IPL ଟିମ୍ ମାଲିକମାନେ କୋଟି କୋଟି ଟଙ୍କା କେମିତି ଇନକମ୍ କରନ୍ତି ? ପୁରା IPL Business Model ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଏମିତି ଦିନ ଥିଲା ଆଇପିଏଲ ଟିମ୍ ମାନେ ତାଙ୍କ ଖେଳାଳି ମାନଙ୍କୁ ଫିସ୍ ଦେବା ପାଇଁ ଅସମର୍ଥ ହେଉଥିଲେ , ଯେଉଁଥି ପାଇଁ ଡେକାନ ଚାର୍ଜର୍ସ ଭଳି ଟିମ୍ ବନ୍ଦ ମଧ୍ୟ ହୋଇଥିଲା । କିନ୍ତୁ ଏବେ ଆଇପିଏଲ ର ପ୍ରତି ସିଜିନରେ ଟିମ୍ ମାଲିକମାନେ ଶହ ଶହ କୋଟି ଟଙ୍କା କମାଉଛନ୍ତି । ଆଇପିଏଲରେ ବିଜୟୀ ଦଳକୁ ୨୦ କୋଟି ଟଙ୍କା ୱିନିଙ୍ଗ ପ୍ରାଇଜ ମିଳୁଥିବା ବେଳେ ମାଲିକମାନେ ଗୋଟିଏ ସିଜିନରେ ପ୍ରାୟ ୨୦୦ କୋଟି ଲେଖାଏଁ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଆପଣ ଭାବୁଥିବେ ସେମାନେ କେମିତି ଏତେ ଟଙ୍କା ଲାଭ କରୁଛନ୍ତି ?

୧- ମିଡିଆ ରାଇଟ୍ସ

ଆଇପିଏଲ ଟିମ୍ ମାଲିକଙ୍କ ସର୍ବୋତ୍ତମ ରୋଜଗାରର ଉତ୍ସ ହେଉଛି ମିଡିଆ ରାଇଟ୍ସ । ଅର୍ଥାତ ଆଇପିଏଲକୁ କୌଣସି ଟିଭି ଚ୍ଯାନେଲ ବା ଆପ୍ ରେ ପ୍ରସାରିତ କରିବାର ଲାଇସେନ୍ସ । ଷ୍ଟାର ଇଣ୍ଡିଆ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ ମ୍ଯାଚ ଟେଲିକାଷ୍ଟ କରିବା ପାଇଁ ବିସିସିଆଇକୁ ୧୬୩୪୭ କୋଟି ଟଙ୍କା ଦେଇଛି । ଯାହାର ୫୦% ଆଇପିଏଲ ଟିମ୍ ମାଲିକମାନେ ନେଇଥାନ୍ତି ।

ହିସାବ କଲେ ଜାଣିପାରିବେ ଯେ କେବଳ ମିଡିଆ ରାଇଟ୍ସରୁ ହିଁ ଜଣେ ଆଇପିଏଲ ମାଲିକ ୨୦୦ କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହା ପୂର୍ବରୁ ସୋନି ଏଣ୍ଟରଟେନମେଣ୍ଟ ପାଖରେ ଏହି ଲାଇସେନ୍ସ ଥିଲା । ଏହି ଲାଇସେନ୍ସ ପାଇଁ କିଛି ବର୍ଷକୁ ଥରେ ନିଲାମ ଡକାଯାଏ ଓ ଯେଉଁ ଚ୍ଯାନେଲ ଅଧିକ ପଇସା ଲଗାଏ ସେ ଏହି ଲାଇସେନ୍ସ ହାସଲ କରେ ।

୨- ଟାଇଟଲ ସ୍ପନଶରସିପ

ଯେମିତିକି ଟାଟା ଆଇପିଏଲ ବା ଭିଭୋ ଆଇପିଏଲ । ଭିଭୋ କମ୍ପାନୀ ୫ ବର୍ଷ ପାଇଁ ଆଇପିଏଲର ଟାଇଟଲ ନେବାକୁ ବିସିସିଆଇକୁ ୨୧୯୯ କୋଟି ଟଙ୍କା ଦେଇଥିଲା । ଏହାର ୪୦% ଆଇପିଏଲ ଟିମ୍ ମାଲିକଙ୍କୁ ମିଳିଥାଏ । ହିସାବ କଲେ ଜାଣିପାରିବେ ଗୋଟିଏ ଆଇପିଏଲ ଟିମ୍ ପ୍ରତି ସିଜିନରେ ଏଥିରୁ ପ୍ରାୟ ୨୨କୋଟି ଟଙ୍କା ପାଇଥାଏ । ଭାରତ-ଚୀନ ସୀମା ବିବାଦ ପରେ ଟାଇଟଲର ସ୍ପନଶରସିପ ଭିଭୋ ପକ୍ଷରୁ ନିଆଯାଇ ଟାଟାକୁ ଦିଆଯାଇଛି । ଟାଟା ଏବେ ପ୍ରତି ସିଜିନରେ ୩୦୦ କୋଟି ଟଙ୍କା ଦେବ ।

୩- ବ୍ରାଣ୍ଡ ସ୍ପନଶର

ପ୍ରତ୍ଯେକ ଆଇପିଏଲ ଟିମ୍ ର ୧୦ ରୁ ଅଧିକ ବ୍ରାଣ୍ଡ ସ୍ପନଶର ଥାଆନ୍ତି । ଖେଳାଳିଙ୍କ ହେଲମେଟ, ଜର୍ସି ଆଦିରେ ଯେଉଁ ବ୍ରାଣ୍ଡ ମାନଙ୍କ ଲୋଗୋ ଆମେ ଦେଖିଥାଉ ତା’ ପାଇଁ ସେହି ବ୍ରାଣ୍ଡ ମାନେ ଟଙ୍କା ଦେଇଥାନ୍ତି । ବ୍ରାଣ୍ଡର ଲୋଗୋର ସାଇଜ ଓ ଜାଗା ଅନୁସାରେ କମ୍ପାନୀମାନେ ଟଙ୍କା ଦେଇଥାନ୍ତି । ଏହାସହ ବିଜ୍ଞାପନରେ ଯଦି ଖେଳାଳିମାନେ ଜର୍ସି ପିନ୍ଧି ପ୍ରମୋଶନ କରନ୍ତି ସେବେ ସେହି ଜର୍ସିର ଲୋଗୋରେ ଥିବା ସବୁ ବ୍ରାଣ୍ଡ ଅତିରିକ୍ତ ଟଙ୍କା ଦେଇଥାନ୍ତି ।

୪- ଟିକେଟ ପ୍ରାଇଜ

ପ୍ରତ୍ଯେକ ଆଇପିଏଲ ମ୍ଯାଚର ଟିକେଟ ପ୍ରାଇଜ ସେହି ମ୍ଯାଚର ହୋମ୍ ଟିମ୍ ନିର୍ଣ୍ଣୟ କରିଥାନ୍ତି । ପ୍ରତି ମ୍ଯାଚରେ ପାଖାପାଖି ୫ କୋଟି ଟଙ୍କା ଟିକେଟ ବିକ୍ରିରୁ ହିଁ ମିଳିଯାଏ । ସେଥିରୁ ୮୦% ହୋମ୍ ଟିମ୍ କୁ ମିଳେ ଓ ବାକି ୨୦% ଗ୍ରାଉଣ୍ଡ ଆସୋସିଏସନଙ୍କୁ ଦିଆଯାଏ ।

୫- ମର୍ଚ୍ଚାଣ୍ଡାଇସ ସେଲ୍

ମର୍ଚ୍ଚାଣ୍ଡାଇସ ସେଲ୍ କରି ମଧ୍ୟ ସବୁ ଆଇପିଏଲ ଟିମ୍ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏହାର ଅର୍ଥ ହେଉଛି ଆଇପିଏଲ ଟିମ୍ ର ଲୋଗୋ ପ୍ରିଣ୍ଟ ଥିବା ଟି-ସାର୍ଟ, କ୍ୟାପ, ପ୍ୟାଡ ଆଦି ଅନେକ କିଛି । ଏହିସବୁ ଟିମ୍ ର ୱେବସାଇଟ ଏବଂ ଅନ୍ୟ ଇ-କମର୍ଶ ପ୍ଲାଟଫର୍ମରେ ବିକ୍ରି କରାଯାଏ । ଏହିସବୁ ଟଙ୍କା ସିଧାସଳଖ ଆଇପିଏଲ ଟିମ୍ ମାଲିକଙ୍କ ପାଖକୁ ଯାଇଥାଏ ।

୬- ପ୍ରାଇଜ ମନି

ଆଇପିଏଲର ୱିନିଙ୍ଗ ଟିମ୍ କୁ ୨୦ କୋଟି ଓ ରନର୍ସ ଅଫ ଟିମ୍ କୁ ମାତ୍ର ୧୨କୋଟି ୫୦ଲକ୍ଷ ମିଳିଥାଏ । ଯାହାର ୫୦% ଟିମ୍ ମାଲିକ ନିଅନ୍ତି ଓ ଆଉ ୫୦% ଖେଳାଳିମାନେ ବାଣ୍ଟି ନିଅନ୍ତି । ଯାହାକି ଅନ୍ୟ ସବୁ ରୋଜଗାର ତୁଳନାରେ ବହୁତ କମ୍ ବୋଲି ଲାଗେ । ଏହା ବ୍ଯତୀତ ପପୁଲାର ଟିମ୍ ମାନେ ତାଙ୍କର କିଛି ଶେୟାର ବଡ ବଡ ଇନଭେଷ୍ଟରଙ୍କୁ ଦେଇ କୋଟି କୋଟି ଟଙ୍କା ରୋଜାଗର କରିଥାନ୍ତି । କେଉଁ ଟିମ୍ ର ବ୍ରାଣ୍ଡ ଭାଲ୍ଯୁ ଯେତେ ସେମାନେ ସେତେ ଅଧିକ ରୋଜଗାର କରନ୍ତି ।