ବର୍ଷା ପୁଣି କରିଲେ ଅଭିଯୋଗ, ଘରୁ ବାହାର କରିବାକୁ କରୁଛନ୍ତି ଯୋଜନା, ପୁରିଘାଟ ଥାନାକୁ ଗଲେ ଅନୁଭବଙ୍କ ମା

ଅନୁଭବ ଓ ବର୍ଷାଙ୍କ ବିବାଦ ବହୁତ ଦିନ ହେବ ଚାଲୁ ଅଛି । କିନ୍ତୁ କିଛି ଦିନ ହେବ ଏହି ବିବାଦ ଉପରେ ଲୋକମାନେ ଚର୍ଚା କରିବା ବନ୍ଦ କରି ଦେଇଥିଲେ । ଏହା ସହିତ ମିଡିଆ ବି ଏମାନଙ୍କ ବିଷୟରେ କିଛି ନୂଆ ସୂଚନା ଦେଉ ନ ଥିଲା । ଏମିତିରେ ଶୁଣିବାକୁ ମିଳୁଥିଲା କି ଅନୁଭବ ଓ ବର୍ଷା ନିଜ ନିଜ ମଧ୍ୟରେ କଥାବାର୍ତ୍ତ କରି ଏହି ସମସ୍ୟାକୁ ସମଧାନ କରି ନେଇଛନ୍ତି । କିନ୍ତୁ ବହୁତ ଦିନ ପରେ ପୁଣି ଥରେ ଅନୁଭବ ଓ ବର୍ଷାଙ୍କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି ।

କହିବାକୁ ଗଲେ ଅନୁଭବଙ୍କ ମହାନ୍ତିଙ୍କ ମା ମଧୁସ୍ମିତା ମହାନ୍ତି ବର୍ଷାଙ୍କ ବିରୁଦ୍ଧରେ ପୁରିଘାଟ ଥାନାରେ ଅଭିଯୋଗ କରିଛନ୍ତି । ଏହା ପରେ ବର୍ଷା ପ୍ରିୟଦର୍ଶନୀ ବି ଓଲଟା ତାଙ୍କ ଉପରେ ଅଭିଯୋଗ କରିଦଦେଇଛନ୍ତି ।

ଅନୁଭବଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି କି ସେ ବର୍ତ୍ତମାନ କଟକର ଚୌଧୁରୀ ବଜାର ନନ୍ଦିସାହିରେ ରହୁଛନ୍ତି ଓ ସେହି ଘର ୬୦ ବର୍ଷ ତଳର ଅଟେ । ଏମିତିରେ କିଛି ଦିନ ତଳେ ତାଙ୍କର ପାଇଖାନା ଟାଙ୍କିରେ କିଛି ସମସ୍ୟା ଆସିଲା, ତେବେ ସେ ଏହାର ମରାମତି କରିବା ପାଇଁ ଏକ ମିସ୍ତ୍ରୀ ସହ ଯୋଗାଯୋଗ କରିଛନ୍ତି ଓ ମିସ୍ତ୍ରୀ ୧୦ ଦିନର ସମୟ ଲାଗିବ ବୋଲି କହିଥିଲେ ।

ଏମିତିରେ ସେ ନିଜର ବୋହୁ ବର୍ଷାଙ୍କୁ ଅନୁରୋଧ କରିଲେ କି ସେ ୧୦ ଦିନ ପାଇଁ ତାଙ୍କର ଘରକୁ ଛାଡି ବକ୍ସିବଜାର ସ୍ଥିତ ତାଙ୍କର ବାପଘରକୁ ଚାଲି ଯାଆନ୍ତୁ । ଏମିତିରେ ଅନୁଭବଙ୍କ ମାଙ୍କ ଅଭିଯୋଗ ଏହା ଅଟେ କି ବର୍ଷା ତାଙ୍କର ଘରକୁ ଛାଡୁ ନାହାନ୍ତି । ଏହି କାରଣରୁ ତାଙ୍କର ସ୍ଵାମୀ ଓ ଘରର ଅନ୍ୟ ସଦସ୍ୟମାନେ ସମସ୍ୟାର ସାମ୍ନା କରୁଛନ୍ତି । ଏହା ପରେ ଅନୁଭବନ ମା ପୋଲିସ ଅଫିସରମାନଙ୍କୁ ଅନୁରୋଧ କରିଛନ୍ତି କି ସେ ତାଙ୍କ ଘରକୁ ଆସି ଏହି ମାମଲାର ଯାଞ୍ଚ କରି କିଛି ପଦକ୍ଷେପ ନିଅନ୍ତୁ ।

ଯାହା ଦ୍ଵାରା ତାଙ୍କର ଘରର କାମ ସଠିକ ରୂପରେ ହୋଇପାରିବ । ଅନୁଭବ ମାଙ୍କ ଅଭିଯୋଗ ପରେ ଅନ୍ୟ ପଟେ ବର୍ଷା ପାଲଟା ଅଭିଯୋଗ କରିଛନ୍ତି । ବର୍ଷା ନିଜର ଅଭିଯୋଗରେ କହିଛନ୍ତି କି ଘରର ମରାମତି କରିବା ବାହାନାରେ ତାଙ୍କୁ ଘର ବାହାର କରିବାର ଚକ୍ରାନ୍ତ କରାଯାଉଛି । ଶାଶୁଘର ଛଡା ଅନ୍ୟ କେଉଁଠି ବି ତାଙ୍କର ରହିବା ପାଇଁ ସୁବିଧା ନାହିଁ । ଏହିଭଳି ସ୍ଥିତିରେ ତାଙ୍କର ସୁରକ୍ଷା ପ୍ରତି ପୋଲିସ କିଛି ପଦକ୍ଷେପ ନେଉ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।