ଟ୍ରେନ ଦୁର୍ଘଟଣା ସମୟରେ ଏମିତି ବଞ୍ଚାଇ ପାରିବେ ନିଜର ଜୀବନ

ଯେତେବେଳେ ଟ୍ରେନ ଦୁର୍ଘଟଣା ହେବାର ଥାଏ ତେବେ ଆମେ ସମସ୍ତେ ବହୁତ ଡ଼ରି ଯାଉ । ସମସ୍ତେ ନିଜ ଜାଗାରୁ ଉଠି ଏଣେ ତେଣେ ଦୌଡ଼ିବାକୁ ଲାଗନ୍ତି ଏବଂ ବଞ୍ଚିବାକୁ ଚେଷ୍ଟା କରନ୍ତି । ଠିକ ସେତିକି ବେଳେ ଯଦି ବିପରୀତ ଦିଗରୁ ଅନ୍ୟ ଏକ ଟ୍ରେନ ଆସୁଥିବାର ଦେଖାଯାଏ ତେବେ ଆପଣ ଆହୁରି ଅଧିକ ଭୟଭୀତ ହୋଇ ଯାଆନ୍ତି । ଏହା ଦ୍ଵାରା ଏକ ବଡ ଓ ଭୟଙ୍କର ଦୁର୍ଘଟଣା ହୋଇଥାଏ । ଯେଉଁଥିରେ କେହି ବି ବଞ୍ଚି ପାରନ୍ତି ନାହିଁ ।

କିନ୍ତୁ ଏହିପରି ଦୁର୍ଘଟଣାରୁ ଆପଣ କିପରି ବଞ୍ଚିବେ ଆସନ୍ତୁ ଜାଣିବା । ଆପଣମାନେ ଜାଣିଥିବେ ଉଡାଜାହାଜ ଅପେକ୍ଷା ଟ୍ରେନରେ ଯାତ୍ରା କରିବା ଅଧିକ ବିପଦ ପୂର୍ଣ ହୋଇଥାଏ । କାରଣ ଉଡାଜାହାଜରେ ଦୁର୍ଘଟଣା ଘଟିଲେ ଆମେ ଆକାଶରୁ ତଳକୁ ଖସିଥାଉ କିନ୍ତୁ ତଳକୁ ନ ଯାଇ ପୁରା ସ୍ଵର୍ଗକୁ ଚାଲିଯାଉ ଅର୍ଥାତ ମୃତ୍ୟୁ ମୁଖକୁ ଯାଇ ଥାଉ । କିନ୍ତୁ ଟ୍ରେନରେ ଦୁର୍ଘଟଣା ଘଟିଲେ ସେଥିରୁ ବଞ୍ଚିବା ପାଇଁ କିଛି ଉପାୟ ଅଛି ଆସନ୍ତୁ ଏହା ବିଷୟରେ ଜାଣିବା । ଆମେ ଜାଣିବା ଟ୍ରେନର ଦୁର୍ଘଟଣା ସମୟରେ ସବୁଠାରୁ କେଉଁ ସ୍ଥାନଟି ସୁରକ୍ଷା ଅଟେ ଓ ଦୁର୍ଘଟଣା ସମୟରେ ଟ୍ରେନରୁ ଡେଇଁବା ଠିକ କି ନୁହେଁ ଏହା ବି ଆଜି ଆମେ ଜାଣିବା ।

ପ୍ରଥମେ ଟ୍ରେନରେ ବସିବା ପୂର୍ବରୁ ଗୋଟିଏ ସୁରକ୍ଷିତ ସ୍ଥାନ କିମ୍ବା ସିଟ ଖୋଜି ନିଅନ୍ତୁ । ଆଗ ସିଟରେ ବସିବା ଅପେକ୍ଷା ପଛ ସିଟରେ ବସିବା ଉଚିତ । କାରଣ ଦୁର୍ଘଟଣା ସମୟରେ ଟ୍ରେନର ଆଗ ପଟ ହିଁ ଅଧିକ କ୍ଷତି ହୋଇଥାଏ । ଯଦି ପଛପଟେ ବସିବେ ତେବେ ଆପଣଙ୍କୁ ବଞ୍ଚିବା ପାଇଁ ରାସ୍ତା ମିଳିଯିବ କିମ୍ବା କିଛି ସମୟ ବି ମିଳିଯିବ । ଏମିତିରେ ସବୁଠୁ ସୁରକ୍ଷିତ ବଗି ହେଉଛି ମଝି ବଗିରୁ ଛାଡି ପଛ ଦୁଇ ତିନୋଟି ବଗି ।

ଦ୍ୱିତୀୟରେ ଆପଣ ଟ୍ରେନର କର୍ମଚାରୀମାନଙ୍କ କଥା ଶୁଣନ୍ତୁ । କାରଣ ସେମାନଙ୍କୁ ପ୍ରଥମେ ଦୁର୍ଘଟଣା ବିଷୟରେ ଜଣା ପଡିଯାଏ ଓ ସେ ଏହି ଦୁର୍ଘଟଣାରୁ ବଞ୍ଚିବା ପାଇଁ କିଛି ଉପାୟ କହିଥାନ୍ତି ।

ତୃତୀୟରେ ଆପଣଙ୍କୁ ଟ୍ରେନ ଦୁର୍ଘଟଣା ସମୟରେ ପୁରା ସଜାଗ ରହିବାକୁ ପଡିବ । ଯଦି ଟ୍ରେନ ସ୍ପୀଡ଼ରେ ଥିବା ଅବସ୍ଥାରେ ଦୁର୍ଘଟଣା ହେଉଛି ତେବେ ଆପଣ ସେଥିରୁ ବଞ୍ଚି ପାରିବେ ନାହିଁ । ସେଥିପାଇଁ ଆପଣଙ୍କୁ ଟ୍ରେନରେ ସାମ୍ନା ପଟକୁ ପଛ କରି ବସନ୍ତୁ । ଏଥିରେ ଆପଣଙ୍କୁ ଅଳ୍ପ କ୍ଷତି ହୋଇ ପାରେ । ଯଦି ସାଇଡରୁ ଦୁର୍ଘଟଣା ହେଉଛି ତେବେ ଆପଣ କେବେ ବି ଟ୍ରେନର କବାଟ ପାଖରେ ବସନ୍ତୁ ନାହିଁ ।

ଚତୁର୍ଥରେ ଯଦି ଆପଣ ଟ୍ରେନର କବାଟ ପାଖରେ ଅଛନ୍ତି ତେବେ ଟ୍ରେନରୁ ଡେଇଁ ବାକୁ ଚେଷ୍ଟା କରନ୍ତୁ । ଟ୍ରେନରୁ ଡେଇଁଲେ ଆପଣଙ୍କର ହାଡ଼ ଗୋଡ ଭାଙ୍ଗି ଯିବ । କିନ୍ତୁ ଅପାନ ବଞ୍ଚି ଯିବେ । ସେଥିପାଇଁ ଡେଇଁ ବାକୁ ରେଡି ହୋଇ ରହିଥାନ୍ତୁ । କିନ୍ତୁ ଡେଇଁଲା ବେଳେ ଧ୍ୟାନ ଦିଅନ୍ତୁ କି ଟ୍ରେନର ପଛ ପଟେ ଛିଡା ହୋଇ ଡେଇଁ ଯାଆନ୍ତୁ ଏବଂ ଯେଉଁ ଜାଗାକୁ ଡେଇଁବାକୁ ଚାହୁଁଛନ୍ତି ତାଠାରୁ ଟିକେ ପୂର୍ବରୁ ଡେଇଁ ଯାଆନ୍ତୁ । ଯାହା ଦ୍ଵାରା ଟ୍ରେନର ସ୍ପୀଡ଼ ଅନୁସାରେ ଆପଣ ଠିକ ଜାଗାରେ ପଡିବେ ନଚେତ ଆପଣଙ୍କର ବହୁତ କ୍ଷତି ହୋଇପାରେ । ସବୁବେଳେ ନିଜ ହାତ ଦ୍ଵାରା ଡେଇଁବକଉ ଚେଷ୍ଟା କରିବେ ।

ପଞ୍ଚମରେ ଆମେ ଜାଣିବା ଆପଣ ସେହି ସ୍ଥାନରୁ ଦଉଡି ଚାଲି ଯାଆନ୍ତୁ । କାରଣ ଟ୍ରେନ ଦୁର୍ଘଟଣାରେ ବିସ୍ଫୋରଣ ହୋଇପାରେ । ଯାହା ଦ୍ଵାରା ଆପଣଙ୍କୁ ବହୁତ ଆଘାତ ଲାଗିପାରେ । ସେଥିପାଇଁ ସେଠାରୁ ଦଉଡି ଚାଲି ଯାଆନ୍ତୁ । ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ କି ଟ୍ରେନରେ ବସିଥିବା ବେଳେ ସବୁବେଳେ ଶାନ୍ତ ରୁହନ୍ତୁ । କାରଣ ଦୁର୍ଘଟଣା ବେଳେ ଆପଣ ନିଜେ କିଛି ଚିନ୍ତା କରି ପାରିବେ ଓ ନିଜକୁ ଦୁର୍ଘଟଣାରୁ ବଞ୍ଚାଇ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।