କଣ ଭାରତର ବାୟୁ ସେନା ଓ ନୌସେନା ପାଇଁ ଆମେରିକାରୁ ଏଫ/ଏ – ୧୮ ସୁପର ହର୍ନେଟ କିଣା ଯିବ ? ଜାଣନ୍ତୁ ପୁରା ଖବର

ଭାରତ ସରକାର ବାୟୁ ସେନା ଓ ନୌସେନା ଫାଇଟର ଫୀଲ୍ଡକୁ ମଜବୁତ କରିବା ପାଇଁ ଦୁଇଟି ଟେଣ୍ଡରକୁ ଅନୁମତି ଦିଆ ଯାଇଛି । ଯେଉଁଥିରେ ବାୟୁସେନା ପାଇଁ ୧୧୪ଟି ଫାଇଟର ଏୟାରକ୍ରାଫ୍ଟ କ୍ରୟ କରାଯିବ ଓ ନୌସେନା ପାଇଁ ପାଖାପାଖି ୫୭ଟି ନୂଆ ଏୟାରକ୍ରାଫ୍ଟ କ୍ରୟ କରାଯିବ । କିନ୍ତୁ ଏହି ସମସ୍ତ ଏୟାରକ୍ରାଫ୍ଟକୁ ମଧ୍ୟରେ ବୋଇଙ୍ଗର ଏଫ/ଏ – ୧୮ ସୁପର ହର୍ନେଟକୁ ଅଧିକ ମହତ୍ଵ ଦିଆ ଯାଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ ତଥ୍ୟ ଦେବୁ ।

୨୦୦୫ରୁ ଆମେରିକାର କମ୍ପାନୀ ବୋଇଙ୍ଗ ଦ୍ଵାରା ଭାରତର ମଲ୍ଟି ବିଲିୟନ ଡଲାର ଟେଣ୍ଡରକୁ ହାସଲ କରିବା ପାଇଁ ଭରପୁର ପ୍ରୟାସ କରା ଯାଉଛି । ଏହି ଟେଣ୍ଡରର ମୂଲ୍ୟ ପାଖାପାଖି ୧୮ରୁ ୨୦ ବିଲିୟନ ଡଲାର ଅଟେ ।

ଯେଉଁଥିରେ ନୌସେନା ପାଇଁ ୫୭ଟି ଏୟାରକ୍ରାଫ୍ଟ ଟେଣ୍ଡର ମୂଲ୍ୟ ୭ରୁ ୮ ବିଲିୟନ ଡଲାର ଅଟେ । ଯେତେବେଳେ କି ବାୟୁସେନା ପାଇଁ ୧୩ରୁ ୧୫ ବିଲିୟନ ଡଲାରରେ ୧୧୪ଟି ଏୟାରକ୍ରାଫ୍ଟକୁ କ୍ରୟ କରାଯିବ ଓ ଏହାକୁ ଭାରତରେ ହିଁ ନିର୍ମାଣ କରାଯିବ । ଭାରତର ନୌସେନା ପାଇଁ ଯେଉଁ ୫୭ଟି ଫାଇଟର ଏୟାରକ୍ରାଫ୍ଟକୁ କ୍ରୟ କରାଯିବ ତାହା ଅସଲରେ କେରିୟର ବେସ ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ ହେବା ଦରକାର ।

ଯାହାକୁ ଭାରତର ନୌସେନା ନିଜର ଭବିଷ୍ୟତରେ ଏୟାରକ୍ରାଫ୍ଟ କେରିୟରରେ ବ୍ୟବହାର କରି ପାରିବ । ଭାରତ ପାଖରେ ବର୍ତ୍ତମାନ ଗୋଟିଏ ହିଁ ଅପରେସନାଲ ଏୟାରକ୍ରାଫ୍ଟ କେରିୟର ଅଛି । ଯାହାର ନାମ ଆଇଏନଏସ ବିକ୍ରାନ୍ତ ଅଟେ । ଏହା ଛଡା ଭାରତ ଅନ୍ୟ ଦୁଇଟି ଏୟାରକ୍ରାଫ୍ଟ କେରିୟର ନିର୍ମାଣ କାର୍ଯ୍ୟ ଆରମ୍ବ କରି ଦେଇଛି ଓ ଏଥିପାଇଁ ଭାରତକୁ ନୂତନ ଏୟାରକ୍ରାଫ୍ଟ ଦରକାର ହେବ ଓ ଏହି ସୁଯୋଗର ଲାଭ ଆମେରିକା ଉଠାଇବା ପାଇଁ ଚାହୁଁଛି ।

ଆମେରିକାର କମ୍ପାନୀ ବୋଇଙ୍ଗ ତରଫରୁ ଭାରତକୁ ବାରମ୍ବାର ନିଜର ଏଫ/ଏ – ୧୮ ସୁପର ହର୍ନେଟ ବ୍ଲକ ୩ ଏୟାରକ୍ରାଫ୍ଟକୁ କ୍ରୟ କରିବା ପାଇଁ ପ୍ରସ୍ତାବ ଦିଆ ଯାଉଛି ଓ ନୂଆ ଅଫର ସବୁ ବି ଦିଆ ଯାଉଛି । ଏହା ସହିତ ଆମେରିକାର ବୋଇଙ୍ଗ କମ୍ପାନୀ ଭାରତର ଏହି ଟେଣ୍ଡରକୁ ହାସଲ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି । କହିବାକୁ ଗଲେ ଏହି ଟେଣ୍ଡର ଆମେରିକା ପାଇଁ ମହତ୍ଵପୂର୍ଣ ଏଥିପାଇଁ ଅଟେ କାରଣ ଏହା ବହୁତ ବର୍ଷ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ଭାରତରେ ଏୟାରକ୍ରାଫ୍ଟକୁ ସପ୍ଲାଏ କରିବା ଠାରୁ ନେଇ ଏହି ସମସ୍ତ ଏୟାରକ୍ରାଫ୍ଟର ପାର୍ଟ ଓ ତାହର ରକ୍ଷଣା ବେକ୍ଷଣକୁ ନେଇ ବି ଆମେରିକା ବିଲିୟନ ବିଲୟନ ଡଲାର ଡିଲକୁ ନିଜ ନାମରେ କରି ପାରିବ ।

ଏହା ସହିତ ଆମେରିକାର କମ୍ପାନୀ ବୋଇଙ୍ଗ ଭାରତକୁ ଅନ୍ୟ କିଛି ନୂଆ ନୂଆ ଅଫର ବି ଦେଉଛି । ଯାହା ଦ୍ଵାରା ଭାରତ ଆମେରିକାକୁ ସହ ଏହି ଟେଣ୍ଡର କରିବ । କିନ୍ତୁ ଭାରତର ବାୟୁସେନାଙ୍କ ଶେଷ ନିଷ୍ପତି ପରେ ହିଁ ଜଣା ଯିବ କି କେଉଁ ଏୟାରକ୍ରାଫ୍ଟ ଭାରତର ନୌସେନାରେ ସାମିଲ ହେବ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।