Chanakya Niti: ସମସ୍ତଙ୍କୁ ବାଦଲଠୁ ଶିଖିବା ଦରକାର କେମିତି କରିବା ଉଚିତ ପଇସାର ନେବା ଦେବା, କେବେବି ହେବ ନାହିଁ ଧନହାନି

ଟଙ୍କା ର କିପରି ବ୍ୟବହାର କରିବା ଦରକାର, କେବେ ବି ପଇସା ର ଅଭାବ ହବନି । ଆଚାର୍ଯ୍ୟ ଚାଣକ୍ୟ ଅର୍ଥ, ଶତ୍ରୁତା, ବନ୍ଧୁତା, ସ୍ୱାସ୍ଥ୍ୟ, ପ୍ରଗତି, ଚାକିରି ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନ ଦେଇଛନ୍ତି । ଶୃଙ୍ଖଳାଗତ ନୀତି ଜଣେ ବ୍ୟକ୍ତିଙ୍କୁ ଅନେକ କିଛି ଶିଖିବାରେ ସାହାଯ୍ୟ କରିଥାଏ । ଅବଶ୍ୟ, ଏହି ସାଂପ୍ରତିକ ଜୀବନରେ ସମୟ ଅଭାବ ହେତୁ ବ୍ୟକ୍ତି ନୀତି କାର୍ଯ୍ୟକାରୀ କରିବାରେ ଅସମର୍ଥ । ବ୍ୟକ୍ତି କିପରି ନିଜ ଜୀବନ ବିତାଇବା ଉଚିତ୍, ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ପଦରେ କହିଛନ୍ତି । ଚାଣକ୍ୟ କହିଛନ୍ତି ଯେ ମଣିଷ ବାଦଲ ଠାରୁ ଟଙ୍କା କାରବାର ଶିଖିବା ଉଚିତ, ଏହା ଟଙ୍କା ନଷ୍ଟ କରେ ନାହିଁ ।

ଚାଣକ୍ୟ ମଣିଷକୁ ସମାଜରେ ଭଲରେ ବଞ୍ଚିବା ପାଇଁ ଅନେକ ବାଣୀ କହିଛନ୍ତି । ଯଦି କୌଣସି ମଣିଷ ତାଙ୍କ ନୀତିକୁ ଅନୁସରଣ କରେ ତେବେ ତା ଜୀବନ ଅତି ଉତ୍ତମ ହେବାକୁ ଡେରି ହେବ ନାହିଁ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେପରି କି ସମାଜର ବଞ୍ଚିବା ପାଇଁ କିପରି ଲୋକଙ୍କ ଠାରୁ ଦୂରେଇ ରହିବ । ଜୀବନରେ ସଫଳତା ପାଇବାକୁ ହେଲେ ଭଲ ମିତ୍ରର ଆବଶ୍ୟକ ଅଛି ।

ଯଦି ଅଧିକ ସଫଳତା ପାଇଁ ଉଦ୍ୟମ କରୁଛି, ତେବେ ଏକ ଉତ୍ତମ ଶତ୍ରୁର ଆବଶ୍ୟକତା ଅଛି । ଜୀବନରେ ଉନ୍ନତି ନିମନ୍ତେ ଭଲ ବନ୍ଧୁଟିଏ ଆବଶ୍ୟକ ଯିଏକି ସବୁ ପରିସ୍ଥିତିରେ ସାହସ ବଢ଼ାଉଥିବ । ସଠିକ୍ ମାର୍ଗ ଦେଖାଉଥିବା । ଗୋଟେ ଭଲ ସାଙ୍ଗ ସବୁବେଳେ ଭଲ ପ୍ରେରଣା ଦେଇଥାଏ । ଯଦି ଆପଣ ଅଧିକ ସଫଳତା ଚାହାଁନ୍ତି ତେବେ ଭଲ ଶତ୍ରୁଟିର ଆବଶ୍ୟକତା ଅଛି କାରଣ ଗୋଟେ ଭଲ ଶତ୍ରୁ ହିଁ ଭଲ ଭାବରେ ଶତ୍ରୁତା କରିଥାଏ ଯାହାଦ୍ୱାରା ଆପଣଙ୍କୁ ଅଧିକା ସଫଳତା ପାଇବା ପାଇଁ ଆଗ୍ରହ ବଢ଼ିବ ଓ ଜିଦି ମଧ୍ୟ ରହିବ ।

ଏହି ସବୁ ଚାଣକ୍ୟ ନୀତି ମଧ୍ୟରୁ ବାଦଲରୁ ପଇସା କାରବାର ଶିଖିବା ନୀତି ଅନ୍ୟତମ । ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କେବଳ ଗୁଣବତ୍ତା ଏବଂ ଦକ୍ଷ ବ୍ୟକ୍ତିଙ୍କୁ ଟଙ୍କା ଦିଅନ୍ତି । ଯେଉଁ ବ୍ୟକ୍ତି ଗୁଣବାନ ନୁହେଁ ତାଙ୍କୁ ପଇସା ଦେବା ଠାରୁ ଦୂରେଇ ରହିବା ଉଚିତ । ଚାଣକ୍ୟ ନୀତି ଅନୁଯାୟୀ, କିଛି ନଭାବୀ ନଚିନ୍ତି କାହାକୁବି ଟଙ୍କା ଯଦି ଦେଇ ଦେଉଛନ୍ତି ତାହା ଧନହାନିର କାରଣ ହେଇଥାଏ । ଉଦାହରଣ ଦେଉଥିବା ଏକ ପଦରେ ଚାଣକ୍ୟ ବ୍ୟାଖ୍ୟା କରିଛନ୍ତି ଯେ ବାଦଲ ସମୁଦ୍ରରୁ ଜଳ ନେଇଥାଏ ଏବଂ ବର୍ଷା କରିଥାଏ ।

ଯେଉଁଥିପାଇଁ ଜନସାଧାରଣ ଉପକୃତ ହୁଅନ୍ତି । ଏହା ପରେ, ଏହି ଜଳ ପୁନର୍ବାର ବହୁଗୁଣିତ ହୋଇ ସମୁଦ୍ରକୁ ଯାଏ । ଚାଣକ୍ୟ କହିଛନ୍ତି ଯେ ଜଣେ ଯୋଗ୍ୟ ଏବଂ ବୁଦ୍ଧିମାନ ବ୍ୟକ୍ତିଙ୍କୁ ଧନ ଦେବା ଉଚିତ୍, ଯାହା ଫଳରେ କି ଆପଣଙ୍କ କଷ୍ଟ ଉପାର୍ଜିତ ଧାନ କେବେ ନଷ୍ଟ ହେବ ନାହିଁ । ଏହା ବହୁଗୁଣିତ ହେଇ ଆପଣଙ୍କ ପାଖକୁ ଫେରି ଆସିବ । ଜଣେ ଯୋଗ୍ୟ ବ୍ୟକ୍ତି ଟଙ୍କାର ସଦୁପଯୋଗ କରି ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିଥାଏ । ଚାଣକ୍ୟ କହିଛନ୍ତି ଯେ ଜଣେ ବୁଦ୍ଧିମାନ ବ୍ୟକ୍ତି ଭାଇ ଚିନ୍ତି ସର୍ବଦା ଭଲ କାମରେ ଟଙ୍କା ବିନିଯୋଗ କରିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।