ମୋଟାପା, ପେଟ (Belly Fat), ଅଣ୍ଟା ଓ ଜଙ୍ଘ ର ଚର୍ବିକୁ ମହମ ପରି ତରଳାଇ ଦେବ, କେବଳ କରନ୍ତୁ ଏହି ଉପାୟ

ମୋଟାପଣ ଆଜିକାଲିର ଏକ ବଡ ସମସ୍ୟା । ଛୁଆଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଏହି ସମସ୍ଯା ବଢୁଥିବାର ଦେଖାଯାଉଛି । ମୋଟାପଣ ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ । ଏହାସହ ଆମ ଶାରୀରିକ ଗଠନକୁ ମଧ୍ୟ ଅସୁନ୍ଦର କରିଦିଏ । ଆପଣ ଯଦି ମୋଟାପଣ କମାଇବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଘରୋଇ ଉପାୟରେ ପ୍ରସ୍ତୁତ ଏକ ପ୍ରଭାବଶାଳୀ ଉପଚାର ନେଇ ଆସିଛୁ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଦୁଇ ଚାମୁଚ ଅଳସି ବା ଫ୍ଲାକ୍ସ ମଞ୍ଜି । ଫ୍ଲାକ୍ସ ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ ଓ ଫାଇବର ପ୍ରଚୁର ପରିମାଣରେ ରହିଛି । ଏହା ଆପଣଙ୍କ ଓଜନ ନିୟନ୍ତ୍ରଣ ରଖିବା ସହ ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରେ । ଏହା ଆମ କେଶ ଏବଂ ତ୍ଵଚା ପାଇଁ ମଧ୍ୟ ଖୁବ ଉପଯୋଗୀ ଅଟେ । ଦ୍ବିତୀୟରେ ଆପଣଙ୍କୁ ଆବଶ୍ୟକ ହେବ ଦୁଇ ଚାମୁଚ ଆଜୱାଇନ ବ ଜୁଆଣୀ । ଏହା ଆମ ଶରୀରର ତାପମାତ୍ରା ବୃଦ୍ଧି କରେ, ଯାହା ଆମ ଚର୍ବିକୁ ତରଳାଇବାରେ ସାହାଯ୍ୟ କରେ ।

ଏଥିରେ ପ୍ରଚୁର ପରିମାଣରେ ଫାଇବାର ମଧ୍ୟ ରହିଥାଏ, ଯାହା ଆପଣଙ୍କ ହଜମଶକ୍ତି ମଧ୍ୟ ବଢାଇଥାଏ । ତୃତୀୟରେ ଆପଣଙ୍କୁ ଆବଶ୍ୟକ ହେବ ଦୁଇ ଚାମୁଚ ଜୀରା । ଏହା ମଧ୍ୟ ଆମ ଚର୍ବିକୁ ତରଳାଇବାରେ ସାହାଜ୍ଯ କରେ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଆମ ହଜମକ୍ରିୟାକୁ ବୃଦ୍ଧି କରେ । ଚତୁର୍ଥ ଆପଣଙ୍କୁ ଆବଶ୍ୟକ ହେବ ଦୁଇ ଚାମୁଚ ବଡ ପାନମଧୁରୀ । ଏହା ଆମ ରକ୍ତ ସଂଚାଳନକୁ ବୃଦ୍ଧି କରେ ଓ ଗ୍ଯାସ ସମସ୍ୟାକୁ ମଧ୍ୟ ଦୂର କରେ । ପାନମଧୁରୀ ମଧ୍ୟ ହଜମକ୍ରିୟାକୁ ବୃଦ୍ଧି କରେ ଓ କୋଷ୍ଠକାଠିନ୍ଯ ମଧ୍ୟ ହେବାକୁ ଦିଏନାହିଁ ।

ଶେଷରେ ଆପଣଙ୍କୁ ଆବଶ୍ୟକ ହେବ ଏକରୁ ଦେଢ ଇଞ୍ଚ ଡାଲିଚିନି । ଏହା ମଧ୍ୟ ଆମ ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ । ଏହି ସମସ୍ତ ସାମଗ୍ରୀକୁ ଆପଣ ତାୱାରେ ୨-୪ମିନିଟ ପର୍ଯ୍ୟନ୍ତ ହାଲୁକା ଭାଜି ଦିଅନ୍ତୁ । ଏହାପରେ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ହାଲୁକା ଗରମ ପାଣିରେ ଏହି ଗୁଣ୍ଡରୁ ଏକ ଚାମୁଚ, ଫାଳେ ଲେମ୍ବୁ ରସ ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚର୍ବି ତରଳାଇବା ପାଇଁ ଘରୋଇ ଉପଚାର । ଆପଣ ଚାହିଁଲେ ଏଥିରେ ଏକ ଚାମୁଚ ମହୁ ମଧ୍ୟ ମିଶାଇ ପାରିବେ ।

ଏହି ମିଶ୍ରଣକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ ଓ ଦିନବେଳେ ଖାଦ୍ଯ ଖାଇ ସାରିବାର ଏକ ଘଣ୍ଟା ପରେ ଆଉ ଥରେ ସେବନ କରନ୍ତୁ । ରହି ପାନୀୟକୁ ଅତିକମରେ ୩୦ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ଆପଣଙ୍କ ୪-୫କେଜି ଓଜନ ଆରାମରେ କମିଯିବ । ଏହାଶ ଆପଣ ସକାଳୁ ଉଠି ବ୍ୟାୟମ କଲେ କିମ୍ବା ଚାଲିଲେ ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଆହୁରି ଶୀଘ୍ର ଆପଣଙ୍କ ଓଜନ କମିଯିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।