିଅନ୍ତି । କିଛି ଲୋକ ସାହସୀ ଥାଆନ୍ତି କିନ୍ତୁ ସେମାନେ ସାପଦେଖିଲେ ତାକୁ ମାରିଥାନ୍ତି । ସାପକୁ ମାରିବା ଠିକ ନୁହେଁ । ସାପକୁ ଧରି କିଛି ଅନ୍ୟ ଜଙ୍ଗଲିଆ ସ୍ଥାନରେ ତାକୁ ଛାଡିବା ଦରକାର । ଆଜି ଆମେ ଆପଣଙ୍କୁ ଏକ ଏମିତି ଭିଡିଓ ଦେଖାଇବୁ ଯେଉଁଥିରେ ଜଣେ ସିନିୟର ସିଟିଜେନ ମହିଳା ବହୁତ ସାହସର ସହ ସାପକୁ ଜିଅନ୍ତା ଧରିଥିଲେ ।

ଇଣ୍ଟର୍ନେଟରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଗୋଟିଏ ଗଛ ପାଖରେ କିଛି ଲୋକ ଗୋଟିଏ ସାପକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ସେହି ସମୟରେ ଜଣେ ମହିଳା ସେହି ସାପଟିକୁ ବହୁତ ସହଜରେ ଧରିଦେଇଛନ୍ତି । ସେ ଏହି କଥାର ମଧ୍ୟ ଧ୍ୟାନ ରଖିଛନ୍ତି କି ସାପର ଯେପରି କିଛି ଅସୁବିଧା ନହେଉ । ଏହା ପରେ ସେ ବହୁତ ସାବଧାନତାର ସହ ସାପକୁ ଏକ ଅଖା ରେ ପୁରାଇ ଦେଉଛନ୍ତି । ଏହି ସାପର ଓଜନ ପାଖାପାଖି ୨୦ କିଲୋ ଥିଲା, ଏହି ସାପଟି ଅଜଗର ପ୍ରଜାତିର ଅଟେ । ଏହି ସାପଟି ବିଷଧର ନୁହେଁ, କିନ୍ତୁ ବହୁତ ମାରାତ୍ମକ ଅଟେ ।

ଏହି ଭିଡିଓଟିକୁ ଟ୍ଵିଟରରେ ନୌ ସେନାରେ ରହି ସାରିଥିବା ହରିନ୍ଦର ସିକ୍କା ସେଆର କରିଛନ୍ତି । ଯେଉଁ ମହିଳା ଜଣକ ଏହି ସାପଟିକୁ ଧରିଛନ୍ତି ସେ ହେଉଛନ୍ତି ସିନିୟର ନେଭି ଅଫିସରଙ୍କର ପତ୍ନୀ । ସେ ତାଙ୍କର କ୍ୟାପ୍ସନରେ ଲେଖିଛନ୍ତି “ସିନିୟର ନେଭି ଅଫିସରଙ୍କ ପତ୍ନୀ ୨୦ କିଲୋର ଜିଅନ୍ତା ଅଜଗର ଧରିଛନ୍ତି, ଭାବନ୍ତୁ କେତେଜଣ ଏମିତି ପୁରୁଷ ଅଛନ୍ତି କି ଯେଉଁମାନେ ଏମିତି କାମ କରିବାକୁ ସାହସ କରନ୍ତି, ମୁଁ ନେଭିକୁ ବହୁତ ଭଲ ପାଏ”।

ଏକ ଅନ୍ୟ ଟ୍ଵିଟ ରେ ହରିନ୍ଦର କହିଛନ୍ତି କି, ଭିଡିଓ ରେ ଦେଖାଯାଉଥିବା ମହିଳା ଜଣକ ସିନିୟର ଅଫିସର କମାଣ୍ଡୋର ରାଜୁଙ୍କର ପତ୍ନୀ ଅଟନ୍ତି । ବହୁତ ଲୋକ ଏହି ଭିଡିଓକୁ ବିଶ୍ଵାସ କରୁ ନାହାଁନ୍ତି । କିନ୍ତୁ ବହୁତ ଲୋକ ଏହି ମହିଳାଙ୍କର ସାହସ ଦେଖି ଖୁସି ହୋଇଛନ୍ତି ।