ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ହସ୍ପିଟାଲରେ ଭର୍ତ୍ତି ହେଲେ । ଗତକାଲି ବିଳମ୍ବିତ ରାତିରେ ଦୀପିକାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଦୀପିକା ହଠାତ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଦୀପିକାଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉଥିବା ଯୋଗୁଁ ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା ।
ତେବେ ବର୍ତ୍ତମାନ ଦୀପିକା ସଂପୂର୍ଣ୍ଣ ସୁସ୍ଥ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ଏନେଇ ଦୀପିକା କିମ୍ବା ତାଙ୍କର ପରିବାର ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆ ଯାଇନାହିଁ । କିଛିଦିନ ତଳେ ଦୀପିକା ହାଇଦ୍ରାବାଦରେ ଫିଲ୍ମ “ପ୍ରୋଜେକ୍ଟ କେ” ଶୁଟିଙ୍ଗ କରୁଥିଲେ । ତେବେ ସେହି ସମୟରେ ମଧ୍ୟ ଦୀପିକା ହଠାତ ଅସୁସ୍ଥ ଅନୁଭବ କରିବା ସହ ତାଙ୍କର ହୃଦ ସ୍ପନ୍ଦନ ବଢି ଯାଇଥିଲା । ଫଳରେ ସିଧାସଳଖ ଶୁଟିଙ୍ଗ ସେଟ୍ ରୁ ହିଁ ତୁରନ୍ତ ଦୀପିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।
ସେଠାରେ ଚିକିତ୍ସିତ ହେବା ପରେ ସୁସ୍ଥ ଅନୁଭବ କରିଥିଲେ ଦୀପିକା । ଦୀପିକାଙ୍କ ସହ ଏଭଳି ପୂର୍ବରୁ ଘଟି ସାରିଥିବା ବେଳେ ଗତକାଲି ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ମାନେ ତାଙ୍କ ସ୍ଵାସ୍ଥ୍ୟକୁ ନେଇ ବେଶ ଚିନ୍ତିତ ଅଛନ୍ତି । ତେବେ ଦୀପିକା ଆଗକୁ ଅନେକ ଭଲ ଭଲ ବଲିଉଡ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।
ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଦୀପିକା ଖୁବ କମ୍ ଫିଲ୍ମରେ ନଜର ଆସିଛନ୍ତି । ଶେଷଥର ପାଇଁ ତାଙ୍କୁ ଛପାକ, 83 ଓ ଗେହରାୟିଆଁ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ଆଗକୁ ଦୀପିକା ଶାହରୁଖଙ୍କ ଖାନଙ୍କ ଫିଲ୍ମ ପଠାନରେ ନଜର ଆସିବେ । ଅଭିନେତା ଜନ୍ ଇବ୍ରାହିମ ମଧ୍ୟ ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ । ଏହାସହ ହ୍ରିତିକ ରୋଶନଙ୍କ ସହ ଫାଇଟର ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ଦୀପିକା ।
ଦୀପିକା ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ବେଳେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ତେବେ ଦୀପିକାଙ୍କ ସ୍ୱାସ୍ଥ୍ୟ ଲଗାତାର ଖରାପ ହେବା ନେଇ ବର୍ତ୍ତମାନେ ସମସ୍ତେ ଚିନ୍ତାରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।