ହୁତୁହୁତୁ ହୋଇ ଜଳୁଛି ଶ୍ରୀକ୍ଷେତ୍ର, 12 ଘଣ୍ଟାରୁ ଅଧିକ ସମୟ ହେଲାଣି ହେଲେ ଲିଭି ପାରୁନି ନିଆଁ ! ଅସ୍ତବ୍ୟସ୍ତ ହେଲେଣି ଲୋକେ, ଦେଖନ୍ତୁ ଦୃଶ୍ୟ

ଶ୍ରୀକ୍ଷେତ୍ରରେ ନିଆଁ ଲାଗି ପୁରା ବଡଦାଣ୍ଡ ପୁରା ଧୂଆଁମୟ ହୋଇଗଲାଣି । ହେଲେ ଏ ଯାଏଁ ଲିଭୁନି ନିଆଁ । ଏମିତି ନିଆଁ ଜଳୁଛି ଯେ ଲିଭିବାର ନାଁ ଧରୁନି । 12 ଘଣ୍ଟାରୁ ଅଧିକ ସମୟ ହୋଇ ଯାଇଥିଲେ ବି ଏ ଯାଏଁ ହୁତୁହୁତୁ ହୋଇ ନିଆଁ ଜଳିବାରେ ଲାଗିଛି । ଦମକଳରୁ ପାଣି ସିନା ସରିଯାଉଛି ହେଲେ ଲିଭୁନି ନିଆଁ । ଏହି ଦୃଶ୍ୟ ଦେଖିଲେ ଏହା କେତେ ଭୟଙ୍କର ଆପଣ ଜାଣିପାରିବେ । ପୁରୀର ମରିଚିକୋଟ ଛକ ଠାରେ ଗତକାଲି ସମ୍ରାଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା । ଯାହା ଏ ପର୍ଯ୍ୟନ୍ତ ଲିଭିବାର ନାଁ ଧରୁନି ।

ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଯୁଆଡେ ଦେଖିଲେ ଖାଲି ଧୂଆଁ ହିଁ ଧୂଆଁ ଦେଖାଯାଉଛି । ଅତ୍ୟଧିକ ଧୂଆଁ ଯୋଗୁଁ ଲୋକେ ଏକଦମ ଅସ୍ତବ୍ୟସ୍ତ ହୋଇଗଲେଣି । 10 ରୁ ଅଧିକ ଦମକଳରୁ ପାଣି ଶେଷ ହୋଇଗଲାଣି ହେଲେ ଯେତେ ପାଣି ପକେଇଲେ ବି ଲିଭି ପାରୁନି ନିଆଁ । ସମ୍ରାଟ କମ୍ପ୍ଲେକ୍ସ ଦୀର୍ଘ 12 ଘଣ୍ଟା ହେଲାଣି ଜଳିବାରେ ଲାଗିଛି ।

କୌଣସି କାରଣରୁ ଗତକାଲି ରାତିରେ ସମ୍ରାଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଥିବା ଡ୍ରେସ ଦୋକାନରେ ନିଆଁ ଲାଗି ଯାଇଥଲା । ଯାହାକି ଏ ପର୍ଯ୍ୟନ୍ତ ଲିଭି ପାରୁନି । ତେବେ ଦୋକାନରେ ଅଧିକ ପରିମାଣରେ ଡ୍ରେସ ଥିବାରୁ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ନିଆଁ ଏତେ ଭୟାବହ ରୂପ ନେଇ ସାରିଛି ଯେ କେହି ମଧ୍ୟ କମ୍ପ୍ଲେକ୍ସ ଭିତରକୁ ପଶି ପାରୁନାହାନ୍ତି । ସେଥିପାଇଁ ନିଆଁ ଲିଭାଇବାକୁ ବହୁତ ଅସୁବିଧା ହେଉଛି ।

ଗତକାଲି ନିଆଁ ଲିଭି ଯାଇଥିବା ବେଳେ ସେହି ଘର ମାନନ୍ନ୍କୃ ଧୂଆଁ ବାହାରୁଥିଲା । ହେଲେ ଆଜି ସକଲାଏ ପୁଣି ଥରେ କୁହୁଳି କୁହୁଳି ନିଆଁ ଜଳିବାରେ ଲାଗିଛି । ରାତିରେ ନିଆଁ ଲାଗି ଯାଇଥିବା ବେଳେ ସେହି କମ୍ପ୍ଲେକ୍ସରେ ଥିବା ଏକ ଗେଷ୍ଟ ହାଉସରୁ 15 ଜଣଙ୍କୁ ଉଦ୍ଧାର କରୁଥିବା ଅଗ୍ନିଶମ ବାହିନୀ । ସେ ପର୍ଯ୍ୟଟକ ମାନେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସୁଦୂର ନାସିକରୁ ଆସିଥିଲେ ବୋଲି ଜଣାପଡିଛି ।

ଅନେକ ଚେଷ୍ଟା ସତ୍ତ୍ୱେ ଏବେ ଯାଏଁ ନିଆଁ ଲିଭି ପାରୁ ନଥି ବାରୁ ବଡଦାଣ୍ଡ ଏକଦମ ଧୂଆଁମୟ ହୋଇ ରହିଛି । ତେବେ ବର୍ତ୍ତମାନ ମଧ୍ୟ ନିଆଁ ଲିଭାଇବାରେ ଲାଗି ପଡିଛନ୍ତି ଅଗ୍ନିଶମ ବାହିନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।