ଏ ହେଉଛନ୍ତି ଲେଡୀ ସିଂଘମ, CM ହୁଅନ୍ତୁ କି ସାଧାରଣ ଜନତା… ନିୟମ ଭାଙ୍ଗିଲେ ସିଧା କାଟି ଦେଉଛନ୍ତି ଚାଲାଣ – ଜାଣନ୍ତୁ ଏହି ଲେଡୀ ସିଂଘମଙ୍କ ବିଷୟରେ ଓ ତାଙ୍କ ପାଇଁ ଗୋଟେ ଶେୟାର କରନ୍ତୁ

ଆମ ଦେଶରେ ଏମିତି ଦେଖିବାକୁ ଗଲେ ବାହାଦୁର ଅଫିସର ମାନଙ୍କର ଅଭାବ ନାହିଁ, କିନ୍ତୁ ପଞ୍ଜାବର ପୀପୀଏସ ଅଧିକାରୀ ଡ. ଋଚା ଅଗ୍ନିହୋତ୍ରୀ ଙ୍କର ନାଁ ଶୁଣିଲେ ଅପରାଧୀ ମାନେ ଥରିବାକୁ ଲାଗନ୍ତି | କେବଳ ସେତିକି ନୁହେଁ ବଡ ବଡ ନେତା ମାନେ ମଧ୍ୟ ତାଙ୍କ ସହ ଟକ୍କର ନବାକୁ ଡରନ୍ତି | ପ୍ରଥମ ପୋଷ୍ଟିଂ ର ମାତ୍ର ବର୍ଷେ ଭିତରେ ଏହି ମହିଳା ଅଧିକାରୀ ଙ୍କୁ  ଲେଡୀ ସିଂଘମ ବୋଲି କୁହାଗାଲା | ଯଦି ରାସ୍ତାରେ ନିୟମ ଭଙ୍ଗୁଠିବାର କୌଣସି ପୋଲିସ ଅଧିକାରୀ ନଜରରେ ଆସି ଯାନ୍ତି ତେବେ ସେମାନଙ୍କ କଥା ବୁଝିବାରେ  ଡ. ଋଚା ଅଗ୍ନିହୋତ୍ରୀ କୌଣସି ଡେରି କରନ୍ତି ନାହିଁ |

ରୀଚା କୁହନ୍ତି କି ବୈଂସ ବ୍ରଦର୍ସ କେସ ରେ ତାଙ୍କୁ ବିଧାନ ସଭା ଯିବାକୁ ପଡିଥିଲା, ଏହା ସତ୍ବେ ମଧ୍ୟ ସେ ନିଜର ସିଦ୍ଧାନ୍ତ ରୁ କେବେବି ହାଟି ନାହାନ୍ତି | ରୁଲ ଭାଙ୍ଗୁଥିବା ପୁଲିସ ଅଫିସର ହେଉ କି ପୂର୍ବ  CM ବାଦଲଙ୍କ ବସ, ଏସୀପୀ ସମସ୍ତ ଙ୍କର ଚାଲାଣ କାଟି ଛନ୍ତି |

ପଞ୍ଜାବର କେତେ ବିଧାୟକ, ଏମପି ଏବଂ ଅନ୍ୟ କେତେ ଭିଭିଆଇପି ଙ୍କ ଗାଡି ରୁ ହାଇକୋର୍ଟ ର ଆଦେଶ ଉଳଘ୍ନ କରି ଲଗାଇଥିବା ହଳଦିଆ ଓ ନୀଳ ବତୀ କୁ ରୀଚା କାଢିଛନ୍ତି ଓ ତାଙ୍କର ଚାଲାଣ କାଟି ଛନ୍ତି | ଏହି ସବୁ କାରଣରୁ ସେ ଲୁଧିଆନା ରେ ଲେଡି ସିଙ୍ଘମ ନାମରେ ପରିଚିତ ହେଲେ |

ଡ. ଋଚା ଅଗ୍ନିହୋତ୍ରୀ ଙ୍କ କହିବା କଥା ଯେ କାନୁନ ର ସୀମାରେ ରହି ସମାଜ ର ଉନ୍ନତି ପାଇଁ କାମ କରିବା ତାଙ୍କର ପ୍ରାଥମିକ କର୍ତ୍ତବ୍ୟ ଅଟେ ଓ ସେହି ଲକ୍ଷ କୁ ନେଇ ସେ ପୁଲିସ ଫୋର୍ସ ରେ ଯୋଗ ଦେଇଛନ୍ତି | ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକମାନଙ୍କୁ ସେମାନଙ୍କ ଭୁଲ ର ଅନୁଭବ କରାଇ ସେମାନଙ୍କୁ ଭଲ ବାଟକୁ ଆଣିବା ଓ ଯେଉଁ ମାନେ ହେଲମେଟ ପିନ୍ଧି ନଥାନ୍ତି ସେମାନଙ୍କୁ ହେଲମେଟ ଦେବା ର ଆରମ୍ଭ ମଧ୍ୟ ଡ. ଋଚା ଅଗ୍ନିହୋତ୍ରୀ କରିଛନ୍ତି | ତାଙ୍କର ଏହି କାମ କୁ ପରେ ସବୁ ରାଜ୍ୟରେ ବ୍ୟବହାର କରାଗଲା |

ସେ କୁହନ୍ତି କି ଚ୍ୟାଲେଞ୍ଜ ସ୍ଵୀକାର କରିବା ତାଙ୍କୁ ଭଲ ଲାଗେ | ଡ. ଋଚା ଅଗ୍ନିହୋତ୍ରୀ ଯଦିଓ  ଡାକ୍ତରୀ ପାଠ ପଢିଛନ୍ତି, କିନ୍ତୁ ପୁଲିସ ଫୋର୍ସ ରେ ଯୋଗ ଦେବାର ତାଙ୍କ ଇଛା ତାଙ୍କୁ ଏହି କ୍ଷେତ୍ରକୁ ଟାଣି ଆଣିଥିଲା | 2012 ବ୍ୟାଚ ର ଡ. ଋଚା ଅଗ୍ନିହୋତ୍ରୀ ପ୍ରଥମେ ତାଙ୍କର ପୋଷ୍ଟିଂ ଲୁଧିଆନା ରେ ହୋଇଥିଲା |