କେବେବି ଆପଣଙ୍କ ସ୍ଵପ୍ନକୁ ପୁରା କରିବାକୁ ଦେଇ ନଥାଏ ମୋବାଇଲଫୋନର ନିଶା, ଏମିତି ନିଜକୁ ଦୂରେଇ ପାରିବେ ଏଥିରୁ

ଆପଣ ଯଦି ଭାବୁଛନ୍ତି କି ମୋବାଇଲ ଫୋନକୁ ଆପଣ ଚଲାଉଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହା ଜାଣି ନିଅନ୍ତୁ କି ମୋବାଇଲ ଆପଣଙ୍କୁ ବ୍ୟବହାର କରୁଛି । ଅର୍ଥାତ ଆପଣ ମୋବାଇଲର ଇଙ୍ଗିତରେ ନାଚୁଛନ୍ତି । କହିବାକୁ ଗଲେ ମୋବାଇଲ ବ୍ୟବହାର ଅଭ୍ୟାସ ସେତେବେଳେ ଖରାପ ହୋଇଥାଏ ଯେତେବେଳେ ଆପଣଙ୍କୁ ଜଣାପଡେ ନାହିଁ କି ଆପଣ କେତେ ସମୟ ମୋବାଇଲ ବ୍ୟବହାର କରିବାରେ ବର୍ବାଦ କରିଦେଲେ ।

ଏକ ସର୍ଭେ ଅନୁସାରେ ଜଣା ପଡିଛି କି ସବୁ ମଣିଷ ସକାଳୁ ଉଠିବା ମାତ୍ରେ ହିଁ ନିଜର ସବୁକାମ ଭୁଲି ଯାଇ ପ୍ରଥମେ ମୋବାଇଲ ଫୋନକୁ ଖୋଜିଥାଏ । ବେଳେ ବେଳେ ନିଜ ଫୋନକୁ  ନିଜ ପାଖରେ ନ ଦେଖିବା ଅର୍ଥାତ ଆପଣ ଏଠି ସେଠି ମୋବାଇଲକୁ ରଖି ଦେଇ ଛନ୍ତି ଓ ପାଉ ନାହାନ୍ତି ତେବେ ଆପଣ ବହୁତ ଚିନ୍ତିତ ହୋଇଯାନ୍ତି ।

ଆପଣ ଭାବନ୍ତି ଆପଣଙ୍କ ପାଖରୁ କୌଣସି ଦାମିକିଆ ଜିନିଷ କିଏ ନେଇଗଲା । ଫୋନକୁ ନିଜ ହାତରେ ରଖିବା ଓ ନିଜେ ଚଳେଇବା ମଧ୍ୟରେ ବହୁତ ଫରକ ଥାଏ । କିଛି ଲୋକ ସମସ୍ୟାରେ ପଡିଯାନ୍ତି କି ତାଙ୍କ ସମୟକୁ କିପରି ମେନେଜ କରିବେ । ତାଙ୍କ ପାଖରେ ଅନ୍ୟ କୌଣସି ଜିନିଷ ପାଇଁ ସମୟ ନ ଥାଏ । ପ୍ରାୟତଃ ଦେଖା ଯାଇଛି କି ପିଲାମାନଙ୍କୁ ପଢିଲା ବେଳେ ବି ଫୋନ ବ୍ୟବହାର କରିବାକୁ ଇଚ୍ଛା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଯଦି ଆପଣ ତାକୁ ମାନି ଚଳିବେ ତେବେ ଆପଣ ମୋବାଇଲ ନିଶାରୁ ମୁକ୍ତି ପାଇ ପାରିବେ ।

ସର୍ବ ପ୍ରଥମେ ନିଜକୁ ଭିତରୁ ମଜବୁତ କରିବାକୁ ହେବ ଏଥିପାଇଁ ଆପଣ ଏହି କଥାକୁ ଅନୁସରଣ କରନ୍ତୁ କି ଆପଣଙ୍କୁ ମୋବାଇଲ ଫୋନ ବ୍ୟବହାର କରିବା ଅଭ୍ୟାସକୁ ଦୂରେଇବାକୁ ହେବ । ଆପଣଙ୍କୁ ସମୟ ନିର୍ଧାରିତ କରିବାକୁ ପଡିବ । ଆପଣଙ୍କୁ ଆପଣଙ୍କ ମନରେ ସେଟ କରିବାକୁ ହେବ କି ଆପଣ ଏହି ଫୋନକୁ ବହୁତ କମ ବ୍ୟବହାର କରିବେ କିମ୍ବା ଅତି ଆବାସିକ ପଡିଲେ ହିଁ ବ୍ୟବାହାର କରିବେ । ଆପଣ ଏପରି କରିବା ଦ୍ଵାରା ଆପଣ ଯେତେବେଳେ ଫୋନକୁ ଅଧିକ ବ୍ୟବହାର କରିବେ ଆପଣଙ୍କ ମନ ଏହାକୁ ବ୍ୟବହାର କରିବାରେ ଅଟକାଇବ ।

ଆପଣଙ୍କୁ ଯେତେ ବେଳେ ଲାଗିବ ଆପଣ ମୋବାଇଲକୁ ବହୁତ ବ୍ୟବହାର କରି ସାରିଛନ୍ତି  କିମ୍ବା ଆପଣଙ୍କ ବହୁତ ସମୟ ଖରାପ ହୋଇଯାଇଛି ତେବେ ମୋବାଇଲକୁ ଆଉ ବ୍ୟବହାର ନ କରି ତାକୁ ସ୍ଵିଚ ଅଫ କରି ଦିଅନ୍ତୁ । ଯଦି କୋଣସି ଅନାବଶ୍ୟକ କଲ ଆସୁଛି ତେବେ ତାକୁ ଅନଦେଖା କରିବା ଉଚିତ । ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ସମୟକୁ ସଠିକ ଜାଗାରେ ଲଗାଇବା ଉଚିତ । ଆପଣଙ୍କ ମୋବାଇଲକୁ ଆସୁଥିବା ଫାଲତୁ ମ୍ୟାସେଜ କିମ୍ବା ଫେସବୁକକୁ ଅଣଦେଖା କରିବା ପାଇଁ ମୋବାଇଲର ନୋଟିଫିକେସନକୁ ଅଫ କରିଦିଅନ୍ତୁ ।

ଯେତେବେଳେ ଆପଣ ପାଠ ପଢୁଛନ୍ତି ନିଜ ଠାରୁ ମୋବାଇଲକୁ ଦୂରେଇ ଦିଅନ୍ତୁ ଯାହା ଫଳରେ ଆପଣଙ୍କୁ ସମସ୍ୟା ହେବ ନାହିଁ । କାରଣ ମୋବାଇଲ ସାମ୍ନାରେ ଥିଲେ ଆପଣ ପଢାରେ ଏକାଗ୍ରତା ରହିବ ନାହିଁ । ଆପଣ ନିଜର ସାଙ୍ଗମାନଙ୍କୁ କଳ କରିବାର ଏକ ନିର୍ଧାରିତ ସମୟ ରଖନ୍ତୁ ଯାହା ଫଳରେ କି ଆପଣ ଆପଣଙ୍କ ସମୟକୁ ସଠିକ ଭାବେ ଉପଯୋଗ କରିପାରିବେ । ମୋବାଇଲ ଫୋନ ବ୍ୟବହାର କରିବା ବେଳେ ଏକ ନିୟମକୁ ପାଳନ କରନ୍ତୁ ଯାହା ଫଳରେ କି ଆପଣ ଆପଣଙ୍କ ମୋବାଇଲ ଫୋନ ର ବ୍ୟବହାର କମ ହୋଇଯିବ । ଏହା ଦ୍ଵାରା ଅପଣଙ୍କର ମୋବାଇଲ ଫୋନ ବ୍ୟବହାର କରିବାର ଅଭ୍ୟାସ ଦୂର ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।