IND vs ENG: ଦେଖନ୍ତୁ Ishan Kishan ଓ Pant ଙ୍କ ଧୂଆଁଧାର ବ୍ୟାଟିଂ ଦେଖି କିଛି ଏମିତି କହିଲେ Dhoni, ପୁଣି ଥରେ ଜିତିଲେ ହୃଦୟ

ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ପୂର୍ବରୁ ଗତକାଲି ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ୱାର୍ମ ଅଫ୍ ମ୍ଯାଚରେ ଭାରତୀୟ ଟିମ୍ ର ଧମାକାଦାର ବିଜୟ ପରେ ଟିମ୍ ର ସୁପରଷ୍ଟାର ଇଶାନ କିଶାନ ଓ ରିଷଭ ପନ୍ଥଙ୍କ ବିଷୟରେ ଧୋନି ଏକ ଖୁବ ବଡ ବୟାନ ଦେଇଥିଲେ । ଯାହା ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭାରତୀୟ ଟିମ୍ ର ଖତରନାକ ବିଜୟ ଓ ଏହି ଦୁହିଁଙ୍କ ବ୍ୟାଟିଂ ଉପରେ କଣ କହିଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ବୟାନ ଶୁଣିଲେ ଆପଣ ମଧ୍ୟ ତାଙ୍କୁ ସଲାମ କରିବେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ଅଭ୍ଯାସ ମ୍ଯାଚରେ ଉଭୟ ଟିମ୍ ନିଜର ସର୍ବୋତ୍ତମ ଖେଳାଳିଙ୍କ ସହ ମଇଦାନକୁ ଓହ୍ଲାଇ ଥିଲେ । କ୍ଯାପଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିର୍ଣ୍ଣୟ ନେଇଥିଲେ । ଇଂଲଣ୍ଡ ଟିମ୍ ଆଗକୁ ବଢିବା ପୂର୍ବରୁ ମହମ୍ମଦ ଶାମି ଜେସନ ରୟ ଓ ବଟଲର୍ ଙ୍କ ୱିକେଟ ନେଇ ଯାଇଥିଲେ । କିନ୍ତୁ ତାଙ୍କ ପରେ ଜନି ବେୟାରଷ୍ଟୋ, ମୋଇନ ଅଲ୍ଲୀ ଓ ଲିଭିଙ୍ଗଷ୍ଟୋନ ଆଦି ଖୁବ ଉତ୍ତମ ପ୍ରଦର୍ଶନ କରିଥିଲେ ।

୫ ୱିକେଟ ହରାଇ ଇଂଲଣ୍ଡ ୧୮୮ ରନ୍ କରିଥିଲା ଏବଂ ଜିତିବା ପାଇଁ ଭାରତ ଆଗରେ ୧୮୯ ରନ୍ ର ଲକ୍ଷ୍ୟ ଥିଲା । ଲକ୍ଷ୍ୟ ସେତେ ସହଜ ନଥିଲେ ମଧ୍ୟ ଓପନର କେଏଲ ରାହୁଲ ଓ ଇଶାନ କିଶାନ ଖୁବ ଦକ୍ଷତାର ସହ ଖେଳିଥିଲେ । ମାତ୍ର ୨୪ ବଲ୍ ରେ ୫୧ ରନ୍ କରି କେଏଲ ରାହୁଲ ଆଉଟ ହେବା ପରେ ଇଶାନ କିଶାନ ୪୬ ବଲ୍ ରେ ୭୦ ରନ୍ ପର୍ଯ୍ୟନ୍ତ କରି ପକାଇଥିଲେ । ବିରାଟ କୋହଲି ମାତ୍ର ୧୧ ରନ୍ କରି ଆଉଟ ହେବା ପରେ ରିଷଭ ପନ୍ଥ ବଡ ବଡ ସଟ୍ ମାରି ଟିମ୍ କୁ ବିଜୟ ଲକ୍ଷ୍ୟରେ କଢାଇ ନେଇଥିଲେ ।

ଶେଷ ବଲ୍ ରେ ଶାନଦାର ଛକା ମାରି ସେ ଟିମ୍ କୁ ଜିତାଇ ଦେଇଥିଲେ । ଏହା ମଧ୍ୟରେ ପାଣ୍ଡ୍ୟା ମଧ୍ୟ ଆସି ଖୁବ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ପନ୍ଥଙ୍କ ପ୍ରଦର୍ଶନ ଖୁବ ପ୍ରଶଂସଯୋଗ୍ୟ ଥିଲା । ତେବେ ବିଜୟ ପରେ ଦୁହିଁ ୱିକେଟକିପର୍ ଙ୍କ ଶାନଦାର ପ୍ରଦର୍ଶନ ଦେଖି ଧୋନି କହିଥିଲେ, “ଏହା ଖୁବ ଶାନଦାର ବିଜୟ ଅଟେ । ଏଥିରୁ ଜଣାପଡୁଛି କେଉଁ ଖେଳାଳି କେମିତି ଫର୍ମରେ ଅଛନ୍ତି । ଏହି ମୁକାବିଲାରେ ଟିମ୍ ବିଲକୁଲ ଏକଜୁଟ ହୋଇ ପ୍ରଦର୍ଶନ କରିଥିଲେ ।

ସବୁ ଖେଳାଳି ନିଜ ଦାୟିତ୍ଵ ଖୁବ ଭଲ ଭାବେ ତୁଲାଇଛନ୍ତି ଓ ଟିମ୍ ର ଦୁଇ ୱିକେଟକିପର ଇଶାନ କିଶାନ ଓ ରିଷଭ ପନ୍ଥ ଖୁବ ପ୍ରଶଂସାଯୋଗ୍ୟ । ଓପନର ଦୁଇଜଣଙ୍କ ପ୍ରଦର୍ଶନରେ ଟିମ୍ କୁ ଖୁବ କନଫିଡେନ୍ସ ମିଳିଥିଲା । ମୁଁ ବହୁତ ଖୁସି କି ଟିମ୍ ର ଯୁବା ଖେଳାଳି ଟିମ୍ କୁ ୱାର୍ଲ୍ଡ କପ୍ ସ୍ତରରେ ଜିତାଉଛନ୍ତି । ଏହା ଏକ ଅଭ୍ୟାସ ମ୍ଯାଚ ଥିଲେ ମଧ୍ୟ ଏଥିରୁ ହିଁ ଟିମ୍ ର ଛବି ପ୍ରକାଶ ପାଉଛି ।

ମୋର ବିଶ୍ବାସ କି ଈଶାନ କିଷାନ ଓ ରିଷଭ ପନ୍ଥ ଏହିଭଳି ବ୍ୟାଟିଂ ଆଗକୁ ମଧ୍ୟ ଜାରି ରଖିବେ ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।