ଅଷ୍ଟ୍ରେଲିଆ ଟୁର ପାଇଁ ଭାରତୀୟ କ୍ରିକେଟ ଟିମର ଘୋଷଣା, ଏହି ନୂଆ ଖେଳାଳି ଦଳରେ ହେଲେ ସାମିଲ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କରୋନା ପାଇଁ ଆଇପିଏଲ ୨୦୨୦ ୟୁଏଇରେ ଅନୁଷ୍ଠିତ କରାଯାଇଛି । ଯେଉଁଠି ବିନା ଦର୍ଶକରେ ମ୍ୟାଚ ଖେଲାଯାଉଛି । ଏମିତିରେ ଆଉ କିଛି ଦିନ ମଧ୍ୟରେ ଆଇପିଏଲ ୨୦୨୦ ସମାପ୍ତ ହୋଇଯିବ ଓ ସବୁ ଖେଳାଳିମାନେ ନିଜ ନିଜ ଦେଶ ଫେରିଯିବେ । ଏମିତିରେ ପ୍ରଶ୍ନ ଆସୁଛି କି ଆଇପିଏଲ ପରେ ଭାରତୀୟ ଟିମ କେଉଁ ଟିମ ସହ ଓ କେଉଁଠି ମ୍ୟାଚ ଖେଳିବେ । ତେବେ ଆମେ ଆପଣଙ୍କୁ କହିଦେଉଛୁ କି ବିସିସିଆଇ ତରଫରୁ ଘୋଷଣା କରାଯାଇଛି କି ଭାରତୀୟ ଟିମ ଆଇପିଏଲ ପରେ ଅଷ୍ଟ୍ରେଲିଆ ଟୁରରେ ଯିବେ । ଯେଉଁଠି ସେ ଅଷ୍ଟ୍ରେଲିଆ ଟିମ ସହ ତିନୋଟି ଫର୍ମାଟରେ ଖେଳିବେ ।

ଯେଉଁଥିପାଇଁ ବିସିସିଆଇ ତିନୋଟି ଫର୍ମାଟରେ ଭାରତୀୟ ଦଳ ଘୋଷଣା ବି କରିସାରିଛନ୍ତି । କିନ୍ତୁ ସବୁଠୁ ବଡ କଥା ଏହା ହେଉଛି କି ଏହି ଅଷ୍ଟ୍ରେଲିଆ ଟୁରରେ ରୋହିତ ଶର୍ମାଙ୍କ ନାଁ ସାମିଲ ନାହିଁ ତାଙ୍କୁ ଏହି ଟୁର ପାଇଁ ବିଶ୍ରାମ ଦିଆ ଯାଇଛି । କୁହାଯାଉଛି କି ରୋହିତ ଶର୍ମାଙ୍କୁ ଆଘାତ ଲାଗିଥିବାରୁ ସେ ଏହି ଟୁରରୁ ବାଦ ପଡିଛନ୍ତି । ଏହା ସହିତ ତିନୋଟି ଫର୍ମାଟରେ କୋହଳି ହିଁ ଅଧିନାୟକ ରହିଛନ୍ତି । ଅନ୍ୟ ପଟେ ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଥର ପାଇଁ ଟିମରେ ସାମିଲ କରାଯାଇଛି ।

ଯଦି ଦିନିକିଆ, ଟି – ୨୦, ଓ ଟେଷ୍ଟ ମ୍ଯାଚରେ ପାଇଁ ଘୋଷଣା କରାଯାଇଥିବା ଖେଳାଳିଙ୍କ ବିଷୟରେ କହିବା ତେବେ ଖେଳାଳିଙ୍କ ଲିଷ୍ଟ କିଛି ଏହିଭଳି ଅଟେ ।

ଦିନିକିଆ ଦଳ : ବିରାଟ କୋହଲି, ଶିଖର ଧବନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ରିଷବ ପନ୍ତ, ଯଶପ୍ରୀତ ବୁମରାହ, ରବିନ୍ଦ୍ର ଜାଡେଜା, ଚହଲ, ସାର୍ଦୁଲ ଠାକୁର, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ୟାଦବ ।

ଟି-୨୦ ଦଳ : ବିରାଟ କୋହଲି, ଶିଖର ଧବନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା, ଚହଲ, ଦିପର ଚହର, ବରୁନ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର, ନବଦୀପ ସାଇନି, କୁଲଦୀପ ୟାଦବ ।

ଟେଷ୍ଟ ଦଳ : ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ, ପୃଥୀ ଶ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ରିଷବ ପନ୍ତ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ଉମେଶ ୟାଦବ, ନବଦୀପ ସାଇନି, କୁଲଦୀପ ୟାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ମହମ୍ମଦ ସିରାଜ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।