2 ଲକ୍ଷ ଟଙ୍କାର ବୀମା ପାଇପାରିବେ, କେବେଳ ମାସକୁ ଦେବାକୁ ପଡିବ 1 ଟଙ୍କା, ଆସନ୍ତୁ ଜାଣିବା ଏହାକୁ କେମିତି ଓ କେଉଁଠି କରିବେ

ଜୀବନରେ କେତେବେଳେ କଣ ହେବ କେହି କହିପାରିବେ ନହିଁ ସେଥିପାଇଁ ଗୋଟେ ସାଧାରଣ ଲୋକ ପାଇଁ ବିମାର ବହୁତ ଆବଶ୍ୟକ ରହିଛି । ସେଥିପାଇଁ ନିଜ ପରିବାର ଓ ପିଲାଛୁଆଙ୍କ ପାଇଁ ସୁରକ୍ଷାର ଆବଶ୍ୟକ ହୋଇଥାଏ । କିନ୍ତୁ ଏମିତି ଲୋକ ଅଛନ୍ତି ପଇସା ଅଭାବରୁ ବୀମା କରି ପାରନ୍ତି ନହିଁ, ସେଥିପାଇଁ ମୋଦୀ ସରକାର ସବୁ ଶ୍ରେଣୀର ଲୋକଙ୍କ ପାଖରେ ଏହି ବିମାର ସୁବିଧା ପହଞ୍ଚାଇବ ପାଇଁ ବହୁତ ଗୁଡିଏ ବୀମା ଆଣିଛନ୍ତି ।

ଯେଉଁଥିରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଅନ୍ୟତମ । ଏହି ବିମରେ ମାସକୁ ୧ ଟଙ୍କା ହିବାରେ  ବର୍ଷକୁ ୧୨ ଟଙ୍କା ଦେଇ ଏହି ବିମାରେ ୨ ଲକ୍ଷ ଟଙ୍କାର ଲାଭ ପାଇପାରିବେ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନୁସାରେ ଦୁର୍ଘଟଣାରେ ମୃତ୍ୟୁ କି ଅକାମି ହୋଇଗଲେ ଏହି ବୀମା ରାସୀ ମିଳିବ । ଯଦି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ନୋମିନିକୁ ୨ ଲକ୍ଷ ଟଙ୍କା ମିଳିବ ଓ ଶାରୀରିକ ଅକ୍ଷମ  ହୋଇଗଲେ ମାନେ ଆଖି ଦୁଇଟି କି ହାତ ଦୁଇଟି ନଷ୍ଟ ହୋଇଗଲେ ସେହି ଲୋକକୁ ବୀମା ରାସୀ ୨ ଲକ୍ଷ ଟଙ୍କା ମିଳିବ ।

ଦୁର୍ଘଟଣାରେ ଆଂଶିକ ଭାବେ କ୍ଷତି ଗ୍ରସ୍ତ ହେଲେ ହେଲେ ଯେମିତିକି ଦୃଷ୍ଟିଶକ୍ତି କି ଗୋଟେ ହାତ ହରାଇଲେ, କି ଗୋଦା କାମ ନକଲେ  ୧ ଲକ୍ଷ ଟଙ୍କା ମିଳିବ । ଏହି ବିମକୁ ୧୮ ରୁ ୭୦ ବର୍ଷ ପର୍ଯ୍ୟନ୍ତ ଲୋକ କରିପାରିବେ । ସେଥିପାଇଁ ବ୍ୟକ୍ତିରେ ବ୍ୟାଙ୍କରେ ଆକାଉଣ୍ଟ ଥିବା ନିହାତି ଦରକାର ଓ ସେହି ଆକାଉଣ୍ଟରୁ ବର୍ଷକୁ ବିମାର ଟଙ୍କା କଟିଯିବ ।

ମେ ୩୧ ସୁଧା ଖାତାଧାରୀଙ୍କ  ଆକାଉଣ୍ଟରୁ ପଲିଶିର ଟଙ୍କା କଟିଯିବ । ଯଦି ଆକାଉଣ୍ଟରେ ଟଙ୍କା ନଥିବ ତାହେଲେ ଖାତା ଧାରୀଙ୍କ ପଲିଶିକୁ ବନ୍ଦ କରିଦିଆଯିବ । ଏକାଧିକ ଆକାଉଣ୍ଟ ଥିଲେ ଖାତା ଧାରୀଙ୍କ କେବଳ ଗୋଟିଏ ଆକାଉଣ୍ଟରେ ଏହି ଯୋଜନାରେ ଲାଭ ଉଠାଇ ପାରିବେ ।

ରେଜିଷ୍ଟ୍ରେସନ କେମିତି କରିବେ ?

ଆପଣଙ୍କ ଆକାଉଣ୍ଟ ଥିବା ଯେକୌଣସି ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ବୀମା ଯୋଜନା ସୁରକ୍ଷା ପାଇଁ ଆବେଦନ କରିପାରିବେ ।

ଅନଲାଇନରେ ମଧ୍ୟ ଏହି ବୀମା ପାଇଁ ଆବେଦନ କରିପାରିବେ ।

www.dif.mp.gov.in/pmjsby.htm ରେ କ୍ଲିକ କରି ଏହି ଏହି ଯୋଜନା ପାଇଁ ଥିବା ପଲିସ ଫର୍ମ ଡାଉନଲୋଡ କରିପାରିବେ ।

ଆକାଉଣ୍ଟରୁ ପ୍ରିମିୟମ ଟଙ୍କା ଆପଣାଛାଏଁ କଟିବା ପାଇଁ ଖାତା ଧାରୀଙ୍କୁ ଫର୍ମରେ ଦସ୍ତଖତ କରିବାକୁ ପଡିବ ।

ଦେଶରେ ୧୪ କୋଟିରୁ ଅଧିକ ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହାପରେ ପ୍ରତି ସପ୍ତାହରେ ଏହିମ ପଲିଶିରେ ଦେଢ ଲକ୍ଷରୁ ଅଧିକ ଲୋକ ସାମିଲ ହେଉଛନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।