ମେଷ ରାଶି (Aries) ମଇ ମାସର ମାସିକ ରାଶିଫଳ 2022, କଣ ରହିଛି ଶୁଭ ସଙ୍କେତ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଆଜି ଆମେ ଆପଣଙ୍କୁ ମେଷ ରାଶି ପାଇଁ ୨୦୨୨ ମଇ ମାସଟି କିପରି ରହିବ ତାହା ଜଣାଇବାକୁ ଯାଉଛୁ । ଏହି ମାସିକ ରାଶିଫଳ ଗ୍ରହ ମାନଙ୍କର ସ୍ଥିତି ଓ ଚଳନକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ସ୍ଥିତି ଓ ଚାଳନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ତେବେ ଚାଲନ୍ତୁ ଜାଣିବା ମେଷ ରାଶିର ମାସିକ ରାଶିଫଳ ଏବଂ ଅଶୁଭ ଖଣ୍ଡନର ପ୍ରତିକାର କଣ କରିବେ ।

ମେଷ ରାଶିର ଶୁଭରଙ୍ଗ ନାଲି ହୋଇଥିବାରୁ ଯେକୌଣସି ଶୁଭ କାର୍ଯ୍ୟ ପାଇଁ ଏହି ରଙ୍ଗର ବସ୍ତୁ ବା ବସ୍ତ୍ର ପ୍ରୟୋଗ କଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତି ହେବ । ସୋମବାର, ମଙ୍ଗଳବାର ଓ ଗୁରୁବାର ହେଉଛି ଶୁଭବାର । ଶିବ, ଭୈରବ ଓ ହନୁମାନ ହେଉଛନ୍ତି ଶୁଭ ଦେବତା ଏବଂ ଶୁଭ ଦେବୀ ହେଉଛନ୍ତି ମା ମଙ୍ଗଳା । ଶୁଭ ସଂଖ୍ୟା ହେଉଛି ୯ ଏବଂ ପ୍ରତ୍ଯେକ ମାସର ୯, ୧୮ ଏବଂ ୨୭ ତାରିଖ ହେଉଛି ରାଶିର ଶୁଭ ତାରିଖ । ଏହି ତାରିଖରେ ଶୁଭ କାର୍ଯ୍ୟ ଆରମ୍ଭ କଲେ ନିଶ୍ଚିତ ଶୁଭଫଳ ମିଳିଥାଏ ।

ମେଷ ରାଶି ପାଇଁ ୨୦୨୨ ମସିହା ମଇ ମାସ କିଛି କ୍ଷେତ୍ରରେ ସଫଳତା ପ୍ରଦାନ କରିବାକୁ ଯାଉଛି । ଚାକିରି କ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଂଘର୍ଷର ସାମ୍ନା କରିବାକୁ ପଡିବ । କିନ୍ତୁ ଯେଉଁମାନେ ବିଦେଶରେ ରହି ପଢୁଛନ୍ତି ସେମାନଙ୍କ ପାଇଁ ସମୟଟି ଉତ୍ତମ ଅନୁକୂଳ ରହିଛି । କ୍ଯାରିୟର ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ ।

କାର୍ଯ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ପରିଶ୍ରମ କରିବାକୁ ହେବ, କିନ୍ତୁ ପରିଶ୍ରମର ସକାରାତ୍ମକ ଫଳ ଆପଣଙ୍କୁ ପ୍ରାପ୍ତ ହେବ । ମାସର ଉତ୍ତାରାର୍ଦ୍ଧରେ ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ । ବାଣିଜ୍ୟ ବ୍ୟବସାୟରେ ଥିବା ବ୍ୟକ୍ତିବିଶେଷଙ୍କୁ ସଫଳତା ମିଳିବ ଓ ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ବ୍ୟବସାୟକୁ ନେଇ ଯଦି କୌଣସି ଯାତ୍ରା କରୁଛନ୍ତି ତେବେ ତାହା ନିଶ୍ଚିତ ସଫଳ ହେବ ।

କିନ୍ତୁ ବ୍ୟବସାୟରେ କୌଣସି ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ, ନଚେତ କ୍ଷତିରେ ପଡିପାରନ୍ତି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ବେଶ ଅନୁକୂଳ ରହିବ । ଆମଦାନୀରେ ବୃଦ୍ଧି ଘଟୁଥିଲେ ମଧ୍ୟ ସଞ୍ଚିତ ଧନରେ ହାନି ହେବାର ଆଶଙ୍କା ରହିଛି । ନୂଆ ଯୋଜନା ସହ ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଉତ୍ତମ ରହିଛି ।

ପ୍ରେମୀଙ୍କ ସହ ସମ୍ପର୍କ ମଜବୁତ ହେବ କିନ୍ତୁ କିଛି ମନୋମାଳିନ୍ୟ ମଧ୍ୟ ଦେଖା ଦେଇପାରେ । ପତି-ପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ ଓ ବୈବାହିକ ଜୀବନ ମଧ୍ୟ ବେଶ ସୁଖମୟ ହେବ । ପାରିବାରିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ସଂଘର୍ଷ ପୂର୍ଣ୍ଣ ରହିପାରେ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ମାସଟି ମଧ୍ୟମ ଧରଣର ରହିବ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ ଓ ତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଏହାସହ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ ଦେଖିବେ ନିଶ୍ଚିତ ଶୁଭଫଳ ପ୍ରାପ୍ତି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।