IPL 2021 ପାଇଁ ହେବ MEGA ଅକସନ BCCIର ବଡ ଘୋଷଣା, ସାମିଲ ହେବ ଏକ ନୂଆ ଟିମ

ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପ୍ରସ୍ତୁତି ବର୍ତ୍ତମାନ ଠାରୁ ହିଁ ଆରମ୍ଭ ହୋଇ ଯାଇଛି । କୁହାଯାଉଛି କି ବୋର୍ଡ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲର ନୂଆ ସିଜିନରେ ଏକ ନୂଆ ଟିମକୁ ସାମିଲ କରିବା ପାଇଁ ବିଚାର କରୁଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟ ବୋର୍ଡ ସମସ୍ତ ଫ୍ରେଂଚାଇଜୀକୁ କହିଦେଇଛନ୍ତି କି ଡିସେମ୍ବର ମାସରେ ନିଲାମିକୁ ନେଇ ସ୍ଥିତି ସଫା କରି ଦିଆଯିବ ।

କିଛି ଦିନ ପୂର୍ବରୁ ହିଁ ଦୁବାଇରେ ଆଇପିଏଲ ୨୦୨୦ର ସମପାନ ପରେ ନୂଆ ସିଜିନକୁ ନେଇ ଅଲଗା ଅଲଗା ଖବର ସାମ୍ନାକୁ ଆସୁଛି । ଏଥିରେ ସବୁଠୁ ମୁଖ୍ୟ କଥା ହେଉଛି ଏହି ଫ୍ରେଂଚାଇଜୀରେ ନୂଆ ଟିମକୁ ଯୋଡିବା ।

କିନ୍ତୁ ବିସିସିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ ଆଧିକାରିକ ରୂପରେ କିଛି ବି କହି ନାହାନ୍ତି । କିନ୍ତୁ ଏହା ଦ୍ଵାରା କେତେକ ଫ୍ରେଂଚାଇଜୀର ଚିନ୍ତା ବଢି ଯାଇଛି । କାରଣ ପ୍ରାୟତଃ ଫ୍ରେଂଚାଇଜୀର ମାନିବା ଅଟେ କି କେବଳ ୪ ମାସ ଦୂର ନୂଆ ସିଜିନରେ ଏକ ନୂଆ ଟିମକୁ ସାମିଲ କରିବା ପାଇଁ ପୁଣି ଥରେ ବଡ ନିଲାମି କରିବାକୁ ପଡିବ । ଯାହା ବର୍ତ୍ତମାନ ଟିମର ସ୍ଥିତିକୁ ଖରାପ କରିପାରେ । କେତେକ ଟିମ ନିଜର ଟିମର ମୂଳଦୁଆକୁ ମଜବୁତ କରିଛନ୍ତି, ଯାହା ଦ୍ଵାରା ମେଗା ଅକସନ ଦ୍ଵାରା ତାଙ୍କୁ ସମସ୍ୟା ହୋଇପାରେ ।

ଏକ ରିପୋର୍ଟ ଅନୁସାରେ କିଛି ଫ୍ରେଂଚାଇଜୀ ଏହି ସମ୍ବନ୍ଧରେ ବୋର୍ଡକୁ ସମ୍ପର୍କ କରିଛନ୍ତି । ଏମିତିରେ ତାଙ୍କୁ କୁହାଯାଇଛି କି ଡିସେମ୍ବର ମାସରେ ତାଙ୍କୁ ଏହା ବିଷୟରେ ସୂଚନା ଦିଆଯିବ । ଏହି ଆଧିକାରୀ ରିପୋର୍ଟରେ କୁହାଯାଇଛି କି କେତେକ ଟିମ ଏହି ମେଗା ଅକସନର ବିରୋଧ କରିଛନ୍ତି ତ କିଛି ଫ୍ରେଂଚାଇଜୀ ଏହାକୁ ସପୋର୍ଟ ବି କରିଛନ୍ତି ଓ ଚାହୁଁଛନ୍ତି କି ବୋର୍ଡ ଏକ ନୂଆ ନିଲାମି ଆୟୋଜିତ କରୁ ।

କହିବାକୁ ଗଲେ BCCIକୁ ଏହି ବର୍ଷ ଡିସେମ୍ବରରେ ସବୁ ୩ ବର୍ଷର ହେବାକୁ ଥିବା ମେଗା ଅକସନକୁ ଆୟୋଜିତ କରିବାର ଥିଲା । ଏଥିରେ ସବୁ ଫ୍ରେଂଚାଇଜୀକୁ ନିଜର ବର୍ତ୍ତମାନ ଟିମରୁ କେବଳ ୪ କିମ୍ବା ୫ ଜଣ ଖେଳାଳିଙ୍କୁ ରଖି ଅନ୍ୟ ସମସ୍ତ ଖେଳାଳିଙ୍କୁ ରିଲିଜ କରିବାକୁ ପଡିଥାଏ । ଏମିତିରେ ପ୍ରାୟତଃ ଖେଳାଳିଙ୍କୁ ନୀଳିମୀ ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ପଡିଥାଏ ।

କିନ୍ତୁ କାରୋନା ଭାଇରସ କାରଣରୁ ଏହି ସିଜିନ ନିଜର ସଠିକ ସମୟରେ ହୋଇ ପାରିଲା ନାହିଁ ଓ ସେପ୍ଟେମ୍ବର ରୁ ନଭେମ୍ବର ମଧ୍ୟରେ UAEରେ ଆୟୋଜିତ କରିବାକୁ ପଡିଲା । ଏହା ପରେ ହିଁ ଆଶା କରାଯାଉଛି କି ନୂଆ ସିଜିନରେ କମ ସମୟ ହେବା କାରଣରୁ ବୋର୍ଡ ମେଗା ଅକସନକୁ ୨୦୨୧ର ଶେଷ ସମୟରେ ଟାଳି ଦେଇପାରେ । କିନ୍ତୁ ନୂଆ ଟିମ ସାମିଲ କରିବା ସ୍ଥିତିରେ ଏହି ନିଲାମିକୁ ଏହି ବର୍ଷ ହିଁ କରିବାକୁ ହେବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।