ଶୌଚ ବାହାନାରେ ଛୁ’ ହୋଇଗଲା ମଙ୍ଗୁଳା କନ୍ୟା, ବାପା କହିଲେ ଝିଅ ଫେରାର ହେବାର ପ୍ରକୃତ କାରଣ, ଦେଖନ୍ତୁ video

ବାହା ବେଦିରେ ବସିବା ଆଗରୁ ଛୁ ମାରିଦେଲା ମଙ୍ଗୁଳା କନ୍ୟା । ବାହାଘରର ସବୁ ପ୍ରସ୍ତୁତି ସରିଥିବା ବେଳେ କନ୍ୟାପକ୍ଷ ବରଯାତ୍ରୀଙ୍କ ସ୍ଵାଗତ ପାଇଁ ଅପେକ୍ଷା କରିଥିଲେ । ହେଲେ ବଡି ଭୋରରୁ ଶୌଚ କରିଯିବା ବାହାନାରେ ମଙ୍ଗୁଳା ଘରୁ ଫେରାର ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପଇଁତଳା ଥାନା ବୁଢୀସିଣ୍ଡୋଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ସେହି ଗାଁର ଜଣେ ଯୁବକଙ୍କ ସହ କନ୍ୟାର ପ୍ରେମ ସମ୍ପର୍କ ଥିଲା ।

ତେଣୁ ଉକ୍ତ ଯୁବକଙ୍କ ସହ ଝିଅ ଫେରାର ହୋଇ ଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ଖୋଜ ଖବର ନ ପାଇବାରୁ ପରିବାର ଲୋକେ ପଇଁତଳା ଥାନାରେ ଯାଇ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଅନ୍ୟପଟେ ବରପକ୍ଷ ହଠାତ କନ୍ୟା ଫେରାର ହୋଇଯିବା ଖବର ଶୁଣି ବିବାହ କାର୍ଯ୍ୟ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି ।

କନ୍ୟାଘର ଝିଅର ବାହାଘର ବେଶ ଧୁମଧାମରେ ଆୟୋଜନ କରିବା ସହ ଝିଅକୁ ଯୌତୁକ ଦେବା ପାଇଁ ନିଜ ସକ୍ଷମ ଅନୁସାରେ ବିଭିନ୍ନ ପ୍ରକାରର ଯୌତୁକ ସାମଗ୍ରୀ କିଣି ଘରେ ରଖିଥିଲେ । ଝିଅ ବିଦା ବେଳେ ସେସବୁ ଜିନିଷ ଝିଅକୁ ଦେଇ ଶାଶୁଘରକୁ ପଠାଇ ଥାନ୍ତେ । କିନ୍ତୁ ବାପାମା’ଙ୍କ ସବୁ ଆଶା ଓ ସ୍ଵପ୍ନରେ ଧୁଳି ଫିଙ୍ଗି ପ୍ରେମିକ ସହ ଫେରାର ହୋଇଯାଇଛି ଝିଅ । ବାହାଘର ପୂର୍ବର ସବୁ ରୀତିନୀତି ସରିଥିବା ବେଳେ କେବଳ ହାତଗଣ୍ଠି ପଡିବା ବାକି ଥିଲା ।

ଝିଅ ଦେହରେ ହଳଦୀ ଲାଗି ମଙ୍ଗୁଳା ହୋଇ ସାରିଥିଲା । ବାହାଘର ପାଇଁ ଝିଅ ହାତରେ ମେହେନ୍ଦି ମଧ୍ୟ ଲାଗି ସାରିଥିଲା । ଗାଁର ଅନ୍ୟଜଣେ ଯୁବକଙ୍କୁ ପ୍ରେମ କରୁଥିବା ସତ୍ତ୍ୱେ ବାପାମା’ ଆଣିଥିବା ବିବାହ ପ୍ରସ୍ତାବରେ ରାଜି ହୋଇଥିଲା କନ୍ୟା । କିନ୍ତୁ ଠିକ ବିବାହ ପୂର୍ବରୁ ଏମିତି ଚରମ ନିଷ୍ପତ୍ତି ନେଇ ଯାଇଥିଲା କନ୍ୟା । ସକାଳୁ ସକାଳୁ ଶୌଚ ଯିବାକୁ କହିଥିଲା, ହେଲେ ଆଉ ଘରକୁ ଫେରି ନଥିଲା କନ୍ୟା । ଯାହାକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମା-ରି-ଥି-ଲା ।

ଅନେକ ଖୋଜାଖୋଜି ପରେ ଝିଅ ନ ମିଳିବାରୁ ଫେରାର ହୋଇ ଯାଇଥିବା ନେଇ ଜାଣି ପଡ଼ିଥିଲେ ପରିବାର ଲୋକେ । ଝିଅର ଏଭଳି କାମ ଯୋଗୁଁ ବାପାମା’ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।