ଏହାକୁ ଖାଇବା ଦ୍ୱାରା ଆପଣ ହେଇଯିବେ ଶକ୍ତିଶାଳୀ, ରକ୍ତ ଏତେ ହେବଯେ କେବେବି କମିବନି

ପାଣିଫଳ ବା କଣ୍ଟାଫଳ ମିଳିବା ଆରମ୍ଭ ହୋଇଗଲାଣି | ଲୋକ ବହୁ ପସନ୍ଦରେ ଏହାକୁ ଖାଇଥାନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ପାଣିଫଳରେ କେତେ ଔଷଧୀୟ ଗୁଣ ଅଛି ଏବଂ ବହୁତ ସାରା ଫାଇଦାବି ମିଳିଥାଏ ଏହାର ସେବନ ଦ୍ୱାରା | ଏହା ଏତେସବୁ ରୋଗରୁ ଆପଣଙ୍କୁ ରକ୍ଷା କରିଥାଏକି ବୋଧହୁଏ ବହୁତ କାମ ଲୋକଙ୍କୁ ଏହା ବିଷୟରେ ଜ୍ଞାନ ଥିବ | ତେବେ ଚାଲନ୍ତୁ ଜାଣିବା ପାଣିଫଳର ଫାଇଦା ବିଷୟରେ |

୧ | ଆସ୍ଥମାର ରୋଗୀଙ୍କ ପାଇଁ ପାଣିଫଳ ବହୁତ ଲାଭଦାୟକ | ପାଣିଫଳ ନିୟମିତ ସେବନ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧିତ ସମସ୍ୟାରୁ ବହୁତ ଆରାମ ମିଳିଥାଏ |

୨ | ପାଣିଫଳ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ |

୩ | ପାଣିଫଳ ଖାଇବା ଦ୍ୱାରା ଗୋଡ ଫଟା ଠିକ ହୋଇଯାଏ | ଏହା ବ୍ୟତୀତ ଶରୀରରେ କୌଣସି ସ୍ଥାନରେ କଷ୍ଟ ହେଉଥିଲେ ଏହାର ଲେପ ବନେଇ ସେହି ଜାଗାରେ ଲଗେଇଲେ ବହୁତ ଫାଇଦା ବା ଆରାମ ମିଳିଥାଏ |

୪ | ଏଥିରେ କ୍ୟାଲସିୟମବି ଭରପୁର ମାତ୍ରାରେ ମିଳିଥାଏ | ଏହାକୁ ଖାଇବା ଦ୍ୱାରା ହାଡ ଏବଂ ଦାନ୍ତ ଦୁଇଟି ଯାକ ମଜଭୁତ ରୁହେ | ସାଥିରେ ଏହା ଆଖି ପାଇଁବି ବହୁତ ଲାଭଦାୟକ ଅଟେ |

୫ | ଗର୍ଭଧାରଣ ସମୟରେ ପାଣିଫଳ ଖାଇବା ଦ୍ୱାରା ମା ଏବଂ ପିଲା ଦୁଇଜଣ ସ୍ଵସ୍ଥ ରହିଥାନ୍ତି | ଏହାଦ୍ୱାରା ଗର୍ଭପାତର ଡରବି ରୁହେନାହିଁ | ପାଣିଫଳ ଖାଇବା ଦ୍ୱାରା ମାସିକଧର୍ମର ସମସ୍ୟାବି ଠିକ ହୋଇଯାଏ |

୬ | ପାଣିଫଳର ସେବନ ରକ୍ତ ସମ୍ବନ୍ଧିତ ସମସ୍ୟାକୁବି ଠିକ କରିଥାଏ | ସାଥିରେ ମୂତ୍ର ସମ୍ବନ୍ଧିତ ରୋଗର ଉପଚାର ପାଇଁ ପାଣିଫଳର ପ୍ରୟୋଗ ବହୁତ ଲାଭଦାୟକ ଅଟେ | ଝାଡ଼ାବାନ୍ତି ହେଲେବି ପାଣିଫଳର ସେବନ ରାମବାଣ ଉପାୟ ଅଟେ |

୭ | ପାଣିଫଳ ଶରୀରକୁ ଉର୍ଜା ଦେଇଥାଏ | ଏଥିପାଇଁ ଏହାକୁ ଉପବାସବେଳେ ଆପଣ ଖାଇପାରିବେ | ଏଥିରେ ଆୟୋଡିନବି ମିଳିଥାଏ ଯାହା ଗଳା ସମ୍ବନ୍ଧିତ ରୋଗରୁ ରକ୍ଷା କରିଥାଏ ଏବଂ ଥାଇରଏଡ଼ ଗ୍ରନ୍ଥିକୁ ସୁଚାର ରୂପେ କାମ କରିବା ପାଇଁ ପ୍ରେରିତ କରିଥାଏ |