ଦିଲ୍ଲୀ ଡାକ୍ତର ଫେରାଇ ଦେବା ପରେ ଏବେ ହାଇଦ୍ରାବାଦରେ ଯାଇ ପହଞ୍ଚିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଦିନକୁ ଦିନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଏବେ ପିଣ୍ଟୁ ନନ୍ଦଙ୍କ ଭିନ୍ନ ଏକ ଚେହେରା ସାମ୍ନାକୁ ଆସିଛି । ଅର୍ଥାତ ପିଣ୍ଟୁ ନନ୍ଦ ହାଇଦ୍ରାବାଦରେ ପହଞ୍ଚିବା ମାତ୍ରେ ନଣ୍ଡା ହୋଇ ଯାଇଥିବା ଦେଖିବାକୁ ମିଳୁଛି । ଏବେ ପିଣ୍ଟୁ ନନ୍ଦଙ୍କ ମୁଣ୍ଡରେ ଆଉ ଆଗଭଳି ଚୁଟି ନାହିଁ । ପିଣ୍ଟୁ ଦିଲ୍ଲୀ ମେଡିକାଲରୁ ହାଇଦ୍ରାବାଦ ଆସିବା ପରେ ତାଙ୍କର ଏଭଳି ଚେହେରା ସାମ୍ନାକୁ ଆସିଛି ।
ପିଣ୍ଟୁ ନନ୍ଦ ହଠାତ କାହିଁକି ନଣ୍ଡା ହେଲେ ବା ହାଇଦ୍ରାବାଦ ମେଡିକାଲରେ ଡାକ୍ତର ତାଙ୍କୁ କାହିଁକି ନଣ୍ଡା ହେବାକୁ କହିଲେ ଏନେଇ ଏବେ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ, ଗତ ଦୁଇଦିନ ତଳେ ପିଣ୍ଟୁ ନନ୍ଦ ଦିଲ୍ଲୀ ମେଡିକାଲରୁ ହାଇଦ୍ରାବାଦ ଆସିଛନ୍ତି । ଦିଲ୍ଲୀ ମେଡିକାଲରେ ଥିବାବେଳେ ପିଣ୍ଟୁ ନନ୍ଦଙ୍କ ଲିଭରରୁ ର-କ୍ତ-ସ୍ରା-ବ ହୋଇଥିଲା । ତେଣୁ ଦିଲ୍ଲୀ ଡାକ୍ତର ପିଣ୍ଟୁଙ୍କୁ କ୍ଷମା ମାଗିବା ସହ ହାଇଦ୍ରାବାଦ ଯିବା ପାଇଁ କହିଥିଲେ ।
ପିଣ୍ଟୁ ନନ୍ଦ ଏବେ ହାଇଦ୍ରାବାଦର ୟଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେଠାରେ ସେ ନଣ୍ଡା ହୋଇଥିବା ଦେଖିବାକୁ ମିଳିଛି । ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି ଅର୍ଥାତ ତାଙ୍କ ଲିଭରର ପ୍ରାୟ 80 ପ୍ରତିଶତ ଅକାମୀ ହୋଇଯାଇଛି । ତେବେ ଏହି ପ୍ରତିଶତ ଏବେ ବଢି ଯାଇ ଥାଇପାରେ ବୋଲି ସମସ୍ତେ ଅନୁମାନ କରୁଛନ୍ତି ।
ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହେଲେ ଏହା ରୋଗୀଙ୍କ ପାଚନକ୍ରିୟାକୁ ପ୍ରଭାବିତ କରିଥାଏ । ଆମ ଖାଦ୍ଯ ପାଚନ ହେବା ପାଇଁ ଶରୀରକୁ ଆବଶ୍ୟକୀୟ ପୋଷକତତ୍ତ୍ଵ ମିଳିବା ପାଇଁ ଲିଭର ମୁଖ୍ୟ ଭୂମିକା ତୁଲାଇଥାଏ । ପିଣ୍ଟୁ ନନ୍ଦଙ୍କ ଲିଭର ଅଧାରୁ ଅଧିକ ଅକାମୀ ହୋଇ ପଡୁଥିବାରୁ ତାଙ୍କ ଶରୀରକୁ ଆବଶ୍ୟକୀୟ ପୋଷଣ ପହଞ୍ଚି ପାରୁ ନଥିବ । ଏଥିପାଇଁ ରୋଗୀ ଝଡିଯିବା ସହ ଦୁର୍ବଳ ଅନୁଭବ କରିଥାନ୍ତି ଓ ମୁଣ୍ଡରୁ ଚୁଟି ମଧ୍ୟ ଝଡିଥାଏ ।
ତେଣୁ ହୁଏତ ପିଣ୍ଟୁଙ୍କ ଚୁଟି ଝଡିବା ଯୋଗୁଁ ଡାକ୍ତର ତାଙ୍କୁ ନଣ୍ଡା ହେବ ପାଇଁ କହିଥିବେ ବୋଲି ଅନୁମାନ କରାଯାଉଛି । ତେବେ ପିଣ୍ଟୁଙ୍କ ପାଇଁ ଏପର୍ଯ୍ୟନ୍ତ ଲିଭର ଡୋନର ଯୋଗାଡ ହୋଇ ପାରି ନଥିବା ବେଳେ ଆହୁରି ଅନେକ ଅର୍ଥର ଆବଶ୍ୟକତା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।