୨ ବର୍ଷ ପୂର୍ବେ ହୋଇଥିଲା ବିବାହ…୨ ମାସର ଝିଅର ମୁହଁ ଟିକେବି ଦେଖି ପାରିଲେ ନାହିଁ ସହିଦ ରୋହିତାଶ

ଯବାନ ରୋହିତାଶ ଲାମ୍ବା ଗୁରୁବାରକୁ ହୋଇଥିବା ଜାମୁ କାଶ୍ମୀର ଆକ୍ରମଣରେ ସହିଦ ହୋଇଗଲେ । ପ୍ରାଣାହୁତି ର ସୂଚନା ମିଳିବା ପରେ ଗୁରୁବାର ରାତିରେ ଜୟପୁର ପାଖରେ ଥିବା ତାଙ୍କର ପୁରା ଗାଁ ରେ କାହାରି ଘରେ ଚୁଲି ମଧ୍ୟ ଜଳି ନଥିଲା । ଲୋକମାନେ ଘରୁ ବାହାରି ଆସି ବାହାରେ ମନ୍ଦିର ଓ ଟୁଙ୍ଗି ମାନଙ୍କରେ ରାତି ସାରା ଆଲୁଅ ଜଳାଇ ବସି ରହିଥିଲେ । ରୋହିତାଶ ଗୁରୁବାର ଦିନ 12 ଟା ବେଳେ ତାଙ୍କ ପତ୍ନୀ ମଞ୍ଜୁ ଦେବୀଙ୍କ ସହ କଥା ହୋଇଥିଲେ ।

ମଞ୍ଜୁ କହିଥିଲେ କି ସେ ଡିଉଟି କୁ ଯାଉଥିଲେ । ଥଣ୍ଡା ଅଧିକ ପଡିବାରୁ ପୂର୍ବ ଦିନରୁ କିଛି ଖାଇ ନଥିଲେ । ପାଣି ମଧ୍ୟ ପିଇ ନଥିଲେ, କେବଳ ଚା’ ପିଇଥିଲେ । ସେ ପତ୍ନୀ ମଞ୍ଜୁଙ୍କୁ ପିଲାମାନଙ୍କର ଯତ୍ନ ନେବା ପାଇଁ କହିଥିଲେ ।

ଦୁଇ ବର୍ଷ ପୂର୍ବେ ହୋଇଥିଲା ଦୁଇ ଭାଇଙ୍କର ବିବାହ

ରୋହିତାଶ ଓ ତାଙ୍କ ସାନ ଭାଇ ଜିତେନ୍ଦ୍ରଙ୍କର ଏକା ସହିତ 4 ମଇ 2017 ରେ ବିବାହ ହୋଇଥିଲା । ରୋହିତାଶଙ୍କ ପତ୍ନୀ ମଞ୍ଜୁ ଦେବୀଙ୍କର 10 ଡିସେମ୍ବର ରେ ପୁଅ ଧୃବଙ୍କର ଜନ୍ମ ହୋଇଥିଲା । ସାନ ଭାଇ ଜିତେନ୍ଦ୍ରଙ୍କ ପତ୍ନୀ ହଁସାଙ୍କର 4 ଅକ୍ଟୋବର ରେ ଝିଅ ତନବୀ ଙ୍କର ଜନ୍ମ ହୋଇଥିଲା । ନିଜ ପୁଅ ଧୃବ ଙ୍କ ଜନ୍ମ ପାଇଁ ଓ ନିଜ ଝିଆରୀ ତନବୀ ଙ୍କ ଜନ୍ମ ପାଇଁ ରୋହିତାଶ ସୋସିଆଲ ମିଡିଆରେ ଖୁସି ଦର୍ଶାଇ ଥିଲେ । ରୋହିତାଶ ଙ୍କୁ ଛୁଟି ମିଳିଲା ନାହିଁ ବୋଲି ସେ ଝିଅର ମୁହଁ ଦେଖି ପାରି ନଥିଲେ ।

2011 ରେ ସିଆରପିଏଫ ରେ ଭର୍ତ୍ତି ହୋଇଥିଲେ

ରୋହିତାଶଙ୍କୁ  2011 ରେ ସିଆରପିଏଫ ରେ ଚୟନ କରା ଯାଇଥିଲା । 2013 ରେ ପ୍ରଶିକ୍ଷଣ ପରେ ଡିଉଟି ଜଏନ କରିଥିଲେ । ରୋହିତାଶଙ୍କର ବିନମ୍ର ବ୍ୟବହାର ଓ ସ୍ଵଚ୍ଛ ଛବି କାରଣରୁ ସବୁବେଳେ ଅଧିକାରୀଙ୍କ ପାଖରେ ହିଁ ଡିଉଟି ରହୁଥିଲା । ଏ ଥରକ ପ୍ରଥମ ଥର ପାଇଁ ସେ ଅପରେସନ ରେ ଯାଉଥିଲେ । ରୋହିତାଶଙ୍କ ପରିବାରରେ ପିତା ବାବୁଲାଲ ଲାମ୍ବା(70), ମାତା ଘିନ୍ସିଦେବୀ(65), ଭଉଣୀ ହଁସା ଦେବୀ(35), ଓ ସନ୍ତରା ଦେବୀ(32)ଙ୍କର ବିବାହ ଖେଜରୋଲି ରେ ହୋଇଥିଲା ତଥା ସାନ ଭଉଣୀ ସପନା(24)ଙ୍କର ବିବାହ ଭୂତେଡା ରେ ହୋଇଥିଲା । ଛୋଟ ଭାଇ ଜିତେନ୍ଦ୍ର ଅଟେ ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।