IND vs NZ ମ୍ଯାଚ ଚାଲିଥିବା ବେଳେ ସାମ୍ନାକୁ ଆସିଲା ନୂଆ ରେକର୍ଡ, Rohit, Kohli ଓ Pandya ସମସ୍ତଙ୍କୁ ପଛରେ ପକାଇଦେଲେ Suryakumar Yadav

ଟି20 ଫର୍ମାଟ ମ୍ଯାଚର ନୂଆ ବାଦଶାହ କୁହା ଯାଉଥିବା ସୂର୍ଯ୍ୟକୁମାର ଯାଦବ ତାଙ୍କ ବ୍ୟାଟିଂ ଷ୍ଟାଇଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛନ୍ତି । ICC ଟି20 ବିଶ୍ଵକପ ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛି ଭାରତ । ନ୍ୟୁଜିଲାଣ୍ଡ ସହ ଚାଲିଥିବା ତିନିଟିକିଆ ଟି20 ସିରିଜର ଦ୍ଵିତୀୟ ମ୍ଯାଚରେ ବୋଲରଙ୍କ ନିଦ ହଜେଇ ଦେଇଛନ୍ତି ଧୂଆଁଦାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ମାତ୍ର 51 ବଲରେ 111 ରନ୍ କରି ମ୍ଯାଚକୁ ଏକପ୍ରକାର ଏକତରଫା କରି ଦେଇଥିଲେ ସୂର୍ଯ୍ୟ ।

ଚଳିତ ବର୍ଷ ଲଗାତାର ଟି20 ସିରିଜର ମ୍ଯାଚ ଗୁଡିକରେ ଧୂଆଁଦାର ବ୍ୟାଟିଂ ପ୍ରଦର୍ଶନ କରି ଆସୁଛନ୍ତି ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର 1 ଜୁଲାଇ 2022 ରେ ଟି20 ଫର୍ମାଟରେ ନିଜ ନାଁରେ ସର୍ବାଧିକ 1029 ରନ୍ କରିଥିଲେ । ନଂ.2 ରେ ଥିଲେ ବିରାଟ କୋହଲି ଯିଏକି 712 ରନ୍ କରିଥିଲେ ଏବଂ 540 ରନ୍ କରି ନଂ.3 ରେ ରହିଥିଲେ ରୋହିତ ଶର୍ମା । ସୂର୍ଯ୍ୟକୁମାର ଯାଦବ 25ଟି ମ୍ଯାଚ ଖେଳି 51 ଆଭରେଜରେ 187 ଷ୍ଟ୍ରାଇକ ରେଟ ସହ 1029 ରନ୍ କରିଥିଲେ ।

ଷ୍ଟ୍ରାଇକ ରେଟ ମାମଲାରେ ବି ସବୁଠୁ ଆଗରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ । 1 ଜୁଲାଇ 2022 ପର୍ଯ୍ୟନ୍ତ ରେକର୍ଡ ଅନୁଯାୟୀ 187 ଷ୍ଟ୍ରାଇକ ରେଟ ସହ ସୂର୍ଯ୍ୟକୁମାର ପ୍ରଥମରେ ରହିଥିବା ବେଲେ 140.53 ଷ୍ଟ୍ରାଇକ ରେଟ ସହ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି ନଂ.2 ରେ । ସେହିପରି 137.40 ଷ୍ଟ୍ରାଇକ ରେଟ ସହ ରୋହିତ ଶର୍ମା ରହିଛନ୍ତି ନଂ.3 ରେ ।

ସେହିପରି 1 ଜୁଲାଇ 2022ଯାଏଁ ରେକର୍ଡ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବ ସର୍ବାଧିକ 96 ଚଉକା ଓ 58 ଛକା ମାରିଛନ୍ତି । ସେହିପରି ବିରାଟ କୋହଲି 58 ଚଉକା ଓ 25 ଛକା ମାରିଥିବା ବେଳେ ରୋହିତ ଶର୍ମା 55 ଚଉକା ଓ 27 ଛକା ମାରିଛନ୍ତି । ବିଶ୍ଵ କ୍ରିକେଟ ଟି20 ରାଙ୍କିଂରେ ସୂର୍ଯ୍ୟକୁମାର ବର୍ତ୍ତମାନ ନଂ.1ରେ ରହିଛନ୍ତି । ପାକିସ୍ତାନର ମହମ୍ମଦ ରିଜୱାନ ଓ ବାବର ଆଜମ ଯଥାକ୍ରମେ ନଂ.2 ଓ ନଂ.3 ରେ ଅଛନ୍ତି ।

ବର୍ତ୍ତମାନ ଟି20 ଫର୍ମାଟରେ ରହିଥିବା ସବୁ ରେକର୍ଡକୁ ନିଜ ନାଁରେ ହାସଲ କରି ଚାଲିଛନ୍ତି ସୂର୍ଯ୍ୟକୁମାର ଯାଦବ । ସବୁ ମ୍ଯାଚରେ ବଡ ଧମାକା କରି କ୍ରିକେଟପ୍ରେମୀଙ୍କ ସହ ବଡ ବଡ କ୍ରିକେଟ ବିଷାରଦଙ୍କର ମଧ୍ୟ ବୁଦ୍ଧି ହଜେଇ ଦେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।