ଥରେ ଏହି ଘରୋଇ ଉପଚାର କରି ଦେଖନ୍ତୁ, କେଶ ଝଡିବା ଓ ଧଳା ହେବା ସମସ୍ଯା ସାରା ଜୀବନ ପାଇଁ ଗାୟବ ହୋଇଯିବ (Home Remedy to stop hair fall)

ଆଜିକାଲି ପିଲାମାନଙ୍କ କେଶ ମଧ୍ୟ ଅସମୟରେ ଧଳା ହୋଇଯାଉଛି କିମ୍ବା ଝଡିବା ଆରମ୍ଭ ହୋଇଯାଉଛି । ଯଦି ଆପଣଙ୍କ କେଶ ଅସମୟରେ ଧଳା ହୋଇଯାଉଛି ଏବଂ ବହୁତ କେଶ ଝଡୁଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ କେଶଜନିତ ସମସ୍ଯା ଏକଦମ ଭଲ କରିଦେବ । ଏହାକୁ କେଶରେ ଲଗାଇବା ଦ୍ଵାରା  କେଶ ଝଡିବା ବନ୍ଦ ହେବା ସହ କେଶ ଦୀର୍ଘ ସମୟ ଧରି କଳା ରହିବ । ତେବେ ଚାଲନ୍ତୁ ଦେଖିବା କେମିତି ପ୍ରସ୍ତୁତ କରିବେ ଏହି ଘରୋଇ ଉପଚାର ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କଳା ଜୀରା (black seeds) । ଏହାକୁ ଅଧିକାଂଶ ଆଚାର ତିଆରି କରିବା ବେଳେ ଆମ ଘର ମାନଙ୍କରେ ବ୍ୟବହାର କରାଯାଏ । ଏହି କଳା ଜୀରାର ଅନେକ ଔଷଧୀୟ ଗୁଣ ରହିଛି । ଏହା ଆପଣଙ୍କ କେଶକୁ କଳା ରଖିବାରେ ସାହାଯ୍ୟ କରିବା ସହ ଝଡିବା ବା ରୋଗୀଣା ହେବାରୁ ମଧ୍ୟ ରକ୍ଷା କରିଥାଏ । ଆପଣ ଦୁଇ ଛୋଟ ଚାମୁଚ କଳା ଜୀରା ନେଇ ହାଲୁକା ଭାଜି ଦିଅନ୍ତୁ ଓ ସେଥିରେ ୪-୫ଟି ଲବଙ୍ଗ ମଧ୍ୟ ପକାଇ ଭାଜନ୍ତୁ ।

ଲବଙ୍ଗ ମଧ୍ୟ ଆପଣଙ୍କ କେଶକୁ ପ୍ରାକୃତିକ ଭାବେ କଳା ଓ ସୁସ୍ଥ ରଖିଥାଏ । ଏହାକୁ ଏକଦମ କମ୍ ଆଞ୍ଚରେ ଭାଜନ୍ତୁ ଯେପରି ଏହା ଜଳି ନଯାଏ । ଭାଜିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ଏହାକୁ ଗ୍ରାଇଣ୍ଡିଂ କରି ପାଉଡର ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କର୍ପୁର ଯାହା ଆପଣ ପୂଜାରେ ବ୍ୟବହାର କରନ୍ତି । କର୍ପୁର ଆପଣଙ୍କ କେଶ ଚର୍ମରେ ହେଉଥିବା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ ଓ କେଶ ପାଇଁ ଏହା ଖୁବ ଲାଭଦାୟକ । ୪ଟି କର୍ପୁର ନେଇ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ ।

ଏକ ପ୍ୟାନରେ ୧୦୦ ଗ୍ରାମ ନଡିଆ ତେଲ ଗରମ କରନ୍ତୁ । ଆପଣ ଚାହିଁଲେ ସୋରିଷ ତେଲ କିମ୍ବା ଓଲିଭ ଅଏଲ ମଧ୍ୟ ଏଥିରେ ପ୍ରୟୋଗ କରିପାରିବେ । ତେଲ ହାଲୁକା ଗରମ କରି ଗ୍ଯାସ ବନ୍ଦ କରି ଦିଅନ୍ତୁ ଓ ସେଥିରେ କଳା ଜୀରା ଓ ଲବଙ୍ଗ ଗୁଣ୍ଡ ପକାନ୍ତୁ । ମନେ ରଖନ୍ତୁ ଯଦି ତେଲ ଅଧିକ ଗରମ ଥାଏ ତେବେ ସେଥିରେ କର୍ପୁର ଗୁଣ୍ଡ ପକାନ୍ତୁ ନାହିଁ ।

ଥଣ୍ଡା ହେବା ପରେ କର୍ପୁର ଗୁଣ୍ଡ ମଧ୍ୟ ସେଥିରେ ମିଶାଇ ଦିଅନ୍ତୁ । ଏହି ତେଲ ଆପଣଙ୍କ ମୁଣ୍ଡବିନ୍ଧା ଭଳି ସମସ୍ଯା ମଧ୍ୟ ଦୂର କରିବା ସହ ମାନସିକ ଶାନ୍ତି ଦେଇଥାଏ । ଏହି ତେଲକୁ ରାତି ସାରା ଘୋଡାଇ ରଖନ୍ତୁ ଓ ସକାଳେ ଏହାକୁ ଏକ କପଡା ସାହାଯ୍ୟରେ ଛାଣି ନିଅନ୍ତୁ । ଏବେ ଏହି ତେଲରେ ୪ଟି ଭିଟାମିନ-ଇ କ୍ୟାପସୁଲ ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କେଶ ସମସ୍ଯା ପାଇଁ ଘରୋଇ ଉପଚାର । ଏହି ତେଲ ଲଗାଇବା ପୂର୍ବରୁ ଏହାକୁ ହାଲୁକା ଗରମ କରି ନିଅନ୍ତୁ ଓ ମୁଣ୍ଡରେ ରାତିସାରା ଲଗାଇ ଛାଡି ଦିଅନ୍ତୁ ।

ସକାଳୁ ଉଠି କେଶକୁ ଭଲ ଭାବେ ଧୋଇ ନିଅନ୍ତୁ । ଏହାସହ ନଖ ଘଷିବା ଏକ୍ସରସାଇଜ ମଧ୍ୟ କରନ୍ତୁ । ଆପଣଙ୍କୁ ଏହି ଉପଚାରଟି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।