IPL 2023 ରେ ପୁଣି ଥରେ RCB କୁ ଫେରିବେ ଷ୍ଟାର କ୍ରିକେଟର AB De Villiers ! ଏନେଇ ଟ୍ବିଟ କରି ଦେଲେ ବଡ ସୂଚନା

ପୁଣି ଥରେ ଚିନାସ୍ଵାମୀ ଫେରିବେ ଓ RCB ଫ୍ୟାନ୍ସଙ୍କୁ କ୍ଷମା ମାଗିବେ ଧୂଆଁଦାର ବ୍ୟାଟ୍ସମ୍ୟାନ ଏବି ଡେଭିଲିୟର୍ସ ତଥା ମିଷ୍ଟର 360 । ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର କ୍ରିକେଟର ଏବି ଡେଭଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇ ସାରିଛନ୍ତି । ଗତବର୍ଷ ଆଇପିଏଲରୁ ମଧ୍ୟ ସେ ନିଜ ଅବସର ଘୋଷଣା କରିଥିଲେ । ହେଲେ ୨୦୨୩ରେ ହେବାକୁ ଥିବା ଆଇପିଏଲରେ ଫେରିବେ ଏବି ଡେଭିଲିୟର୍ସ । ଆସନ୍ତା ବର୍ଷ ଆଇପିଏଲ ପୁଣି ଥରେ ପୂର୍ବ ଭଳି ଭାରତରେ ହିଁ ହେବାକୁ ଯାଉଛି ।

ପୁଣି ଥରେ ସାରା ଦେଶରେ ଏହି ମ୍ଯାଚ ହେବାକୁ ଯାଉଥିବା ବେଳେ ସବୁ ଟିମ୍ ନିଜ ହୋମଗ୍ରାଉଣ୍ଡକୁ ଫେରିବେ । ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୋର ଟିମ୍ ମଧ୍ୟ ନିଜ ହୋମଗ୍ରାଉଣ୍ଡ ଚିନାସ୍ଵାମୀ ଷ୍ଟାଡିୟମକୁ ଫେରିବ । ଆଉ ଏଥିପାଇଁ ଏବେଠୁ ହିଁ ନିଜ ଫ୍ୟାନ୍ସ ମାନଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି ଆରସିବି ର ଏହି ଷ୍ଟାର ଖେଳାଳି । ଏବି ଡେଭିଲିୟର୍ସ କହିଛନ୍ତି କି, ସେ ୨୦୨୩ ଆଇପିଏଲ ରେ ଚିନାସ୍ଵାମୀ ଷ୍ଟାଡିୟମ ଆସିବେ ।

ହେଲେ ଜଣେ ଖେଳାଳି ଭାବେ ନୁହେଁ ବରଂ ତାଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିବା ପାଇଁ ସେ ଚିନାସ୍ଵାମୀ ଷ୍ଟାଡିୟମ ଆସିବେ । ଫ୍ୟାନ୍ସ ମାନେ ଦୀର୍ଘ ବର୍ଷ ଧରି ତାଙ୍କୁ ଅନେକ ଭଲପାଇବା ଦେଇଛନ୍ତି ହେଲେ ସେ ତାଙ୍କୁ କେବେବି ଟ୍ରଫି ଜିତାଇ ପାରିନାହାନ୍ତି । ତେଣୁ ଶେଷରେ ସେ ଫ୍ୟାନ୍ସଙ୍କୁ କ୍ଷମା ମାଗିବା ପାଇଁ ମନସ୍ଥ କରି ଷ୍ଟାଡିୟମ ଆସିବେ ବୋଲି ତାଙ୍କ ଫ୍ୟାନ୍ସଙ୍କୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ନିକଟରେ ଡେଭିଲିୟର୍ସଙ୍କ ଆଖିରେ ଏକ ସର୍ଜରୀ ହୋଇଛି, ଯେଉଁ କାରଣରୁ ସେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲ ରୁ ଅବସର ନେବା ପରେ ଲିଜେଣ୍ଡ ଲିଗରେ ଖେଳିବା ପାଇଁ ଡେଭିଲିୟର୍ସଙ୍କ ପାଖେ ଅଫର୍ ଥିଲା । ହେଲେ ଗୋଟିଏ ଆଖିରେ କ୍ରିକେଟ ଖେଳିବାକୁ ସେ ମନା କରି ଦେଇଥିଲେ । ତେବେ ଡେଭିଲିୟର୍ସ ଖୁଲାସା କରିଛନ୍ତି ଯେ, ଆଗାମୀ ଦିନରେ ସେ ନିଶ୍ଚୟ କୋଚିଂ କରିବେ । ଆଉ ନିଜେ ଯାହାବି ଶିଖିଛନ୍ତି ଅନ୍ୟମାନଙ୍କୁ ତାହା ବତାଇବେ ।

ଦକ୍ଷିଣ ଆଫ୍ରିକାର ଖେଳାଳି ହୋଇଥିଲେ ମଧ୍ୟ ଭାରତରେ ଡେଭିଲିୟର୍ସଙ୍କ ଫ୍ୟାନ ଫଲୋଇଂ ଢେର ଅଧିକ । ବିଶେଷ କରି ଆରସିବି ସହ ଯୋଡି ହେବା ପରେ ଏହା ତାଙ୍କ ଦ୍ଵିତୀୟ ଘର ବୋଲି ମଧ୍ୟ ଲୋକେ କୁହନ୍ତି । ତେବେ ଦେଖାଯାଉ ଆଗାମୀ ଆଇପିଏଲରେ ଫ୍ୟାନ୍ସଙ୍କୁ କିଭଳି କ୍ଷମା ମାଗିବେ ମିଷ୍ଟର ୩୬୦ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।