ବାପା ଥିଲେ କୁଲି ତଥାପି ମାନିଲେ ନାହିଁ ହାର, ସ୍କୁଟର ରେ ବୁଲି ବୁଲି ଇଟିଲି-ଦୋସା ବିକ୍ରି କରି ଠିଆ କରିଦେଲେ 100 କୋଟି ଟଙ୍କାର କମ୍ପାନୀ

ଗୋଟେ ଭଲ ବ୍ୟବଶାୟୀ ସେହି ବ୍ୟକ୍ତି ହୋଇଥାଏ ଯିଏ ଛୋଟରୁ ଆରମ୍ଭ କରି କୋଟିପତି ହୋଇଥାଏ । ଯଦି ବ୍ୟକ୍ତି ପାଖରେ ଲକ୍ଷ ଟଙ୍କା ଥାଏ ତେବେ ବେପାର କରିବା ବଡ କଥା ନୁହେ । ପ୍ରକୃତରେ ଟ୍ୟାଲେଣ୍ଟା ସେତେବେଳେ ଦେଖାଯାଏ ଯେବେ ଆର୍ଥିକ ପରିସ୍ଥିତି ଖରାପ ଥିଲେ ମଧ୍ୟ ବ୍ୟବସାୟକୁ ଆଗକୁ ନିଆଯାଏ ।

ଏହିଭଳି ଏକ ବ୍ୟବସାୟୀ ଯିଏ ଇଡଲି ଦୋସା ବିକ୍ରି କରି ୧୦୦ କୋଟି ଟଙ୍କାର କମ୍ପାନୀ ତିଆରି କରିଛନ୍ତି ଯାହାଙ୍କର ନାଁ ହେଉଛି ପିସି ମୁସ୍ତାଫା । ବାୟନାଡ ଗାଁର ଚେନ୍ନାଲୋଡେରେ ଜନ୍ମଗ୍ରହଣ କରିଥିବା ମୁସ୍ତଫାଙ୍କ ପିତା କୁଲି କାମ କରନ୍ତି । ତାଙ୍କ ପରିବାର ପରିସ୍ଥିତି ଠିକ ନ ଥିବାରୁ ମୁସ୍ତଫାଙ୍କ ପାଠପଧାରେ ଅନେକ ସମସ୍ଯା ସୃଷ୍ଟି ହୋଇଥିଲା । ମୁସ୍ତଫା ସ୍କୁଲରୁ ଫେରିବା ପରେ ପିତାଙ୍କର ସହଯୋଗ କରିଥିଲେ ।

ପିତାଙ୍କ ସହ କାମ କରିବାରୁ ସେ ୬ଷ୍ଠ ଶ୍ରେଣୀରେ ଫେଲ ହୋଇଥିଲେ । ଏହା ପରେ ସେ ନିଜର ଆତ୍ମବିଶ୍ଵାସ ବଢାଇ ଜୀବନରେ ସଫଳ ହେବାକୁ ନିସ୍ପତି ନେଇଥିଲେ । ଶେଷରେ ସେ ୧୦ମ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତିର୍ଣ୍ଣ ହୋଇଥିଲେ । ଏହି ସଫଳତାରୁ ସେ ଜାଣି ପାରିଲେ ଯେ ଶିକ୍ଷା ଭବିଷ୍ୟତ ପାଇଁ କେତେ ଜରୁରୀ ହୋଇଥାଏ । ମୁସ୍ତଫା ନ୍ୟାସନାଲ ଇନଷ୍ଟିଚିୟୁଟ ଅଫ ଟେକ୍ନୋଲୋଜି କମ୍ପ୍ୟୁଟରରେ ଆଡମିସନ କରିଲେ । ଏହା ପରେ ତାଙ୍କର ପରିଶ୍ରମ ଯୋଗୁ ଆମେରିକାର ଭାରତୀୟ ଷ୍ଟାର୍ଟ ଅପ ମେନହେଟନ ଏସୋସିଏତ୍ସ କମ୍ପାନୀରେ ଚାକିରି ପାଇଲେ ।

ଚାକରି କରିବା ସତ୍ବେ ମଧ୍ୟ ତାଙ୍କୁ କିଛି ବଡ କରିବାରା ଆସ ରହିଥିଲା । ଏହା ପରେ ନିଜର ମନ ମୁତାବକ କାମ ନ ମିଳିବାରୁ ସେ ୨୦୦୩ରେ ଭାରତ ଫେରିଥିଲେ । ସେ ଘରକୁ ଫେରିବା ପରେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲେ ମଧ୍ୟ ସେ କିଛି ବଡ କରିବାର ବିଶ୍ଵାସ ତାଙ୍କ ମନରେ ରହିଥିଲା । ଏହା ପରେ ସେ “ରେଡି ଟୁ ଇର୍ଟ ଫୁଡ” କରିବାକୁ ମନସ୍ଥ କରିଲେ ।

ଏହାର ଆରମ୍ଭ ସେ ସ୍କୁଟରରେ ଇଡଲିଦୋସା ତିଆରି ହେବାର ଜିନିଷ ବିକ୍ରି କରିଥିଲେ । ପ୍ରଥମ ଦିନ ସେ ୫୦୦୦ କିଲୋ ଚାଉଳରେ ୧୫,୦୦୦ କିଲୋଗ୍ରାମ ଇଦଳିର ମିଶ୍ରଣ ପ୍ରସ୍ତୁତ କରିଥିଲେ । ସେ ୫୦,୦୦୦ ଟଙ୍କା ନିବେଶ କରି ୨୦୦୫ରେ ଆଇଡି ଫ୍ରେସ କମ୍ପାନୀ ତିଆରାରିକରିଲେ । ବର୍ତ୍ତମାନ ଏହି କମ୍ପାନୀ “ରେଡି ଟୁ ଇର୍ଟ ଫୁଡ” ଆଇଟମ ସେଲ କରୁଛି । ଏହି କମ୍ପାନୀରେ ଇଡଲିଦୋସା ବ୍ଯତୀତ ଅନ୍ୟ ଜିନିଷ ମଧ୍ୟ ଦୋକାନ ଓ ମାଳରେ ସପ୍ଲାଏ ହେଉଛି । ଗୋଟେ ସମୟରେ ମୁସ୍ତଫାଙ୍କର କମ୍ପାନୀ ୧୦୦ ପ୍ଯାକେଟ ବିକ୍ରି କରୁଥିଲା ।

ବର୍ତ୍ତମାନ ତାଙ୍କ କମ୍ପାନୀ ୫୦,୦୦୦ରୁ ଅଧିକ ପ୍ଯାକେଟ ବିକ୍ରି କରୁଛି । ଏହି କମ୍ପାନୀ ମୁସ୍ତଫା ୬୫୦ଜଣ ଲୋକଙ୍କଉ କାମ ଦେଇଛନ୍ତି । ୨୦୧୫-୨୦୧୬ ରେ ମୁସ୍ତଫାଙ୍କ କମ୍ପାନୀର ସାଲାନା ଟର୍ନଓବାର ୧୦୦କୋଟି ରହିଥିଲା । ସେହିପରି ୨୦୧୭-୨୦୧୮ରେ ବଢି କରି ୧୮୨କୋଟି ଓ ୨୦୧୯-୨୦୨୦ ରେ ୩୫୦-୪୦୦ କୋଟି ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ମୁସ୍ତଫା ଭାରତ ବ୍ଯତୀତ ଦୁବାଇରେ ମଧ୍ୟ ନିଜର ନୂଆ କମ୍ପାନୀ ଖୋଲିବାକୁ ଯୋଜନା କରୁଛନ୍ତି । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।