IPL 2020 ରୁ ବାହାରିବା ପରେ Virat କୋହଲି କହିଲେ କିଛି ଏମିତି ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ

IPLର ୧୩ ତମ ସିଜିନରେ ନଭେମ୍ବର ୬ରେ ଖେଳା ଯାଇଥିବା ମ୍ୟାଚରେ ହୈଦରାବାଦ ଠାରୁ ମିଳିଥିବା ହାର ପରେ ବଂଲୋର ଟିମର ଯାତ୍ରା ଆଇପିଏଲରେ ସମାପ୍ତ ହୋଇଗଲା । ଏହି ସିଜିନରେ ବିରାଟର ସେନା ପ୍ରଥମ ଭଲ ପ୍ରଦର୍ଶନ କରିଲେ କିନ୍ତୁ ଶେଷ ସମୟରେ କିଛି ବି କରି ପାରିଲେ ନାହିଁ । ଗତ କିଛି ସିଜିନରେ ଲଗାତର ତଳେ ରହୁଥିବା ଆରସିବିର ଟିମ ଏହି ସିଜିନରେ ୧୪ଟି ମ୍ୟାଚରେ ୭ଟି ମ୍ୟାଚ ଜିତି ପ୍ଲେଅଫରେ ନିଜର ସ୍ଥାନ କରିଥିଲେ ।

ଏହା ପରେ ଆଇପିଏଲ ସିଜିନରୁ ବାହାରିବା ପରେ ଆରସିବିର କ୍ୟାପଟେନ ବିରାଟ କୋହଳି ଟିମ ପାଇଁ ଏକ ଭାବ ପ୍ରବଣ ମ୍ୟାସେଜ ଲେଖିଲେ ।

କୋହଳି ନିଜର ଟ୍ଵିଟରରେ ଟିମ ସହିତ ନିଜର ଏକ ଗ୍ରୁପ ଫଟୋ ଶେୟାର କରି ଲେଖିଲେ କି ଆମେ ସବୁବେଳେ ସବୁ ପରିସ୍ଥିତିରେ ଏକାଠି ହୋଇ ରହିଛୁ । ଆମେ ଏହି ସିଜିନରେ ଭଲ ପ୍ରଦର୍ଶନ କରିଛୁ । କିଛି ମ୍ୟାଚ ଆମ ସପକ୍ଷରେ ଯାଇ ନାହିଁ, କିନ୍ତୁ ମୋତେ ଗର୍ବ ଅଛି ନିଜ ଟିମ ଉପରେ । ଧନ୍ୟବାଦ ସେହି ସମସ୍ତ ପ୍ରଶଂସକମାନଙ୍କୁ , ଯେଉଁମାନେ ଆମର ସପୋର୍ଟ କରିଛନ୍ତି ।

ଆପଣଙ୍କ ଭଲ ପାଇବା ଆମକୁ ମଜବୁତ କରିଛି । ଜଲ୍ଦି ହିଁ ଦେଖାହେବା । ଆପଣଙ୍କୁ କହିଦେଉଛୁ କି ବଂଲୋରର ଟିମ ଆଇପିଏଲର ଟ୍ରଫି ବର୍ତ୍ତମାନ ପର୍ଯ୍ୟନ୍ତ ବି ନିଜ ନାଁରେ କରି ନାହାନ୍ତି । କିନ୍ତୁ ୨୦୧୬ ଆଇପିଏଲରେ ବଂଲୋର ଟିମ ଫାଇନାଲରେ ପହଞ୍ଚି ଥିଲା, କିନ୍ତୁ ବଂଲୋରକୁ ହାଇଦ୍ରାବାଦ ହାତାରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କୋହଳିର କ୍ୟାପଟେନସିପରେ ଟିମ ଏହି ସିଜିନର ଆରମ୍ଭ ଜୋରଦାର ରୂପରେ କରିଥିଲା ।

ପ୍ରଥମ ୧୦ ଟି ମ୍ୟାଚରେ ୭ଟି ମ୍ୟାଚ ଜିତି ଟିମ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇ ଥିଲା । ଗୋଟିଏ ସମୟ ଏମିତି ଲାଗୁଥିଲା କି ଆରସିବି ଏହି ସିଜିନକୁ ଜିତି ନେଇ ପାରେ । କିନ୍ତୁ ଟିମ ଲଗାତର ୪ଟି ମ୍ୟାଚରେ ଲଗାତାର ହାରିଲା । ଏହା ପରେ ଏଲିମିନେଟର ମ୍ୟାଚରେ ଟିମ ସନରାଇଜର୍ସ ହୈଦରାବାଦ ବିରୁଦ୍ଧରେ ପରାଜୟର ସାମ୍ନା କରିବାକୁ ପଡିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।