ପୁଣି କ୍ରିକେଟ ଖେଳିବାକୁ ଚାହୁଁଛନ୍ତି AB de Villiers, IPLରେ ଏହି କ୍ରିକେଟରଙ୍କ ଖେଳ ଦେଖି ସେ ଉତ୍ସାହିତ ହେଉଛନ୍ତି ବୋଲି କହିଲେ

ଆଇପିଏଲ ୨୦୨୨ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏ.ବି. ଡିଭିଲିୟର୍ସ କ୍ରିକେଟ ଛାଡିବାକୁ ଘୋଷଣା କରିଥିଲେ । ଏହାପରେ ତାଙ୍କୁ ଆଇପିଏଲ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ମଧ୍ୟ ନିଆ ଯାଇ ନଥିଲା । ଚଳିତ ବର୍ଷ ସେ ବାଙ୍ଗାଲୋର ପାଇଁ ଖେଳୁ ନଥିଲେ ମଧ୍ୟ ଏବେବି ହୃଦୟରୁ ବାଙ୍ଗାଲୋରକୁ ସମର୍ଥନ କରୁଛନ୍ତି । ଏବେ ସେ ପୁଣି ଥରେ ଆଇପିଏଲ ରେ ଖେଳିବା ପାଇଁ ନିଜର ଇଛା ପ୍ରକାଶ କରିଛନ୍ତି ।

ଡିଭିଲିୟର୍ସ କହିଛନ୍ତି ଯେ, ଚଳିତ ସିଜିନରେ ବାଙ୍ଗାଲୋରର ଜଣେ କ୍ରିକେଟ ଖେଳାଳିଙ୍କୁ ଦେଖି ସେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି । ଏହି ଖେଳାଳି ଜଣକ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ଚଳିତ ସିଜିନରେ ଦିନେଶ କାର୍ତ୍ତିକ ୩୭ ବର୍ଷ ବୟସରେ ବି ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ ଏବେ ବାଙ୍ଗାଲୋର ଟିମ୍ ପାଇଁ ମ୍ଯାଚ ଫିନିଶରର ଭୂମିକା ଗ୍ରହଣ କରିଛନ୍ତି ।

ଦିନେଶ କାର୍ତ୍ତିକ ଏ ପର୍ଯ୍ୟନ୍ତ ପ୍ରାୟ ସବୁ ମ୍ଯାଚରେ ଭଲ ସ୍କୋର କରି ଆସିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ଏବେ ୨୦୦ ରୁ ମଧ୍ୟ ଅଧିକ ରହିଛି । ସେ ଏବେ ପର୍ଯ୍ୟନ୍ତ ଖେଳିଥିବା ସମୁଦାୟ ୭ଟି ଇନିଂସ ମଧ୍ୟରୁ ୬ଟିରେ ଅପରାଜିତ ମଧ୍ୟ ରହିଛନ୍ତି । କାର୍ତ୍ତିକଙ୍କ ଚମତ୍କାରୀ ପ୍ରଦର୍ଶନ ଦେଖିବା ପରେ ଭାରତର ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ତାଙ୍କୁ ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ବିଶ୍ଵକପରେ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆଉ ଏବେ ସାଉଥ ଆଫ୍ରିକାର ଏହି ଷ୍ଟାର କ୍ରିକେଟର ଦିନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଦିନେଶ କାର୍ତ୍ତିକ ଏବେ ବହୁତ ଭଲ ଫର୍ମରେ ରହିବା ସହ ଦଳକୁ ଦୁଇରୁ ତିନୋଟି ମ୍ଯାଚ ମଧ୍ୟ ଜିତାଇଛନ୍ତି । ଏବେ ସେ ତାଙ୍କ କ୍ଯାରିୟରର ସର୍ବୋଚ୍ଚ ଫର୍ମରେ ଅଛନ୍ତି । କାର୍ତ୍ତିକ ଏଭଳି ଆତ୍ମବିଶ୍ଵାସ କେଉଁଠୁ ପାଇଲେ ସେ ଜାଣି ନାହାନ୍ତି । କାରଣ ମଝିରେ ମଝିରେ ଅନେକ ଥର କାର୍ତ୍ତିକ କ୍ରିକେଟ ଖେଳି ନାହାନ୍ତି ।

ତଥାପି ତାଙ୍କ ବ୍ୟାଟିଂ ଖୁବ ଆଶ୍ଚର୍ଯ୍ୟଜନକ ଓ ସେ ଏହି ବୟସରେ ବି ୩୬୦ ଡିଗ୍ରୀ ସଟ୍ ଖେଳିବାରେ ମାଷ୍ଟର ଅଟନ୍ତି । କାର୍ତ୍ତିକ ଖେଳୁଥିବା ଦେଖି ମୋତେ ପୁଣି ବ୍ୟାଟିଂ କରିବାକୁ ଇଚ୍ଛା ହେଉଛି ଓ ସେ ମୋତେ ଉତ୍ସାହିତ କରୁଛନ୍ତି ବୋଲି କହିଛନ୍ତି ଡିଭିଲିୟର୍ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।