ଚିନ୍ତା ବଢାଉଛି କି ମୁଖ ବ୍ରଣ ? ଜାଣନ୍ତୁ Dr. Subhransu Sekhar Pattnaik ଙ୍କ ଠାରୁ କେମିତି ବ୍ରଣ ରୁ ପାଇବେ ମୁକ୍ତି

ମୁହଁରେ ବ୍ରଣ ହେଲେ ଏହା ଆମର ତ୍ଵଚାର ସୁନ୍ଦରତାକୁ ନଷ୍ଟ କରି ଦିଏ । ଯାହାଫଳରେ ଆମେ ଖୁବ ଚିନ୍ତିତ ହୋଇପଡୁ । ଅନେକ ଲୋକ ବ୍ରଣରେ ବାରମ୍ବାର ନଖ ମାରି ଏହାକୁ ଅଧିକ ଖଣ୍ଡିଆ କରି ଦିଅନ୍ତି ଓ ଏଠୁ ସେଠୁ ଶୁଣି ନାନା ପ୍ରକାର ଉପଚାର ମଧ୍ୟ କରିବାକୁ ଚେଷ୍ଟା । କିନ୍ତୁ ଏଥିରୁ କୌଣସି ବିଶେଷ ଲାଭ ମିଳି ନଥାଏ ବରଂ ଏପରି କରିବା ଦ୍ଵାରା ଆମ ତ୍ଵଚା ଆହୁରି ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ଠାରୁ, କେମିତି ଭଲ ହେବ ମୁଖ ବ୍ରଣ ।

ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ମତରେ ବ୍ରଣ ଯୁବାବସ୍ଥାରେ ଏକ ସାଧାରଣ ପ୍ରକ୍ରିୟା ଅଟେ । ଏହା ଆପେ ଆପେ ଆସେ ଏବଂ ଆପେ ଭଲ ମଧ୍ୟ ହୋଇଯାଏ । ଏଥିରେ ବିଲକୁଲ ମଧ୍ୟ ନଖ ମାରନ୍ତୁ ନାହିଁ । ବ୍ରଣରେ ନଖ ମାରିବା ଦ୍ଵାରା ସେହି ସ୍ଥାନରେ ଦାଗ କିମ୍ବା ଖାଲ ମଧ୍ୟ ହୋଇଯାଇ ପାରେ । ଯାହାଫଳରେ ଭବିଷ୍ୟତରେ ଆପଣଙ୍କ ମୁହଁ ଅସୁନ୍ଦର ଦେଖାଯିବ । ତେଣୁ ପ୍ରଥମ କଥା ହେଉଛି ଆପଣ ବ୍ରଣରେ ଲାଗିବେ ନାହିଁ । ଆଜିକାଲି ଅନେକ ପ୍ରକାରର କସମେଟିକ ସବୁ ପିଲାମାନେ ବ୍ୟବହାର କରୁଛନ୍ତି । ଏହି ସବୁ କସମେଟିକର ବହୁଳ ବ୍ୟବହାର କରନ୍ତୁ ନାହିଁ ।

ଯଦି କୌଣସି ପାର୍ଟି କିମ୍ବା ଫଙ୍କସନକୁ ଆପଣ ମେକଅଫ ଲଗାଇ ଯାଉଛନ୍ତି ତେବେ ରାତିରେ ଫେରିବା ପରେ ସେହି ସବୁକୁ ଭଲ ଭାବେ ସଫା କରି ଦିଅନ୍ତୁ । ମେକଅଫ ଛଡାଇବା ପାଇଁ ଆପଣ ଘି କୁଆଁରୀ (aloevera), ଗୋଲାପ ଜଳ କିମ୍ବା ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହାଛଡା ମାର୍କେଟରେ ମେକଅଫ ଛଡାଇବା ପାଇଁ ଆହୁରି ଅନେକ ସାମଗ୍ରୀ ମଧ୍ୟ ଉପଲବ୍ଧ ଅଛି ତାହା ବ୍ୟବହାର କରିପାରିବେ । ଆଜିକାଲି ବଜାରକୁ ଆସୁଥିବା ଆଣ୍ଟି-ପିମ୍ପଲ କ୍ରିମ ଗୁଡିକରେ ବହୁମାତ୍ରାରେ ଷ୍ଟେରୋଇଡ ରହୁଛି । ଯାହା ଆମ ତ୍ଵଚା ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

କେହି ମଧ୍ୟ ଆପଣଙ୍କୁ କହିଲେ ସେସବୁ କେବେ ହେଲେ ବ୍ୟବହାର କରନ୍ତୁ ନାହିଁ । ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସରେ ରହୁଛନ୍ତି । ଅଧିକ ଷ୍ଟ୍ରେସରେ ନ ରହିବାକୁ ଚେଷ୍ଟା କରନ୍ତୁ ଓ ଅଧିକ ବରଣ ହେଉଥିଲେ ଜଙ୍କଫୁଡ ଖାଇବା ମଧ୍ୟ ବନ୍ଦ କରି ଦିଅନ୍ତୁ । ଏହାସହ କ୍ଷୀର ଏବଂ ପନିର, ଦହି, ଛେନା, ଆଇସକ୍ରିମ ଆଦି ଖାଇବା ମଧ୍ୟ କମାଇ ଦିଅନ୍ତୁ । ଖାଦ୍ଯରେ ଚିନିର ମାତ୍ରା ମଧ୍ୟ କମ ରଖନ୍ତୁ । ଆଉ ଯଥାସମ୍ଭବ ସ୍ଵାସ୍ଥ୍ୟକର ଜୀବନଶୈଳୀ କାଟିବାକୁ ଚେଷ୍ଟା କରନ୍ତୁ ଓ ତେଲ ମସଲାଯୁକ୍ତ ଖାଦ୍ୟ କମ ଖାଇବା ସହ ଦିନକୁ ୮ ଘଣ୍ଟା ନିଦ୍ରା ଯାଆନ୍ତୁ । ମୁହଁକୁ ଭଲ ଭାବେ ଉଚିତ ସମୟ ବ୍ୟବଧାନରେ ସଫା ରଖିବା ମଧ୍ୟ ନିହାତି ଜରୁରୀ ।

ଫେସୱାସକୁ ୩୦ ସେକେଣ୍ଡ ପାଇଁ ମୁହଁରେ ଲଗାଇ ଭଲଭାବେ ସଫା କରି ମୁହଁ ଧୋଇଦେବେ । ଏହାସହ ଭଲ ସନସ୍କ୍ରିନ ଲୋଶନ ମଧ୍ୟ ବ୍ୟବହାର କରନ୍ତୁ । କିନ୍ତୁ ମୁହଁ ପାଇଁ water based ସନସ୍କ୍ରିନ ଏବଂ ମଏଶ୍ଚରାଇଜର ସବୁବେଳେ ବ୍ୟବହାର କରନ୍ତୁ । oil based ସାମଗ୍ରୀ ଆପଣଙ୍କ ତ୍ଵଚା ପାଇଁ ଠିକ ନୁହେଁ । ଆଉ ଯଦି ଅତ୍ୟଧିକ ବ୍ରଣ ହେଉଛି ଯାହା ଆପଣ ନିୟନ୍ତ୍ରଣ କରିପାରୁ ନାହାନ୍ତି, ତେବେ ସର୍ବପ୍ରଥମେ ଡାକ୍ତରଙ୍କୁ ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।