IPL ଦଳଗୁଡିକ ଜାରି କଲେ ରିଟେନସନ ଲିଷ୍ଟ, ରିଟେନସନ ଲିଷ୍ଟରେ ଅଛନ୍ତି ଏହି ଓଡିଆ ଖେଳାଳି ! ଜାଣନ୍ତୁ କେଉଁ ଦଳ କାହାକୁ ରଖି କାହାକୁ ରିଲିଜ କଲା ?

ଆରମ୍ଭ ହୋଇଯାଇଛି IPL 2023 ପାଇଁ କାଉଣ୍ଟଡାଉନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ସବୁ ଦଳ । ଏହାରି ମଧ୍ୟ ସମସ୍ତ ଦଳ ରିଟେନସନ ଲିଷ୍ଟ ଜାରି କରିବା ସହ କିଛି ଖେଳାଳିଙ୍କୁ ରିଲିଜ ମଧ୍ୟ କରିଛନ୍ତି । ତେବେ ଡ୍ୱେନ ବ୍ରାଭୋ, କେନ ୱିଲିୟାମସନ ଓ ମୟଙ୍କ ଅଗ୍ରୱାଲଙ୍କ ଭଳି ଭଲ ଖେଳାଳିଙ୍କ ହାତ ଛାଡି ଦେଇଛନ୍ତି ନିଜ ଦଳ । ଫଳରେ ଏଥର IPL ନିଲାମିରେ ସାମିଲ ହେବେ ଏହିସବୁ ବଡ ଖେଳାଳି ।

ଡିସେମ୍ବର ଶେଷ ଭାଗକୁ IPL ର ଏକ ମିନି ଅକ୍ସନ ହେବାକୁ ଅଛି ଏବଂ ଏହାକୁ ନେଇ ବେଶ ଉତ୍ସୁକ ଅଛନ୍ତି ଫ୍ୟାନ୍ସ । ତେବେ ଆସନ୍ତୁ ନଜର ପକାଇବା କେଉଁ ଦଳ କାହାକୁ ରିଲିଜ କରିଛି ଏବଂ କାହାକୁ ରଖିଛି । ଦିଲ୍ଲୀ କ୍ୟାପିଟାଲ ସାରଦୁଲ ଠାକୁର, ଟିମ ଶିଫର୍ଡ, ଅଶ୍ଵିନୀ ରୁଆର, ଶ୍ରୀକର ଭରତ ଓ ମନଦୀପ ସିଂଙ୍କୁ ରିଲିଜ କରିଦେଇଛି ଏବଂ କଲିକତା ଦଳରୁ ଅମନ ଖାନଙ୍କୁ ନିଜ ଦଳରେ ସାମିଲ କରିଛି । ଆଉ ଏବେ ଟିମ୍ ପକ୍ଷେ ରହିଛି 19 କୋଟି 45 ଲକ୍ଷ ଟଙ୍କା ।

ସେହିପରି ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଆନ୍ଦ୍ରିୟୁ ଟାଏ, ଅଙ୍କିତ ରାଜପୁତ, ଏଭିନ ଲୁଇସ, ଜେସନ ହୋଲ୍ଡର, ମନୀଷ ପାଣ୍ଡେ ଓ ସାହାବାଜ ନଦିମଙ୍କ ଭଳି ଖେଳାଳିଙ୍କ ହାତ ଛାଡିଛି । ଲକ୍ଷ୍ନୌ ପର୍ସରେ ଏବେ 23 କୋଟି 35 ଲକ୍ଷ ଟଙ୍କା ରହିଛି । ହାଇଦ୍ରାବାଦ ଓ ପଞ୍ଜାବ ଭଳି ଦଳ କ୍ଯାପଟେନଙ୍କୁ ରିଲିଜ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ କ୍ଯାପଟେନ କେନ ୱିଲିୟାମସନଙ୍କ ସହ ନିକୋଲାସ ପୁରନ, ଜଗଦୀପ ସୂଚିତ, ପ୍ରିୟମ ଗର୍ଗ, ରବିକୁମାର ସମର୍ଥ, ରୋମାରିଓ ଶିଫର୍ଡ଼, ସୌରଭ ଦୁବେ, ସାନ ଏବର୍ଟ ଓ ଶଶାଙ୍କ ସିଂଙ୍କୁ ରିଲିଜ କରିଛି ।

 

ଏବେ ଦଳ ପାଖରେ ରହିଛି 42 କୋଟି 25 ଲକ୍ଷ ଟଙ୍କା । ସେହିପରି ପଞ୍ଜାବ କ୍ଯାପଟେନ ମୟଙ୍କ ଅଗ୍ରୱାଲଙ୍କୁ ରିଲିଜ କରିଛି । ଚେନ୍ନାଇ ସହ ବହୁ ବର୍ଷ ଧରି ଖେଳି ଆସୁଥିବା ଡ୍ୱେନ ବ୍ରାଭୋଙ୍କୁ ମଧ୍ୟ ଦଳ ରିଲିଜ କରିଛି । ତାଙ୍କ ସହ କ୍ରିଶ ଜୋର୍ଡାନଙ୍କୁ ମଧ୍ୟ ଦଳ ରିଲିଜ କରିଛି । ରବୀନ ଉତ୍ଥାପା ପୂର୍ବରୁ ଅବସର ନେଇ ସାରିଥିବା ବେଳେ ବଡ କଥା ହେଉଛି ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ରିଟେନ ରଖିଛି ।

ଚେନ୍ନାଇ ପାଖରେ ଏବେ 20 କୋଟି 45 ଲକ୍ଷ ଟଙ୍କା ରହିଛି । ମୁମ୍ବାଇର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ଏଥର ଅବସର ନେଇଥିବା ବେଳେ ସର୍ବାଧିକ 13ଜଣ ଖେଳାଳିଙ୍କୁ ରିଲିଜ କରିଛି ଦଳ । ଏଥିରେ ଡାନିଏଲ ଶାମ୍ସ, ଜୟଦେବ ଉନଦତଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଅଛନ୍ତି । ଦଳ ପାଖରେ ଏବେ 20 କୋଟି 55 ଲକ୍ଷ ଟଙ୍କା ରହିଥିବା ବେଳେ 3 ବିଦେଶୀ ଖେଳାଳିଙ୍କ ସ୍ଥାନ ମଧ୍ୟ ଖାଲି ରହିଛି ।

ସେହିପରି କଲିକତାକୁ ଝଟକା ଦେଇଛନ୍ତି ତିନି ଖେଳାଳି । ନିଜ ଦେଶ ପାଇଁ ଖେଳିବାକୁ ପ୍ୟାଟ କୁମିନ୍ସ, ସାମ ମିଲିସ ଓ ଆଲେକ୍ସ ହେଲ୍ସ ଏଥର IPL ରୁ ଓହରି ଯାଇଛନ୍ତି । ଏହାସହ ଦଳ ମହମ୍ମଦ ନବି, ଶିଭମ ମାବି, ଏରନ ଫିଞ୍ଚ ଓ ସେଲଡନ ଜାକ୍ସନଙ୍କ ଭଳି ଖେଳାଳିଙ୍କୁ ରିଲିଜ କରିଛି ଏବଂ ଦଳ ପାଖରେ ଆଉ ରହିଛି ମାତ୍ର 7 କୋଟି ଟଙ୍କା ।

ତେବେ ଡିସେମ୍ବରରେ IPL ପାଇଁ ହେବାକୁ ଥିବା ମିନି ଅକ୍ସନରେ ରିଲିଜ ହୋଇଥିବା ଖେଳାଳି ସାମିଲ ହେବେ । ତେବେ କେଉଁ ଦଳ ଖେଳାଳିଙ୍କୁ ସାମିଲ କରୁଛି ଏବେ ତାହାରି ଉପରେ ସମସ୍ତଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।