ସର୍ଚ ଅପରେଶନ ବେଳେ ହେଲା ଆଉ ଏକ ଆଇଇଡ଼ି ଧମାକା…. ସେନାର ମେଜର ସହିଦ

ତେବେ ଗତ ଗୁରୁବାର ଦିନ ହୋଇଥିବା ଟେରରିସ୍ଟ ବା ଆତଙ୍କି ଆକ୍ରମଣକୁ ନେଇ ଏବେ ସାରା ଦେଶରେ ଶୋକର ଛାୟା ଖେଳିଥିବା ବେଳେ, ଏବେ ଏବେ କାଶ୍ମୀର ରୁ ବଡ ଖବର ଆସୁଛି କି LOCର ରାଜୋରି ରେ ପୁଣି ଏକ ବଡ ଧମାକା ହୋଇଛି । ଏହି ବିସ୍ଫୋରଣରେ ସେନାର ଜଣେ ମେଜର ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନ ସମୟରେ ଏହି ଧମାକା ହୋଇଛି ।

ତେବେ ପୂର୍ବ ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ରୁ ଅଧିକ ସିଆରପିଏଫ ଯବାନଙ୍କର ମୃତ୍ୟୁ ହେବା ସହ ଅନେକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।  ଏହି ଆକ୍ରମଣ ଗତକାଲି ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଯାଇଛି, ଯେଉଁଥିରେ ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲେ ।

ସେହି ଆକ୍ରମଣ ପରେ ଏବେ ବାନ୍ଦିପୁରା ରେ ଏକ ଧଳା ରଙ୍ଗର ଟାଟା ସୁମୋ ରେ ଆତଙ୍କବଦୀ ଦେଖା ଯାଇଛନ୍ତି । ଯବାନ ସେହି ଗାଡି ପଛରେ ଗୋଡାଇଛନ୍ତି । ଏହି ଘଟଣା ପରେ ପୁରା କାଶ୍ମୀର ରେ ହାଇ ଏଲର୍ଟ ଜାରି କରାଯାଇଛି । ମୋଦୀ ସରକାର ଆତଙ୍କବାଦୀଙ୍କୁ ଦେଖୁ ଦେଖୁ ହିଁ ଗୁଳି ମାରିବାକୁ ଆଦେଶ ଦେଇଛନ୍ତି ।

ପୁଲୱାମା ଆକ୍ରମଣ ଉପରେ ଚର୍ଚ୍ଚାରୁ ଆତଙ୍କବାଦୀଙ୍କ ଗୁପ୍ତ ଚକ୍ରାନ୍ତ ବିଷୟରେ ଜଣାପଡୁଛି। ଏନଆଇଏ ର ତଦନ୍ତରୁ ଜଣ ପଡିଛି କି ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥ ରେ ୨୦ ରୁ ୨୫ କିଲୋମିଟର ଭିତରେ ଆତଙ୍କବାଦୀମାନେ ରହୁଛନ୍ତି । ଏବେ ସେନା ଓ ସୁରକ୍ଷା ଏଜେନ୍ସି ର ନଜର ସେମାନଙ୍କ ସେହି ଆଡ୍ଡା ଉପରେ ଅଛି। ସେଠାରେ ଜୈସର କେତେ ଗୁଡିଏ ଆତଙ୍କବାଦୀ ଲୁଚି ଥିବାର ଖବର ଅଛି । ସେହି ସ୍ଥାନ ପମ୍ପୋରରୁ ପୁଲୱାମା ମଝିରେ ଅଛି ।

ସୁରକ୍ଷାବଳ ସେହି ସ୍ଥାନ ମଝିରେ ଥିବା ଗାଁରେ ବଡ ଧରଣର ତଲାସି ଆରମ୍ଭ କରିସାରିଲେଣି । ସେମାନଙ୍କୁ ଏହି ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ରାଶିଦ ଗଜି ଓ କାମରାନ ର ତଲାସ ଅଛି । କୁହାଯାଉଛି କି ରାଶିଦ ଗାଜି ହିଁ ଆକ୍ରମଣକାରୀ ଆଦିଲ ଦାର କୁ ବିସ୍ଫୋଟକ ଲଗାଇବା ଏବଂ ତାକୁ ଫଟାଇବାର ଟ୍ରେନିଙ୍ଗ ଦେଇଥିଲା ।

ଖବର ଆସୁଛି କି ଆଜି ସକାଳେ PM ମୋଦୀ କୈବିନେଟ ସୁରକ୍ଷା ସମୀତିର ବୈଠକ କରିବେ । କୁହାଯାଉଛି କି ଏହି ବୈଠକରେ ମୋଦୀ ପାକିସ୍ତାନ ବିରୁଦ୍ଧରେ ଏକ ବଡ ନିଷ୍ପତି ନେବାକୁ ଯାଉଛନ୍ତି । ଅନ୍ୟ ପଟେ ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି କାଶ୍ମୀର ଯିବେ । ଏହି କଥା ବିଷୟରେ ସେ ଗୃହ ସଚିବ ଏବଂ ଜମ୍ମୂ କଶ୍ମୀରର ରାଜ୍ୟପାଲଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।