ପୁଲୱାମା ଆଟାକ ପରେ ପାକିସ୍ତାନ ଖବର କାଗଜ ଲେଖିଲା ଏମିତି ଲଜ୍ୟାଜନକ କଥା, ରାଗିକି ନିଆଁ ବର୍ତ୍ତମାନ ପୁରା ଦେଶ, ଦେଖନ୍ତୁ ଓ ଶେୟର କରି ସମସ୍ତଙ୍କୁ ଦେଖାନ୍ତୁ

ଗୁରୁବାରକୁ ଜମ୍ମୁ କାଶ୍ମୀର ରେ ହୋଇଥିବା ଆକ୍ରମଣ ପରେ ହାରାହାରି 40 ରୁ ଅଧିକ ଯବାନ ସହିଦ ହୋଇ ସାରିଛନ୍ତି ଯେଉଁଠି ଏବେ ବି 50ରୁ ଅଧିକ ଯବାନ ଘାୟଲ ଅବସ୍ଥାରେ ଅଛନ୍ତି । ଏହି ଆକ୍ରମଣ ପୁରା ଦେଶର ମୂଳଦୁଆକୁ ହଲାଇ ଦେଇଛି । ଯାହା କାରଣରୁ ଲୋକ ନିଜର ହିଂସା ଦେଖାଉଛନ୍ତି । ସୋସିଆଲ ମିଡିଆରେ ସାଧାରଣ ଜନତା ଠୁ ବଡ ବଡ ନେତା ଅଭିନେତା କ୍ରିକେଟର ପର୍ଯ୍ୟନ୍ତ ଏହି ଘଟଣା କୁ ନେଇ ନିଜର ଦୁଃଖ ପ୍ରକାଶ କରୁଛନ୍ତି ।

କିଛି ଲୋକ ଏହି ଆକ୍ରମଣକୁ ସରକାରଙ୍କର ରାଜନୀତି ର ଏକ ଅଂଶ ବୋଲି ଜଣାଉଛନ୍ତି, ଆଉ କିଛି ଏହାକୁ ପାକିସ୍ଥାନ ର ଷଡଯନ୍ତ୍ର ବୋଲି ଭାବୁଛନ୍ତି । କେବଳ ଏତିକି ନୁହେଁ ଯଦି ଆପଣ ପାକିସ୍ଥାନ ର ନ୍ୟୁଜ ପେପର ଉପରେ ଦୃଷ୍ଟି ପକାଇବେ ତେବେ ଆପଣଙ୍କୁ ତାଙ୍କର ଚିନ୍ତାଧାରା ଓ ଲକ୍ଷ ସ୍ପଷ୍ଟ ଭାବେ ଜଣାପଡିବ ।

ଭାରତ ପାଇଁ ଗୁରୁବାର ଶୋକରେ ବଦଳିଗଲା । ଏହି ବିଷୟରେ ଯେଉଁଠି କିଛି ଦେଶ ଦୁଃଖ ପ୍ରକାଶ କରନ୍ତି ସେଇଠି ଅନ୍ୟ ପକ୍ଷରେ ପାକିସ୍ଥାନ ଖବର କାଗଜରେ ଆକ୍ରମଣକୁ ନେଇ ଅଲଗା ଅଲଗା ପ୍ରତିକ୍ରିୟା ଦେଖିବାକୁ ମିଳିଲା । ପାକିସ୍ଥାନ ର ଗୋଟିଏ ଖବର କାଗଜ “ଦ ନେସନ” ଭାରତର ସନ୍ଦେହ କୁ ସତ କରି ଦେଖାଇଛି । ଏହାର ହେଡଲାଇନ ରେ ପାକିସ୍ଥାନ ମିଡିଆ ରିପୋର୍ଟର ଲେଖିଛି କି “ସ୍ଵାଧୀନତା ପାଇଁ ଲଢୁଥିବା ଲୋକ ଆକ୍ରମଣ କଲେ, ଭାରତ ଅଧିକୃତ କାଶ୍ମୀର ରେ 44 ସୈନିକଙ୍କର ମୃତ୍ୟୁ”

ଆଉ ଏକ ଖବର କାଗଜ ପାକିସ୍ଥାନ ଆବ୍ଜର୍ବର ଏହି ଆକ୍ରମଣ କୁ ନେଇ ଲେଖିଛି କି, “ଭାରତ ଅଧିକୃତ କାଶ୍ମୀର ରେ ହୋଇଥିବା ବିସ୍ପୋଟ ରେ 44 ସୈନିକଙ୍କର ମୃତ୍ୟୁ, ଡର୍ଜନ ଘାୟଲ । ଏହା ସହିତ ଆଉ ଏକ ଖବର କାଗଜ ଲେଖିଲା କି “ଦେଖିବାକୁ ଗଲେ ଗତ 2 ବର୍ଷରେ ଏହି ଆକ୍ରମଣ ଭାରତୀୟ ସୈନିକଙ୍କ ଉପରେ ସବୁଠୁ ବଡ ଓ ଘାତକ ଆକ୍ରମଣ ଅଟେ” । ବିସ୍ପୋଟ ଏତେ ବଡ ଥିଲା କି ଯାହାର ଶବ୍ଦ ବହୁତ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଲା । ‘ଦ ଡନ” ନାମକ ଖବର କାଗଜରେ କୁହାଗଲା କି “କାଶ୍ମୀର ଆକ୍ରମଣରେ 44 ଭାରତୀୟ ଯବାନଙ୍କର ମୃତ୍ୟୁ” ଓ ‘ଦ ଟ୍ରିବ୍ୟୁନ’ ଖବର କାଗଜ ହେଡଲାଇନ ରେ ଲେଖିଲା କି, “କାଶ୍ମୀର ରେ 44 ଭାରତୀୟ ସୈନିକଙ୍କର ସ୍ଵିସାଇଡ ଆଟାକ ରେ ମୃତ୍ୟୁ” ।

ଏହି ମାମଲାରେ ପାକିସ୍ଥାନ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଯାଇ କହିଛି କି ଭାରତ ଉପରେ ପୁଲବାମା ଆକ୍ରମଣ ଚିନ୍ତାର ବିଷୟ ଅଟେ କିନ୍ତୁ ବିନା କୌଣସି ପ୍ରମାଣରେ ଆକ୍ରମଣ ର ସମ୍ବନ୍ଧ ପାକିସ୍ଥାନ ସହିତ ଯୋଡିବା ମିଥ୍ୟା ଆରୋପ ଅଟେ । ଜଣାଇ ଦେଉଛୁ କି ଏହି ଆକ୍ରମଣ ର ଦ୍ଵାଇତ୍ଵ ଆତଙ୍କି ସଂଗଠନ “ଜୈସ ଏ ମହମ୍ମଦ” ନେଇଛି ଯାହାର ମୁଖ୍ୟ ମସୁଦ ଅଜହର ପାକିସ୍ଥାନ ରେ ଲୁଚି ବସିଛି ।

ଆଗକୁ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।