ଆଜିର ରାଶିଫଳ, 27 ଅଗଷ୍ଟ 2020, ଗୁରୁବାର, ଏହି ୬ଟି ରାଶି ଉପରେ ରହିବ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି

ଆପଣଙ୍କର କିଛି ଖାସ କାମରେ ନିଜର ଭାଇ ଭଉଣୀଙ୍କର ସହଯୋଗ ମିଳିବ । ନିଜର ପରିବାର ସହିତ ଖୁସିର ସମୟ ବିତେଇ ପାରିବେ । ଭୂମି ବାହନ ଇତ୍ୟାଦି ସୁଖ ସୁବିଧା ପ୍ରାପ୍ତ ହେବାର ଯୋଗ ରହିବ । ଆପଣଙ୍କର ରାଜନୈତିକ କ୍ଷେତ୍ରରେ କାମ କିଛି କରୁଛନ୍ତି । ତେବେ ଏହି ସମୟ ହେଉଛି ରାଜନୀତି ଭଲ ସମୟ ଯାହା ଦ୍ୱାରା ଆପଣଙ୍କୁ ଲାଭ ହିଁ ଲାଭ ମିଳିବ ।ସବୁବେଳେ ବୁଝିବିଚାରି କାର୍ଯ୍ୟଟିକୁ କରନ୍ତୁ । ଆତ୍ମବିଶ୍ୱାସର ଟିକେ କମ ହେବା ଯୋଗୁ ବ୍ୟବସାୟ କ୍ଷେତ୍ରରେ କିମ୍ବା ଅନ୍ୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ ।ଯଦି କୌଣସି କାର୍ଯ୍ୟକୁ ଆତ୍ମବିଶ୍ବାସ ର ସହିତ କରିବେ ତେବେ ଭଲ ସଫଳତା ହାସଲ କରିପାରିବେ । ମନ୍ଦିରରେ ଅତର ଦାନ କରନ୍ତୁ । ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ହେବ ।

ବୃଷ ରାଶି

ଅଜି ଆପଣ ଯେଉଁ କାମଟି କରିବେ ତାହା ସମ୍ପୂର୍ଣ୍ଣ ହେବ । ଧନର ବୃଦ୍ଧି ହେବ । ଆଜି ଆପଣଙ୍କୁ କେହି ସମ୍ପର୍କୀୟ ଦେଖା କରିବାକୁ ଆସିପାରନ୍ତି । ବ୍ୟବସାୟ କ୍ଷେତ୍ରରେ କୌଣସି ସାଥି ମିଳିଗଲେ କାମରେ ବହୁତ ଫାଇଦା ହେବ ।ପୁଣି କିଛି କାମକୁ ନେଇ ଏପଟ ସେପଟ ହୋଇ ଚିନ୍ତାଗ୍ରସ୍ତ ମଧ୍ୟ ହେବେ ।କିନ୍ତୁ ଆପଣଙ୍କ ର ଚେଷ୍ଟା ବିଫଳ ହେବନି ।ତେଣୁ ସାଵଧାନରେ କାମ ଗୁଡ଼ିକ କରନ୍ତୁ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ଗାଈର ଚରଣ ସ୍ପର୍ଶ କରନ୍ତୁ ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବ ।

ମିଥୁନ ରାଶି

ଆଜି ଆପଣଙ୍କର ଅଟକିଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ସମାଜରେ ଆପଣଙ୍କର ମାନସଂମାନ ପ୍ରାପ୍ତ ହେବ ।ଚାକିରି କ୍ଷେତ୍ରରେ ଆଜି ବହୁତ ଭଲ ଭାବରେ କାର୍ଯ୍ୟଟି ହୋଇଯିବ ।ଆପଣଙ୍କର ଭାଇ ବନ୍ଧୁ ତଥା ମାତା , ପିତାଙ୍କର ସହଯୋଗ ମିଳିବ । ସନ୍ତାନ ପକ୍ଷକୁ ନେଇ ଆପଣ ସନ୍ତୁଷ୍ଟି ରହିବେ । ପିଲାଙ୍କର ପାଠପଢ଼ାକୁ ନେଇ ଭଲ ଦିଗକୁ ଯିବେ ।ସେୟାର ବଜାର ଓ ଜୁଆ ଆଦିରୁ ବଞ୍ଛନ୍ତୁ କାରଣ ଆପଣଙ୍କର କ୍ଷତି ହେଇପାରେ ।ବାହାରକୁ ଗଲାବେଳେ ସତର୍କତା ଅବଲମ୍ବନ କରନ୍ତୁ । ମନ୍ଦିରରେ ଫଳ ଦାନ କରନ୍ତୁ ଆପଣଙ୍କ ର ସମ୍ପର୍କ ମଜବୁତ ହେବ ।

କର୍କଟ ରାଶି

ଆପଣଙ୍କର ଜରୁରୀକାଳୀନ କାମ ଆଳସ୍ୟ ଯୋଗୁ ଅଧୁରା ରହିବ ।ଏହି ରାଶିର ଛାତ୍ରମାନଙ୍କ ପାଇଁ ଦିନଟି ଠିକ ଠାକ ରହିବ । ଆପଣଙ୍କର ବ୍ୟବସାୟ ଭଲ ଦିଗରେ ଯିବ । ତଥା ଆର୍ଥିକର ଲାଭ ପାଇଁ ବିଭିନ୍ନ ଉଦେଶ୍ୟକୁ ମଧ୍ୟ ପୁରୁଣ କରିବେ ।ରାଜନୀତିକ ଲାଭ ହେବା ପରେ ଆପଣଙ୍କୁ ଭଲ ଅବସର ପ୍ରାପ୍ତ ହେବ । ତା ସହିତ ଖର୍ଚ୍ଚ ବଢିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବିଦେଶ ଯାତ୍ରା କିମ୍ବା ନିଜର ସାଙ୍ଗମାନଙ୍କ ସହ ବୁଲିବାର ଯୋଜନା ମଧ୍ୟ କରିବେ ।ପ୍ରେମ ସମ୍ବନ୍ଧ ଆପଣଙ୍କର ଜୀବନ ସାଥି ସହ ଭଲ ରହିବ ।ସକାଳୁ ଉଠିକରି ମାଙ୍କୁ ପ୍ରଣାମ କରନ୍ତୁ ସବୁ କାମ ସମ୍ପୂର୍ଣ୍ଣ ହେବ ।

ସିଂହ ରାଶି

ଆଜି ଆପଣଙ୍କ ର ପୂରୁଣା ସମସ୍ୟା ଆଗକୁ ଆସିପାରେ । କୌଣସି କାମକୁ ଠିକ ଭାବେ ନ କରିବା ଯୋଗୁ ଝଗଡା ମଧ୍ୟ ହେବ ।ଆପଣଙ୍କୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡିବ ।ଧାର୍ମିକ ଆୟୋଜନ ଆପଣ ନିଜର ଘରେ କରିବେ କିନ୍ତୁ ଆପଣ ଯାହା ବଞ୍ଚିତ ରଖିଥିବା ଧନରୁ ହିଁ ଖର୍ଚ୍ଚ କରିବେ ।ସେଥିପାଇଁ ନିଜର କାର୍ଯ୍ୟ ପ୍ରତି ସତର୍କତା ସହ କରନ୍ତୁ ଆପଣଙ୍କୁ ସଫଳତା ମିଳିବ ।ଆପଣ ଜିମ କିମ୍ବା ଯୋଗ ସାହାଯ୍ୟ ନେଇପାରିବେ ଯାହା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ ।

କନ୍ୟା ରାଶି

ଆଜି ପରିବାର ର ସହଯୋଗ ମିଳିବା ଦ୍ୱରା ଆପଣଙ୍କର ମନ ପ୍ରସନ୍ନ ରହିବ ।ଆପଣଙ୍କୁ ଆଜି ଭାଗ୍ୟର ପୁରା ସାଥ ମିଳିବ ଯାହା ଦ୍ୱାରା ଭଲ ଭାବରେ କାର୍ଯ୍ୟଟି ପୁରା ହୋଇଯିବ ।ଆପଣଙ୍କର କ୍ୟାରିୟର ରେ ଲାଭ ର ସମ୍ଭାବନା ଅଛି ଯାହା ଦ୍ୱାରା ବେତନ ବୃଦ୍ଧି, ଉଚ୍ଚ ପଦ କିମ୍ବା ବ୍ୟବସାୟରେ ମଧ୍ୟ ସାମିଲ ହେବେ ।ଧନର ଅଚଳ ସମ୍ପତ୍ତି ପ୍ରାପ୍ତିର ଯୋଗ ମଧ୍ୟ ଅଛି । ବିବାହର ଯୋଗ ମଧ୍ୟ ଅଛି ।ଆପଣଙ୍କର ନିଜର ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା ରାଶି

ଆଜି ଏହି ରାଶିର ବ୍ୟକ୍ତିଙ୍କର ଶ୍ବାସ୍ଥ୍ୟ ଟିକିଏ ବିଗିଡି ପାରେ , ଆପଣଙ୍କ ଶଶୁର ଘରୁ କିଛି ଧନ ସାହାଯ୍ୟ ମିଳିପାରେ ଆଜି କୌଣସି କାର୍ଯ୍ୟ କରିବାପାଇଁ ବହୁତ ପରିଶ୍ରମ କରିପାରନ୍ତି । ମିତ୍ରଙ୍କ ସହାଜ୍ୟ ମିଳିବ ସହ ଆପଣଙ୍କୁ କୌଣସି ପଦ ପଦବୀ ମିଳିପାରେ , ବ୍ୟବସାୟରେ ଉନ୍ନତି ଘଟିବ । ଆପଣ ଏହି ସପ୍ତାହରେ ଆପଣଙ୍କ ପିଲାମାନଙ୍କୁ ଓ ଅଫିସ କୁ ନେଇ ଟିକିଏ ଚିନ୍ତାରେ ରହିବେ । ଆପଣଙ୍କ ବଡ ଭାଇ ଅସୁସ୍ଥ ହୋଇପାରନ୍ତି ଏଥିପାଇଁ ଆପଣଙ୍କର ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯିବ । ଆପଣ ଗୋଟିଏ ପାତ୍ରରେ କିଛି ପାଣି ପଶୁମାନଙ୍କ ପାଇଁ ରଖନ୍ତୁ ଶବୁ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କର ନିଜ ପାଟନର ଙ୍କ ସହ ସମୟ ବିତିବ ଆପଣ ଆଜି ତାଙ୍କର କିଛି କାମରେ ସାହାଯ୍ୟ କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଆପଣ କିଛି ପୁରସ୍କାର ପାଇପାରନ୍ତି ନୂଆ ବାହାନ କିଣିପାରନ୍ତି ତଥା ପୁରୁଣା ବାହନ ବିକିପାରନ୍ତି । ଆଜି ଆପାଣ ପରିଶ୍ରମ ମୁତାବକ ଫଳ ପାଇବା ସଂଗେ ଆର୍ଥିକ ଲାଭ ମଧ୍ୟ ପାଇବେ । ବ୍ୟବସାୟରେ ଲାଭ ମିଳିବ । ହୃଦୟ ରୋଗୀ ସାଵଧାନରେ ରୁହନ୍ତୁ । ଆପାଣ କୌଣସି ଗରିବ ବ୍ୟକ୍ତି ଙ୍କୁ କିଛି ଖାଇବାକୁ ଦିଅନ୍ତୁ ଶବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ ରାଶି

ଆଜି ଆପଣଙ୍କର କୌଣସି ଅଧା କାମ ପୂର୍ଣ ହେବ । ଅନ୍ୟକୁ ସାହାଯ୍ୟ କରି ସନ୍ତୁଷ୍ଟି ପାଇବେ । ଛାତ୍ରମାନେ ସଫଳତା ପାଇବେ । ଆପଣ ଆଜି ମିତ୍ରଙ୍କ ଠାରୁ ଲୋକପ୍ରିୟତା ପାଇବେ । ଲୋକମନେ ଆପଣଙ୍କ ପାଖକୁ ବିଚାର ବିମର୍ଷ କରିବା ପାଇଁ ଆସିବେ । ଦାମ୍ପତ୍ୟ ଜୀବନରେ କିଛିଟା ଝଡ ଶ୍ରୁଷ୍ଟି ହୋଇପାରେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ ଯାହାଫଳରେ କି ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ବିଦେଶ ଜୀବର ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ରେ ଅବନତି ଘଟି ପାରେ ଅର୍ଥାତ କୌଣସି ଆଘାଟ ଲାଗିପାରେ । ବ୍ରହ୍ମଣଙ୍କ ପାଦଛୁଇଁ ଆଶୀର୍ବାଦ ନିଅନ୍ତୁ ଶବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର ରାଶି

ଆଜି ଆପଣଙ୍କୁ ପଇସା ସମ୍ବନ୍ଧିତ କାର୍ଯ୍ୟରୁ ନିଜକୁ ବଞ୍ଚିତ କରନ୍ତୁ । ଆଜି ଆପଣଙ୍କର କାମର ବୋଝ ଅଧିକ ରହିବ । ଯେତେବେଳେ ଆପଣ ବଡ କାର୍ଜ୍ୟଟିକୁ କରୁଛନ୍ତି ବୁଝିବିଚାରି କର୍ଜ୍ୟଟିକୁ କରନ୍ତୁ । ବ୍ୟବସାୟ ସମ୍ବନ୍ଧିତ ଭଲ ସଫଳତା ପ୍ରାପ୍ତ ହେବାର ସମ୍ଭାବନା ହେବ । ଆର୍ଥିକ ଲାଭ ମଧ୍ୟ ଭଲ ରହିବ । ଶାନ୍ତ ଭାବରେ କର୍ଜ୍ୟଟିକୁ କରନ୍ତୁ । ଶଶୁର ଘରୁ କୌଣସି ପ୍ରକାରର ବିବାଦ ହୋଇପାରେ । ଏହାକୁ ଆପଣ ହୃଦୟରେ ଜମା ନିଅନ୍ତୁ ନାହିଁ । ସବୁବେଳେ ଇଷ୍ଟ ଦେବକୁ ପ୍ରଣାମ କରନ୍ତୁ , ଆପଣଙ୍କର ସମସ୍ତଙ୍କର ସମସ୍ୟା ନିବାରଣ ହେବ ।

କୁମ୍ଭ ରାଶି

ଆଜି ଆପଣଙ୍କୁ ଲୋକଙ୍କର କଥାବାର୍ତ୍ତାକୁ ଠିକ ଭାବେ ମନଧ୍ୟାନ ଦେଇ ଶୁଣିବାକୁ ପଡିବ । ଯାହାଦ୍ୱାରା ଆପଣଙ୍କୁ ଫାଇଦା ହେବ । କାର୍ଯ୍ୟ ପ୍ରତି ମନ ଲଗାଇ କି ବ୍ୟବସାୟରେ ଆଗକୁ ବଢିପାରିବେ । ଏହି ସମୟରେ ଆପଣଙ୍କର ଆର୍ଥିକ ଲାଭ ପ୍ରାପ୍ତ ହେବ । ସେଥିପାଇଁ ଆପଣ ଯେଉଁ କ୍ଷେତ୍ରରେ ଯିବାକୁ ଚାହୁଁଛନ୍ତି ସେହି କ୍ଷେତ୍ରରେ ଉଚପଦରେ ଯିବାକୁ ଚେଷ୍ଟା କରନ୍ତୁ । କୌଣସି ନୂଆ କାର୍ଯ୍ୟର ଶୁଭ ଆରମ୍ଭ କରିପାରିବେ । ନିଜର ପରିବାର ସହିତ ସମ୍ବନ୍ଧ ଠିକ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ମାନସନମାନ ବଢିବ । ବହୁଥିବା ପାଣିରେ ରାଶି ପ୍ରବାହିତ କରନ୍ତୁ ।

ମୀନ ରାଶି

ଆଜି ଆପଣ ସଫଳତାର ଚରଣ ଛୁଇଁବେ । ଆଜି ଆପଣଙ୍କର ବଳ ଓ ପ୍ରତିଷ୍ଠାର ପରିଚୟ ବଢିବ । ଆପଣ କିଛି ସମାରୋହର ଆୟଜୋନର ଯୋଜନା ବନେଇବେ । ପାରିବାରିକ ସ୍ଥିତି ଭଲ ରହିବ ଓ ନିଜର କର୍ତ୍ତବ୍ୟ ପୁରୁଣ କରିବାରେ ସଫଳ ମଧ୍ୟ ହୋଇପାରିବେ । ଅଚଳ ସମ୍ପତ୍ତିର ପ୍ରାପ୍ତିର ଯୋଗ ହେବ । ଆପଣଙ୍କର ଅନାବଶ୍ୟକ କିଛି ଯାତ୍ରା ମଧ୍ୟ କରିବେ । ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଅବଶ୍ୟକତା ଅଛି । ଓମ ନମଃ ଶିବାୟ ୧୧ ଥର ଜପ କରନ୍ତୁ । ଭଗବାନ ଆପଣଙ୍କୁ ଆଶୀର୍ବାଦ ଦେବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।