ଏକତା ଅଭାବରୁ ଆମ ମାତୃଭୂମି ଭାରତ ବହୁ ବର୍ଷ ଧରି ଇଂରେଜଙ୍କ କବଳରେ ରହିଥିଲା । ଯାହାଫଳରେ ଦେଶକୁ ସ୍ଵାଧୀନ କରିବା ପାଇଁ ଅନେକ ସ୍ଵାଧୀନତା ସଂଗ୍ରାମୀ ନିଜ ପ୍ରାଣ ମଧ୍ୟ ବଳିଦାନ ଦେଇଥିଲେ । ଶେଷରେ ୧୫ ଅଗଷ୍ଟ ୧୯୪୬ରେ ଆମ ଦେଶ ସ୍ଵାଧୀନ ହୋଇଥିଲା । ତେଣୁ ପ୍ରତିବର୍ଷ ଆମ ଦେଶ ପାଇଁ ଜୀବନ ଦେଇଥିବା ମହାନ ବ୍ୟକ୍ତିଙ୍କ ବଳିଦାନ ଓ ସ୍ବାଧିନତାର ପ୍ରଥମ ଦିନକୁ ସ୍ମରଣ କରି ଆମେ ସ୍ଵାଧୀନତା ପାଳନ କରିଥାଉ । ତେବେ ଆସନ୍ତୁ ଜାଣିବା ଆମ ସ୍ଵାଧୀନତା ଦିବସ ସମ୍ପର୍କିତ କିଛି କୁଇଜ ।
୧- ଆମ ଦେଶ ଭାରତ କେବେ ସ୍ଵାଧୀନତା ଲାଭ କଲା ?
ଉ: ୧୯୪୭ ଅଗଷ୍ଟ ୧୫
୨- ୧୫ ଅଗଷ୍ଟ ୨୦୨୨ କୁ ଭାରତର ସ୍ଵାଧୀନତାକୁ କେତେ ବର୍ଷ ପୁରିବ ?
ଉ: ୭୫ ବର୍ଷ
୩- ୧୫ ଅଗଷ୍ଟ ୨୦୨୨ କୁ ଭାରତରେ କେତେ ତମ ସ୍ଵଶିନତ ଦିବସ ପାଳନ କରାଯିବ ?
ଉ: ୭୬ତମ
୪- ଆମ ଜାତୀୟ ପତାକାର ଡିଜାଇନ କିଏ ପ୍ରସ୍ତୁତ କରିଥିଲେ ?
ଉ: ପିଙ୍ଗଳୀ ଭେଙ୍କୟା
୫- ଭାରତର ଜାତୀୟ ପତାକାର ନାମ କଣ ?
ଉ: ତ୍ରିରଙ୍ଗା
୬- ସ୍ଵାଧୀନତା ଆନ୍ଦୋଳନରେ ଗାନ୍ଧୀଜୀ କେଉଁ ନୀତି ଆପଣେଇଥିଲେ ?
ଉ: ଅହିଂସା ନୀତି
୭- ଇଂରେଜ ଶାସନ ବିରୋଧରେ ପ୍ରଥମ ଆନ୍ଦୋଳନର ନାମ କଣ ଥିଲା ?
ଉ: ସିପାହୀ ବିଦ୍ରୋହ
୮- ସିପାହୀ ବିଦ୍ରୋହ କେବେ ହୋଇଥିଲା ?
ଉ: ୨୮ ମାର୍ଚ୍ଚ ୧୮୫୭
୯- ସିପାହୀ ବିଦ୍ରୋହର ନେତୃତ୍ଵ କିଏ ନେଇଥିଲେ ?
ଉ: ମଙ୍ଗଲ ପାଣ୍ଡେ
୧୦- ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉ: ପଣ୍ଡିତ ଜବାହାରଲାଲ ନେହେରୁ
୧୧- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?
ଉ: ଡଃ ରାଜେନ୍ଦ୍ର ପ୍ରସାଦ
୧୨- ଭାରତରେ ଭାରତଛାଡ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
ଉ: ୯ ଅଗଷ୍ଟ ୧୯୪୨
୧୩- ଗାନ୍ଧୀଜୀଙ୍କୁ ପ୍ରଥମେ କିଏ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ?
ଉ: ରବୀନ୍ଦ୍ରନାଥ ଠାକୁର
୧୪- ପ୍ରଥମ ସ୍ଵରାଜ ଦିବସ କେବେ ପାଳନ କରା ଯାଇଥିଲା ?
ଉ: ୨୬ ଜାନୁୟାରୀ ୧୯୩୦
୧୫- ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି- ଏକଥା କିଏ କହିଥିଲେ ?
ଉ: ସୁବାଷ ଚନ୍ଦ୍ର ବୋଷ
୧୬- ବିଶ୍ବରେ ଭାରତ ବ୍ଯତୀତ ଆଉ କେଉଁ ଦେଶରେ ୧୫ ଅଗଷ୍ଟରେ ସ୍ଵାଧୀନତା ଦିବସ ପାଳନ କରାଯାଏ ?
ଉ: ଦକ୍ଷିଣ କୋରିଆ
୧୭- ଦିଲ୍ଲୀର ପୁରାତନ ନାମ କଣ କଟିଲା ?
ଉ: ଇନ୍ଦ୍ରପ୍ରସ୍ଥ
୧୮- ଜାତୀୟ ପତାକା ତ୍ରିରଙ୍ଗାର ଲମ୍ବ ଓ ଓସାରର ଅନୁପାତ କେତେ ?
ଉ: ତିନି ଅନୁପାତ ଦୁଇ
୧୯- ଜାତୀୟ ପତାକାରେ ଥିବା ଚକ୍ରର ରଙ୍ଗ କଣ ?
ଉ: ଘନନୀଳ
୨୦- ଜାତୀୟ ପତାକାରେ ଥିବା ଚକ୍ର କେଉଁଥିରୁ ଅଣାଯାଇଛି ?
ଉ: ସାରନାଥ ଅଶୋକ ସ୍ତମ୍ଭରୁ
୨୧- ଜୟା ହିନ୍ଦ ସ୍ଲୋଗାନ କିଏ ଦେଇଥିଲେ ?
ଉ: ନେତାଜୀ ସୁବାଷ ଚନ୍ଦ୍ର ବୋଷ
୨୨- ୧୯୪୭ ଫେବୃୟାରୀରେ କେଉଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାରତକୁ ସ୍ଵାଧୀନତା ଦେବା ସମ୍ପର୍କରେ ଚୁଡାନ୍ତ ଘୋଷଣା କରିଥିଲେ ?
ଉ: କ୍ଲିମେଣ୍ଟ ଅଟ୍ଲି
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।