ଏହାର କେବଳ ଏକ ଚାମୁଚ ଖାଇ ଦେଖନ୍ତୁ, ମାତ୍ର 5 ମିନିଟରେ ଭଲ ହୋଇଯିବ ମୁଣ୍ଡବିନ୍ଧା (Headache Home Remedies)

ମୁଣ୍ଡ ବିନ୍ଧା ସମସ୍ଯା ଦୂର କରିବାକୁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ । କିନ୍ତୁ ପୁରାତନ କାଳରୁ ଆମ ପୂର୍ବପୁରୁଷ ମାନେ ଘରୋଇ ଉପଚାରର ପ୍ରୟୋଗ କରି ଆସୁଛନ୍ତି । ଏହାର ସବୁଠୁ ବିଶେଷ କଥା ହେଉଛି ଏହି ଉପଚାରର କୌଣସି କୁପ୍ରଭାବ ଆମ ଶରୀର ଉପରେ ପଡେନାହିଁ । ବଜାରରେ ମିଳୁଥିବା ଔଷଧରେ ସଙ୍ଗେ ସଙ୍ଗେ ଆମ ମୁଣ୍ଡବ୍ୟଥା ଭଲ ହୋଇଥାଏ ସତ, କିନ୍ତୁ ଆମ ହୃଦୟ ଏବଂ ରକ୍ତରେ ଏହାର କୁପ୍ରଭାବ ପଡିଥାଏ । ତେବେ ଆମେ ଜଣାଇବାକୁ ଯାଉଥିବା ଏହି ଘରୋଇ ଉପଚାର ଗୁଡିକ ନିଶ୍ଚୟ କରି ଦେଖନ୍ତୁ ।

ମୁଣ୍ଡବିନ୍ଧା ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଖୁବ ସହଜ ଓ ପାର୍ଶ୍ଵ ପ୍ରତିକ୍ରିୟା ବିହୀନ ଏହି ଘରୋଇ ଉପଚାରର ପ୍ରସ୍ତୁତି ଏବଂ ବ୍ୟବହାର ଶିଖାଇବୁ । ଏହି ଉପଚାରଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ପିପ୍ପଳି । ଏହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନ କିମ୍ବା ମଲ୍ ରେ ମିଳିଯିବ । ପିପ୍ପଳିରେ ଥିବା ପୋଷକତତ୍ତ୍ଵ ଆମ ଶରୀର ପାଇଁ ଖୁବ ଲାଭଦାୟକ ଅଟେ । ଆପଣ କିଛି ପିପ୍ପଳି ନେଇ ତାଙ୍କୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ ।

ଏହାପରେ ଏକ ଛାଣି ସାହାଯ୍ୟରେ ଏହାକୁ ଛାଣି ଖଦଡା ଅଂଶ ଅଲଗା କରି ନିଅନ୍ତୁ । ଏବେ ଏକ ପାତ୍ରରେ ଗୋଟିଏ ଚାମୁଚ ପିପ୍ପଳି ଗୁଣ୍ଡ ନିଅନ୍ତୁ ଓ ସେଥିରେ ଏକ ଚାମୁଚ ଶୁଦ୍ଧ ମହୁ ଭଲ ଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ମୁଣ୍ଡବିନ୍ଧା ଉପଚାର । ଏହି ଉପଚାରଟି ଖୁବ ଉପଯୋଗୀ ଏବଂ ପରୀକ୍ଷିତ ମଧ୍ୟ ଅଟେ ।

ଏହାକୁ ସେବନ କରି ଦେଖିବେ ଆପଣଙ୍କ ମୁଣ୍ଡବିନ୍ଧା ଏକଦମ ଭଲ ହୋଇଯିବ । ବଜାରରେ ମିଳୁଥିବା ଔଷଧ ଖାଇବା ଦ୍ଵାରା ଆମ ମୁଣ୍ଡବିନ୍ଧା ସାଙ୍ଗେ ସାଙ୍ଗେ ଭଲ ହୋଇଯାଏ । କିନ୍ତୁ ଏହି ଔଷଧ ଗୁଡିକର ଅନେକ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ରହିଛି । ଯାହା ଆମ ଶରୀର ପାଇଁ ଭବିଷ୍ୟତରେ ସମସ୍ଯା ସୃଷ୍ଟି କରିଥାଏ । ଏହି ଔଷଧ ଗୁଡିକ ଆମ ହୃଦୟ ଉପରେ ଖରାପ ପ୍ରଭାବ ପକେଇଥାନ୍ତି ଓ ଏହାସହ ଆମ ରକ୍ତ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ସେଥିପାଇଁ ଚେଷ୍ଟା କରନ୍ତୁ ସବୁବେଳେ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ଯା ଦୂର କରିବାକୁ ।

ଏହାସହ ଆମେ ଆଉ ଏକ ଉପଚାର ମଧ୍ୟ କହିବୁ । ତାହା ହେଉଛି ଆପଣ ଯଦି ପ୍ରତିଦିନ ଶୁଦ୍ଧ ଗାଈ ଘିଅ ପ୍ରତିଦିନ ମୁଣ୍ଡରେ ମାଲିସ କରିବେ ତେବେ ଆପଣଙ୍କୁ କେବେ ମଧ୍ୟ ମୁଣ୍ଡବିନ୍ଧା ଭଳି ସମସ୍ଯା ହେବନାହିଁ । ଯଦି ଆପଣଙ୍କୁ ଗାଈ ଘିଅ ବାସନା ପସନ୍ଦ ଆସୁ ନାହିଁ କିମ୍ବା ମାଲିସ କରି ପାରିବେ ନାହିଁ ତେବେ ଆପଣ ପ୍ରଥମ ଉପାୟ ଅବଲମ୍ବନ କରି ପିପ୍ପଳି ଗୁଣ୍ଡ ଏବଂ ମହୁର ମିଶ୍ରଣ ମଧ୍ୟ ସେବନ କରିପାରିବେ ।

ଦେଖିବେ ଆପଣଙ୍କ ମୁଣ୍ଡବିନ୍ଧା ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ ଓ ଏହାର କୌଣସି କୁପ୍ରଭାବ ମଧ୍ୟ ଆପଣଙ୍କ ଉପରେ ପଡିବ ନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।