ରେପ୍ ସିନ୍ ବେଳେ Jaya ମ୍ୟାଡାମ ହିରୋଇନ ଥିଲେ, ଆଉ ଏହି ସିନ୍ ବେଳେ ସେ ସତରେ… ଖଳନାୟକ Asit Pati ଙ୍କ ଖାସ ଖୁଲାସା, ଦେଖନ୍ତୁ video

ଓଲିଉଡ ଜଗତର କୁଖ୍ୟାତ ଅଭିନେତା ତଥା ଖଳନାୟକ ଅସିତ ପତି ଅନେକ ଦିନ ପରେ କ୍ୟାମେରା ଆଗକୁ ଆସିଛନ୍ତି । ସେ ନିଜ ଅଭିନୟ କ୍ଯାରିୟରର କିଛି ସ୍ମୃତିକୁ ତାଜା କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିରେ ସେ 70 ଦଶକରୁ ଖଳନାୟକ ଭାବେ କାମ କରି ଆସୁଛନ୍ତି । ତାଙ୍କ ସମୟରେ ଉତ୍ତମ ମହାନ୍ତି ଓଲିଉଡର ଏକମାତ୍ର ସୁପରଷ୍ଟାର ଥିଲେ । ଉତ୍ତମ ମହାନ୍ତିଙ୍କ ସହ ଅସିତ ପତି ପ୍ରାୟ ପାଖାପାଖି 50 ଫିଲ୍ମରେ ଖଳନାୟକ ଭାବେ କାର୍ଯ୍ୟ କରିଛନ୍ତି ।

ଅସିତ ଏନେଇ କୁହନ୍ତି କି, ସେ ତାଙ୍କ ଛାତ୍ର ଜୀବନରେ ବେଶ ଭଲ ଆଥଲେଟ ଥିଲେ । ସେ ଫୁଟବଲ, ବ୍ୟାଡମିଣ୍ଟନ ଏବଂ ପଲଭୋଲ୍ଟ ମଧ୍ୟ ଖେଳୁଥିଲେ । ଓଡିଶା ପାଇଁ ଅନେକ ଭଲ ଭଲ ଟୁର୍ଣ୍ଣାମେଣ୍ଟ ଖେଳିବା ସହ ବ୍ୟାଡମିଣ୍ଟନରେ 6 ବର୍ଷ ଚମ୍ପିୟାନ ମଧ୍ୟ ହୋଇଥିଲେ । ଜଣେ ଭଲ ଖେଳାଳି ଥିବାରୁ ସେ ଅଭିନୟ କରିବେ ବୋଲି କେବେ ଚିନ୍ତା କରି ନଥିଲେ । ଦିନେ ସେ କଲେଜ ବନ୍ଧୁଙ୍କ ସହ ବରୁଣେଇ ପାହାଡ ପିକନିକ କରିବାକୁ ଆସିଥିଲେ ସେଠାରେ ଉତ୍ତମ ମହାନ୍ତି ଓ ମହେଶ୍ଵତାଙ୍କ ଫିଲ୍ମ ଶୁ-ଟି-ଙ୍ଗ ଚାଲିଥାଏ ।

ଉତ୍ତମ ମହାନ୍ତି ବାରିପଦାରୁ ହୋଇଥିବାରୁ ସେମାନେ ତାଙ୍କ ଶୁ-ଟି-ଙ୍ଗ ଦେଖିବା ପାଇଁ ଅଟକିଥିଲେ । ଗୋଟେ କଲେଜ ଶୁ-ଟି-ଙ୍ଗ ବେଳର ଦୃଶ୍ୟ ଚାଲିଥିବା ବେଳେ ଅଭିନୟ କରୁଥିବା ଜଣେ ଯୁବକଙ୍କ ଡାଇଲଗ ନିର୍ଦ୍ଦେଶକଙ୍କୁ ଜମା ପସନ୍ଦ ଆସୁ ନଥାଏ । ହେଲେ ନିର୍ଦ୍ଦେଶକ ଅସିତଙ୍କୁ ବାରମ୍ବାର ଦେଖୁଥାନ୍ତି ।

ଏହାରି ମଧ୍ୟରେ ଲଞ୍ଚ ବ୍ରେକ ହେଲା ଓ ସେମାନେ ନିଜ ପିକନିକ ଜାଗାକୁ ଫେରିଗଲେ । ଏତିକି ବେଳେ ଉତ୍ତମ ମହାନ୍ତି ଓ ନିର୍ଦ୍ଦେଶକ ଆନନ୍ଦ କୁମାର ତାଙ୍କ ପାଖକୁ ଆସି ଅଭିନୟ କରିବାକୁ କହିଥିଲେ । ସେ ପ୍ରଥମେ ଇଚ୍ଛା କରୁ ନଥିଲେ ମଧ୍ୟ ପରେ ରାଜି ହୋଇ ଯାଇଥିଲେ । ନିର୍ଦ୍ଦେଶକ ସିନ୍ ବୁଝେଇବା ପରେ ସେ ଡାଇଲଗ ଡେଲିଭେରି କରିଥିଲେ ।

ଆଉ ତାଙ୍କ ଉପରେ ସେମାନେ ଖୁବ ଖୁସି ହୋଇ ଯାଇଥିଲେ । ଆଉ ସେହିଦିନ ଠାରୁ ସେ ଓଲିଉଡରେ ଖଳନାୟକ ବନିଗଲେ । ଫିଲ୍ମ ଜଗା ହାତରେ ପଘା ଫିଲ୍ମରେ ଜଣେ ମୂକ ଝିଅକୁ ସେ ରେ-ପ୍ କରିବା ସିନ୍ ଥିଲା । ଫିଲ୍ମ ରିଲିଜ ହେବା ପରେ ପୁରା ଟିମ୍ ସହ ସେ ମାଧବ ଟକିଜ୍ ଭଦ୍ରକ ଯାଇଥିଲେ ।

ସେଠାରେ ସେ ଯେତେବେଳେ ଷ୍ଟେଜକୁ ଆସିଥିଲେ ସ୍ତ୍ରୀଲୋକ ଓ ଝିଅମାନେ ତାଙ୍କୁ ଗା-ଳି-ଗୁ-ଲ-ଜ କରିବା ସହ କଥା କୁହେଇ ଦେଇ ନଥିଲେ । ଏପରିକି ଫିଲ୍ମ “ହାକିମ ବାବୁ” ଶୁ-ଟି-ଙ୍ଗ ନେଲେ ଅଭିନେତ୍ରୀ ଜୟା ତାଙ୍କ ଅଭିନୟ ଦେଖି ବେହୋସ ହୋଇ ଯାଇଥିଲେ । ସେଇ ଫିଲ୍ମରେ ତାଙ୍କର ଜୟା ମ୍ୟାଡାମଙ୍କ ସହ ଗୋଟେ ରେ-ପ ସିନ୍ ଥିଲା ।

ସିନ୍ ଆରମ୍ଭ ହେବାରୁ ଅସିତ ପତିଙ୍କ ଲୁକ୍ ଓ ଅଭିନୟ ଦେଖି ଜୟା ମ୍ୟାଡାମ ବେହୋସ ହୋଇ ଯାଇଥିଲେ । ଏହିଭଳି ଅଭିନୟ ଜୀବନର ଅନେକ ସ୍ମୃତି ସେ ସାଉଁଟିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।