“ମୋତେ ଗର୍ଭବତୀ କରି ଛାଡି ଦେଇ ପଳେଇ ଆସିଛି, ନ୍ୟାୟ ନ ମିଳିବା ଯାଏଁ ଏଠୁ ଉଠିନବିନି”, ଓଡିଶା ଆସି ଧାରଣା ଦେଲେ ରାଜସ୍ଥାନ ଯୁବତୀ

ମୋତେ ଭଲ ପାଇ ମୋ ସହ ଶାରୀରିକ ସମ୍ପର୍କ ରଖିଲା ଆଉ ଦୁଇ ଦୁଇଥର ମୋ ଗର୍ଭ ବି ନଷ୍ଟ କଲା । ମୋ ଟଙ୍କାରେ ଚଳିଲା ମଧ୍ୟ, ଆଉ ଏବେବି ମୁଁ ଛଅ ମାସର ଗର୍ଭବତୀ ଥିବା ବେଳେ ମୋତେ ଛାଡି ଦେଇ ଲୁଚିକରି ପଳେଇ ଆସିଛି ମୋ ପ୍ରେମିକ ସରୋଜ ସ୍ଵାଇଁ । କେନ୍ଦ୍ରପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଞ୍ଚାୟତ ଜାମକୁଣ୍ଡା ଗାଁ’ର ମାଗୁଣି ସ୍ଵାଇଁଙ୍କ ସାନ ପୁଅ ହେଉଛନ୍ତି ସରୋଜ ସ୍ଵାଇଁ । ସେ ରାଜସ୍ଥାନରେ ରହି ପାଣି ପାଇପ କାର୍ଯ୍ୟ କରୁଥିଲେ ।

ସେଠାରେ ଦୀର୍ଘ ଦିନ ରହିବା ପରେ ରାଜସ୍ଥାନ ସତ୍ୟନଗର କଲୋନୀରେ ନିଜ ଭଉଣୀ ପାଖରେ ରହି କମ୍ପାନୀରେ କାର୍ଯ୍ୟ କରୁଥିବା ହେମଲତାଙ୍କ ସହ ସରୋଜଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନକୁ ଦିନ ସେମାନଙ୍କ ସମ୍ପର୍କ ନିବିଡ ହେବାରେ ଲାଗିଲା । ଆଉ ଶେଷରେ ରାଜସ୍ଥାନ ହନୁମାନ ମନ୍ଦିରରେ ଉଭୟ ବିବାହ ମଧ୍ୟ କରିଥିଲେ । ସରୋଜ ଓ ହେମଲତା ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ।

ହେଲେ ହେମଲତା ପ୍ରେଗନେଣ୍ଟ ହେବା ସରୋଜଙ୍କୁ ପସନ୍ଦ ନଥିଲା । ସେଥିପାଇଁ ଦୁଇ ଦୁଇଥର ଜୋର ଜବରଦସ୍ତ ଔଷଧ ଦେଇ ତାଙ୍କ ପେଟରୁ ପିଲା ନଷ୍ଟ କରିଥିଲା ସରୋଜ । ଯୁବତୀ ଜଣକ ଯେତେବେଳେ ତୃତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ ସେତେବେଳେ ବି ଔଷଧ ଦେଇ ଗର୍ଭ ନଷ୍ଟ କରିଦେବାକୁ କହିଥିଲା ଏହି ଯୁବକଜଣକ ।

ଆଉ ଗର୍ଭ ନଷ୍ଟ କରିବା ପାଇଁ ହେମଲତା ମନା କରିବାରୁ ସେତେବେଳେ ସାମ୍ନାକୁ ଆସିଲା ସରୋଜର ଅସଲ ରୂପ । ଯାହାପରେ ରାଜସ୍ଥାନରୁ ଘର ଖାଲି କରି ସରୋଜ କୁଆଡେ ପଳାଇଥିଲେ । ଏକଥା ଜାଣିବା ପରେ ହେମଲତା ଆସି ସିଧା ଯୁବକଙ୍କ ଘରେ ପହଞ୍ଚିଥିଲେ । ଆଉ ତାଙ୍କ ପରିବାର ଲୋକଙ୍କ ସହ ୧୦ ଦିନ ରହିବା ପରେ ପୁଣି ରାଜସ୍ଥାନ ଫେରି ଯାଇଥିଲେ । ଆଉ ଏବେ ପୁଣି ଥରେ ସରୋଜଙ୍କ ଘର ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ ହେମଲତା ।

ହେଲେ ଶାଶୁ ଶ୍ଵଶୁର ତାଙ୍କୁ ଗ୍ରହଣ ନ କରିବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ସେ ଅଭିଯୋଗ କରିଥିଲେ । ଆଉ ଏବେ ସ୍ତ୍ରୀର ଅଧିକାର ଏବଂ ପେଟରେ ବଢୁଥିବା ପିଲାକୁ ବାପାର ପରିଚୟ ନଦେବା ଯାଏଁ ସେଠାରୁ ଉଠିବେ ନାହିଁ ବୋଲି କହିଛନ୍ତି ହେମଲତା । ତେବେ ଦେଖାଯାଉ ଆଗକୁ ସରୋଜ କଣ ପଦକ୍ଷେପ ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।