IPL ନିଲାମି ପୂର୍ବରୁ କେଉଁ ଦଳ ପାଖରେ ରହିଛି କେତେ ଟଙ୍କା ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ନମସ୍କାର ବନ୍ଧୁଗଣ । ଡିସେମ୍ବର 19 ରେ ଦୁବାଇ ରେ ହେବାକୁ ଯାଉଛି ଆଇପିଏଲ ନିଲାମି । ଏହି ମିନି ନିଲାମି ପୂର୍ବରୁ ଫ୍ରାଞ୍ଚାଇଚ ଗୁଡିକ ଅନେକ ଖେଳାଳିଙ୍କୁ ରିଲିଜ କରିବା ବେଳେ ଟ୍ରେଡ ମଧ୍ୟ ଶେଷ ହୋଇଛି । ଦୁବାଇ ରେ ଏହାକୁ ଥିବା ଅନେକ ଖେଳାଳିଙ୍କୁ ଦେଖିବାକୁ ମିଳିବ । ଖାସ କରି ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର୍କ୍ସ, ରଚିନ, କମିଙ୍ଗ୍ସ, ରବୀନ୍ଦ୍ର, ଡାରେଲ ମିଚେଲଙ୍କ ଭଳି ଖେଳାଳି ନିଜ ନାଁ ସାମିଲ କରିପାରନ୍ତି ।

ଏଭଳି ସ୍ଥିତିରେ କେଉଁ ପ୍ଲେୟାରଙ୍କୁ କେତେ ଟଙ୍କାରେ ନିଜ ଦଳରେ ସାମିଲ କରିବ ତାହା ଉପରେ ସମସ୍ତଙ୍କର ନଜର ରହିବ । ତେବେ ନିଲାମି ପୂର୍ବରୁ କେଉଁ ଫ୍ରାଞ୍ଚାଇଚ ପାଖରେ କେତେ ଟଙ୍କା ରହିଛି ତାହା ସବୁଠୁ ଜରୁରୀ ଅଟେ । ହାର୍ଦ୍ଦିକ ପାଣ୍ଡିଆକୁ ମୁମ୍ବାଇ ଟ୍ରେଡ କରି ନିଜ ଦଳରେ ସାମିଲ କରିବା ପରେ ଗୁଜୁରାଟ ଟାଇଟେନ୍ସ ପାଖରେ 38.15 କୋଟି ଟଙ୍କା ବଳକା ରହିଛି । ଗୁଜୁରାଟ ଟାଇଟନ୍ସ ଟିମରେ ପାଣ୍ଡିଆ ଙ୍କୁ 15 କୋଟି ଟଙ୍କା ମିଳିଥିଲା ।

ଆସନ୍ତା ନିଲାମିରେ ଗୁଜୁରାଟ ପାଖରେ 9 ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବାକୁ ସୁଯୋଗ ରହିଛି । ଏହି 9 ଜଣଙ୍କ ମଧ୍ୟରୁ 2 ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ ଫାଙ୍କା ରହିଛି । ସେହିଭଳି ଗତ ବର୍ଷ ଆଇପିଏଲ ଚାମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ପାଖରେ 31.4କୋଟି ଟଙ୍କା ବଳକା ରହିଛି । ଚଳିତ ବର୍ଷ ଚେନ୍ନାଇ ବ୍ରେନ ଷ୍ଟୋକଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ରିଲିଜ କରିଛି ।

ଏବେ ଚେନ୍ନାଇ ଟିମରେ 6 ଜଣଙ୍କ ପାଇଁ ସ୍ଲଟ ଖାଲି ରହିଛି । ଯେଉଁଥିରେ 3 ଜଣ ବିଦେଶୀ ଖେଳାଳିଙ୍କୁ ନେଇପାରିବ ଧୋନୀଙ୍କ  ଟିମ । ଦିଲ୍ଲୀ କ୍ୟାପିଟାଲ ସ୍ପର୍ଟ୍ସରେ 28.95କୋଟି ଟଙ୍କା ରହିଛି । ଦିଲ୍ଲୀରେ ଟିମରେ 9ଟି ସ୍ଲଟ ଫାଙ୍କା ଥିବା ବେଳେ 4 ଜଣ ବିଦେଶୀ ଖେଳାଳିଙ୍କୁ ନେବ ଦଳ । ନିଲାମି ପୂର୍ବରୁ 2 ଜଣ ଟ୍ରେଡରେ ସମାଇଲ କରିଛି ଆରସିବି ।

ମୁମ୍ବାଇ ଇଣ୍ଡିଆନ୍ସରେ ଥିବା କ୍ୟାମରେନଙ୍କୁ 17.50 କୋଟି ଟଙ୍କାରେ ଟ୍ରେଡ କରିଛି ଆରସିବି । ସେହିପରି ହସରଙ୍ଗା, ହାଜେଲ ଉଡ ଓ ହରସେଲ ପଟେଲଙ୍କ ଭଳି ପ୍ଲେୟାରଙ୍କୁ ରିଲିଜ କରିଛି ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର । ନିଲାମି ପୂର୍ବରୁ ଆରସିବି ପର୍ସରେ 23.25 କୋଟି ଟଙ୍କା ଥିବା ବେଳେ ଦଳରେ 6 ଖେଳାଳିଙ୍କ ପାଇଁ ସ୍ଲଟ ଫାଙ୍କା ରହିଛି ।

ଯେଉଁଥିରେ 3 ଜଣ ବିଦେଶୀ ଖେଳାଳିଙ୍କୁ ସମିଲ କରିପାରିବ ଦଳ । ପାଣ୍ଡିଆଙ୍କୁ ଟ୍ରେଡ କରି ଦଳରେ ସାମିଲ କରିବା ପରେ ଦଳର ପର୍ସରେ ଏବେ 17.75 କୋଟି ଟଙ୍କା ରହିଛି । 8ଟି ସ୍ଲଟ ଫାଙ୍କା ଥିବା ବେଳେ 4ଟି ସ୍ଲଟ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । କେକେଆର ପର୍ସରେ 32 କୋଟି ଥିବା ବେଳେ ସର୍ବାଧିକ 12ଟି ସ୍ଲଟ ଫାଙ୍କ ରହିଛି । ଯେଉଁଥିରୁ 4ଟି ସ୍ଲଟ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।