ଇଏ କି ମାସ୍କ ! IPL ଇତିହାସରେ ପ୍ରଥମ, CSK ସହ ମ୍ୟାଚ ବେଳେ Rishi Dhawan ଏମିତି ଅଜବ ମାସ୍କ ପିନ୍ଧି କାହିଁକି ଖେଳିଲେ ?

ଆଇପିଏଲ କୁ ଆରମ୍ଭ ହେବାର ପ୍ରାୟ ୧୫ ବର୍ଷ ବିତିଗଲାଣି । ଆଇପିଏଲ ର ପ୍ରତ୍ଯେକ ସିଜିନର ପ୍ରତି ମ୍ଯାଚରେ କିଛି ନା କିଛି ନୂଆ ଦେଖିବାକୁ ମିଳେ । କିନ୍ତୁ ସୋମବାର ଦିନ ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ମ୍ଯାଚରେ ଯାହା ଦେଖିବାକୁ ମିଳିଥିଲା ତାହା ଆଇପିଏଲ ଇତିହାସରେ ଏ ପର୍ଯ୍ୟନ୍ତ ହୋଇ ନଥିଲା । ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ରିଷି ଧାବନ ମ୍ଯାଚ ବେଳେ ଏକ ଅଲଗା କିସମର ମାସ୍କ ପିନ୍ଧି ଖେଳୁଥିବାର ଦେଖିବାକୁ ମିଳିଥିଲା । ଯାହାପରେ ଏହାକୁ ନେଇ ଚର୍ଚ୍ଚା ଥମୁନାହିଁ ।

ପଞ୍ଜାବ ଏହି ମ୍ଯାଚ ଜିତିବା ପରେ ଓ ରିଷି ଧାବନ ଭଲ ପ୍ରଦର୍ଶନ କରିବା ପରେ ବି ରିଷି ଧାବନଙ୍କ ମାସ୍କକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ତେବେ ଚାଲନ୍ତୁ ଜାଣିବା ରିଷି ଧାବନ ଏଭଳି ମାସ୍କ ପିନ୍ଧି ଖେଳିବାର କଣ କାରଣ ଥିଲା । କ୍ରିକେଟ ଖେଳିବା ବେଳେ ନିଜ ଶରୀରକୁ ଆଘାତ ଲାଗିବାରୁ ରକ୍ଷା କରିବା ପାଇଁ ସବୁ ଖେଳାଇ ହେଲମେଟ ଓ ପ୍ୟାଡ ଭଳି ପ୍ରୋଟେକ୍ସନ ଗିୟର ସବୁ ପିନ୍ଧିଥାନ୍ତି । କିନ୍ତୁ ଆଇପିଏଲ ଇତିହାସରେ ପ୍ରଥମ ଥର କୌଣସି ବୋଲରଙ୍କୁ ଫେସ୍ ଶିଲ୍ଡ ପିନ୍ଧି ବୋଲିଂ କରୁଥିବାର ଦେଖିବାକୁ ମିଳିଛି ।

ଏହି ବୋଲର ରିଷି ଧାବନ ପ୍ରାୟ ୬ ବର୍ଷ ପରେ ପୁଣି ଥରେ ଆଇପିଏଲ ଖେଳିବାର ଦେଖିବାକୁ ମିଳୁଛି । ଚେନ୍ନାଇ ସହ ପଞ୍ଜାବ ମ୍ଯାଚରେ ପଞ୍ଜାବ ୧୧ ରନ୍ ରେ ଶାନଦାର ବିଜୟ ହାସଲ କରିଥିଲା । ରିଷି ଧାବନ ମଧ୍ୟ ଏହି ମ୍ଯାଚରେ ଖୁବ ଆଖି ଦୃଷ୍ଟିଆ ପ୍ରଦର୍ଶନ କରିଥିଲେ । ତଥାପି ରିଷି ଧାବନଙ୍କ ମାସ୍କ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ।

ମ୍ଯାଚରେ ରିଷି ଧାବନ ଯେତେବେଳେ ବୋଲିଂ କରିବାକୁ ଆସିଲେ ତାଙ୍କୁ ଦେଖି ଲାଗୁଥିଲା ସତେ ଯେମିତି ସେ କରୋନାରୁ ବଞ୍ଚିବା ପାଇଁ ଫେସ୍ ମାସ୍କ ପିନ୍ଧି ଆସିଛନ୍ତି । କିନ୍ତୁ ଅସଲରେ ରିଷି ନିଜ ଚେହେରାକୁ ଆଘାତରୁ ବଞ୍ଚେଇବା ପାଇଁ ଏହି ମସ୍କ ପିନ୍ଧିଥିବା ଜଣାପଡିଛି । ଆପଣଙ୍କୁ ଜଣାଇ ଦେଉଛି ଯେ କିଛିଦିନ ପୂର୍ବେ ରଣଜୀ ଟ୍ରଫିର ଏକ ମ୍ଯାଚ ବେଳେ ରିଷି ଧାବନଙ୍କ ନାକରେ ବଲ୍ ଦ୍ଵାରା ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ନିଜ ନାକ ସର୍ଜରୀ କରିବାକୁ ପଡିଥିଲା ।

ତେଣୁ ଖେଳିବା ବେଳେ ପୁଣି ଥରେ ଯେମିତି ନାକରେ ଆଘାତ ନ ଲାଗେ ସେଥିପାଇଁ ରିଷି ଧାବନ ଏହି ଫେସ୍ ଶିଲ୍ଡ ପିନ୍ଧିଥିବା ଜଣାପଡିଛି । ଆଇପିଏଲ ୨୦୨୨ ର ମେଗା ଅକ୍ସନରେ ପଞ୍ଜାବ କିଙ୍ଗସ୍ ରିଷି ଧାବନଙ୍କୁ ୫୫ ଲକ୍ଷରେ କିଣିଥିଲା ।

ଘରୋଇ କ୍ରିକେଟରେ ଚମତ୍କାରୀ ପ୍ରଦର୍ଶନ ଦେଖି ରିଷି ଧାବନ ଭାରତୀୟ କ୍ରିକେଟ ଦଳରେ ମଧ୍ୟ ସାମିଲ ହୋଇ ପାରିଥିଲେ । ଏବେ ସେ ହିମାଚଳ ପ୍ରଦେଶ ତରଫରୁ ଘରୋଇ କ୍ରିକେଟ ଖେଳୁଛନ୍ତି । ପଞ୍ଜାବରୁ ସେ ପ୍ରଥମେ ଆଇପିଏଲ ଖେଳିଥିଲେ ଓ କଲିକତା ଦଳ ପାଇଁ ମଧ୍ୟ କିଛି ବର୍ଷ ଆଇପିଏଲ ଖେଳିଥିଲେ । ଆଉ ୫ ବର୍ଷ ବିରତି ନେବା ପରେ ଏଥର ଚେନ୍ନାଇ ବିପକ୍ଷରେ ରିଷି ଧାବନ ଚମତ୍କାରୀ ପ୍ରଦର୍ଶନ କରି ଦେଖାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।