ଆରମ୍ଭ ହୋଇସାରିଛି ମଳମାସ, ଜାଣନ୍ତୁ ଏହି ମାସରେ କାହିଁକି କରାଯାଏ ନାହିଁ କୌଣସି ଶୁଭ କାର୍ଯ୍ୟ ??

ହିନ୍ଦୁ ଧର୍ମରେ ପରମ୍ପରାର ବିଶେଷ ମହତ୍ଵ ଅଛି । ମୁହୂର୍ତ ଅନୁସାରେ ହିଁ ସବୁ କାମ କରାଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ବର୍ତ୍ତମାନ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାମ କରିବା ବର୍ଜିତ ଅଟେ । ୧୬ ଡିସେମ୍ବରରୁ ମଳମାସ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାମ ହେବ ନାହିଁ । ତେବେ ଚାଳନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ଏହି ମଳମାସ ୧୬ ଡିସେମ୍ବର ରୁ ୧୪ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ରହିବ । ୧୫ ଜାନୁୟାରୀ ୨୦୧୯ ରୁ ନୂଆ ମାସ ଏବଂ ଶୁଭ ମାସ ଆରମ୍ଭ ହୋଇଯିବ ଏବଂ ଆପଣ ସେହି ସମୟଠାରୁ ଶୁଭ କାମ କରି ପାରିବେ । ତେବେ ଚାଳନ୍ତୁ ଜାଣିବା ଶେଷରେ ମଳମାସ କଣ ଅଟେ ?

କଣ ଅଟେ ମଳମାସ ?

ଯେତେବେଳେ ସୂର୍ଯ୍ୟଦେବ ମୀନ ଏବଂ ଧନୁ ରାଶିରେ ପ୍ରବେଶ କରିଥାଏ ତେବେ ଏହାକୁ ମୀନ ଏବଂ ଧନୁ ସଙ୍କରାତି କୁହାଯାଏ । ଏମିତି ସୂର୍ଯ୍ୟ କୌଣସି ରାଶିରେ ଗୋଟିଏ ମାସ ପର୍ଯ୍ୟନ୍ତ ରୁହନ୍ତି, କିନ୍ତୁ ମୀନ ଏବଂ ଧନୁ ରାଶିରେ ପ୍ରବେଶ କରିଲେ ତେବେ ଏହାକୁ ଅଧିକ ମାସ କିମ୍ବା ମଳମାସ ବୋଲି କୁହାଯାଏ । ଏହି ମାସରେ ସବୁ ଶୁଭ କାମ ବର୍ଜିତ ହୋଇଥାଏ ।

ମଳମାସରେ କଣ କରିବା ଦରକାର ?

ଏମିତି କହିଲେ ମଳମାସରେ କୌଣସି ଶୁଭ କାମ କରିବା ବର୍ଜିତ ଅଟେ, କିନ୍ତୁ ଏହି ସମୟରେ ଯଦି ଜପ ତପ କରାଯାଏ ତେବେ ବ୍ୟକ୍ତି କୁ ଅଭୟ ଶକ୍ତି ପ୍ରଦାନ ହୋଇଥାଏ । ମଳମାସରେ ଜପ, ତପ, ତୀର୍ଥ ଯାତ୍ରା, କଥା ଶ୍ରବଣ ଏବଂ ଦାନପୂଣ୍ୟର ଖାସ ମହତ୍ଵ ଅଛି । ସେଥିପାଇଁ ଏହି ପୁରା ମାସରେ ବ୍ୟକ୍ତିକୁ ନିଜର ପୁରା ଧ୍ୟାନ ଇଶ୍ଵର ପ୍ରତି ଲଗାଇବା ଉଚିତ ।

ମଳମାସରେ କାହିଁକି କରିବା ଦରକାର ନାହିଁ ଶୁଭ କାମ ?

ହିନ୍ଦୁ ଧର୍ମରେ ପ୍ରଚଳିତ ମାନ୍ୟତା ଅନୁସାରେ ଏହି ମାସରେ କରାଯାଉଥିବା ସମସ୍ତ ଶୁଭ କାମ ଅଶୁଭ ଫଳ ଦେଇଥାଏ । ଏତିକି ନୁହେଁ ଯେତେବେଳେ ସୂର୍ଯ୍ୟ ବୃହସପତି ଗୁରୁରେ ପ୍ରବେଶ କରିଥାଏ, ତେବେ ବ୍ୟକ୍ତିକୁ ଶୁଭ କାମ କରିବାଠାରୁ ବଞ୍ଚିବା ଦରକାର । ଉତ୍ତର ଭାରତରେ ଲୋକମାନେ ନୂଆ କପଡା ବି କିଣିନ୍ତି ନାହିଁ, କାରଣ ସେଠି ଏହି ସବୁ ଜିନିଷର ବେଶି ମାନ୍ୟତା ଅଛି । ଏହି ସମୟରେ ସମସ୍ତଙ୍କୁ ଈଶ୍ଵରଙ୍କର ଭକ୍ତିରେ ଲୀନ ହେବାକୁ ପଡିବ ।