ହସ୍ପିଟାଲର ବାହାରେ ରାତି – ଦିନ ସେମିତି ଛିଡା ହୋଇ ରହିଥିଲେ ଏମାନେ, ଯେତେବେଳେ କାରଣ ଜଣା ପଡିଲା ସମସ୍ତଙ୍କ ଆଖିରେ ଆସିଗଲା ଲୁହ

କୁକୁର ମଣିଷର ସବୁଠୁ ଭଲ ବନ୍ଧୁ ହୋଇଥାଏ । ଆପଣଙ୍କର ସାଙ୍ଗ ଆପଣଙ୍କୁ ଧୋକା ଦେଇ ଦେବ କିନ୍ତୁ କୁକୁର ନିଜର ମାଲିକକୁ କେବେ ବି ଧୋକା ଦିଏ ନାହିଁ । ଦୁନିଆରେ ଏମିତି କେତେ ଉଦାହରଣ ଅଛି ଯାହା କି କହିଥାଏ କି କୁକୁର ଠାରୁ ମଣିଷର କେହି ଭଲ ବନ୍ଧୁ ହୋଇ ପାରିବ ନାହିଁ । ସେମାନେ କଥା କହି ପାରନ୍ତି ନାହିଁ କିନ୍ତୁ ସବୁ କିଛି ବୁଝି ପାରନ୍ତି । ଆଜିର ଏହି ପୋଷ୍ଟରେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ କାହାଣୀ ଆଣିଛୁ ଯାହାକୁ ଶୁଣି ଆପଣଙ୍କର ଆଖିରୁ ଲୁହ ବାହାରି ଆସିବ ।

ଜଣେ ବେଘର ଲୋକକୁ ଯେତେବେଳେ ହସ୍ପିଟାଲରେ ଭର୍ତି କରାଗଲା ତେବେ ତାହାକୁ ଦେଖିବା ପାଇଁ କେହି ଆସି ନଥିଲେ । ହସ୍ପିଟାଲବାଲାଙ୍କୁ ଲାଗିଲା କି ଏହି ଲୋକରେ କେହି ନାହାନ୍ତି । କିନ୍ତୁ ସେମାନେ ଏହି କଥାରୁ ଅଜଣା ଥିଲେ କି ତାହର ନିଜର ଲୋକ ହସ୍ପିଟାଲ ବାହାରେ ବସି ତାହାର ଅପେକ୍ଷା କରୁଛନ୍ତି ।

କିଏ ଅଟନ୍ତି ଅପେକ୍ଷା କରୁଥିବା ଲୋକମାନେ ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଅପେକ୍ଷା କରୁଥିବା ତାହାର ଘର ଲୋକ ନୁହନ୍ତି ଚାରୋଟି କୁକୁର ଅଟନ୍ତି । 4ଟି କୁକୁର ବାହାରେ ବସି ସେହି ଲୋକର ଠିକ ହେବା ପାଇଁ ଅପେକ୍ଷା କରୁଥିଲା । ଆପଣଙ୍କୁ କହିଦେଉଛୁ ଯେ ଏହି ମାମଲା ବ୍ରାଜିଲର ଅଟେ । ବ୍ରାଜିଲର ଗୋଟିଏ ହସ୍ପିଟାଲରେ Cesar ନାମକ ଜଣେ ବ୍ୟକ୍ତିକୁ ଭର୍ତି କାରାଯାଇଥିଲା । Cesar ବହୁତ ଗରିବ ଥିଲା ଏବଂ ସେ ନିଜର ଖାଦ୍ୟ ପାଇଁ ମଧ୍ୟ ଅନ୍ୟ ଲୋକଙ୍କ ଉପରେ ନିର୍ଭର ଥିଲା । Cesar ର ପରିବାର ତ ନଥିଲା କିନ୍ତୁ ସେ 4ଟି କୁକୁର ସହିତ ରହୁଥିଲା ଏବଂ ତାଙ୍କୁ ନିଜର ପରିବାର ବୋଲି ଭାବୁଥିଲା ।

ସେ ସେହି କୁକୁରମାନଙ୍କର ଭଲ ଦେଖାଶୁଣା କରୁଥିଲା । ଏବଂ କେତେବେଳେ ସେହି କୁକୁରମାନେ ଯଦି ଖାଇବାକୁ ପାଆନ୍ତି ନାହିଁ ତେବେ ସେ ନିଜର ଖାଦ୍ୟ ତାଙ୍କୁ ଦେଇ ଦେଉଥିଲା । ଯେତେବେଳେ ରାତି ୩ ଟାରେ ଦେହ ଖରାପ ହେବାରୁ Cesar ହସ୍ପିଟାଲରେ ଭର୍ତି ହେଲା ଏବଂ ତାକୁ ଦେଖିବା ପାଇଁ ୪ଟି କୁକୁର ହସ୍ପିଟାଲ ବାହାରେ ବସିଥିଲେ ।

ସେଠି ଥିବା ସମସ୍ତେ ଜାଣି ପାରିଲେ ନାହିଁ କି ଏହି କୁକୁର କାହାର ଅଟେ ଏବଂ ସେମାନେ ଏଠି କାହିଁକି ବସିଛନ୍ତି । ସେହି ସମୟରେ ଗୋଟିଏ କୁକୁରର ନଜର ବେହୋସ Cesar ଉପରେ ପଡିଲା ଏବଂ ସେ ଦଉଡି ଯାଇ Cesarକୁ ଗେଲ କରିବାକୁ ଲାଗିଲା । ଏହା କୁ ଦେଖି ସେଠୀ ଥିବା ସମସ୍ତ ଲୋକଙ୍କ ଆଖିରେ ଲୁହ ପଳେଇ ଆସିଲା । ମାଲିକକୁ ଭଲ ପାଇବା ପରେ ବି ୪ ଜଣ ଯାକ ବାହାରେ ବସି ଅପେକ୍ଷା କରିଲେ ।

୮୦ ହଜାର ଲୋକମାନେ ଶେୟାର କରିଛନ୍ତି

ହସ୍ପିଟାଲର ଲୋକମାନେ ସେହି କୁକୁରମାନଙ୍କୁ ଖାଇବାକୁ ଦେଲେ ଏବଂ ତାଙ୍କର ଯତ୍ନ ମଧ୍ୟ କରିଲେ । ଏହି ଷ୍ଟୋରି କୁ ଜଣେ ନର୍ସ ପୋଷ୍ଟ କରିଥିଲେ । ଏବେ ଏହାକୁ ୮୦ ହଜାର ଲୋକମାନେ ଶେୟାର କରିଛନ୍ତି ଏବଂ ୨୨ ହଜାରରୁ ବେଶୀ ଲୋକମାନେ କମେଣ୍ଟ କରିଛନ୍ତି । ଆପଣ ମାନ ଏହି ପୋଷ୍ଟକୁ ଶେୟାର କରନ୍ତୁ ଏବଂ କମେଣ୍ଟରେ ନିଜର ଭାବନାକୁ ବ୍ୟକ୍ତ କରନ୍ତୁ । ଏବଂ ପଶୁ ପକ୍ଷୀଙ୍କୁ ଭଲ ପାଆନ୍ତୁ ।