Home Remedy : ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ପାଦରେ ଓ ଗୋଇଠିରେ କଷ୍ଟ ମାତ୍ର 5 ଦିନରେ ଭଲ ହୋଇଯିବ, ଥରେ ଲଗେଇ ଦେଖନ୍ତୁ ଏହି ସହଜ ଘରୋଇ ରାମବାଣ ଉପଚାର

ବେଳେବେଳେ ଆମ ଆଣ୍ଠୁଗଣ୍ଠି, ଅଣ୍ଟା ଓ ଗୋଇଠିରେ ଏତେ ଯନ୍ତ୍ରଣା ହୋଇଥାଏ ଯେ ଆମକୁ ତାହା ଅସହ୍ୟ ଲାଗିଥାଏ । ବିଶେଷ କରି ବୟସ୍କ ଲୋକଙ୍କର ଏହି ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ । ଅନେକ ଔଷଧ ଖାଇବା ଓ ଲଗାଇବା ସତ୍ତ୍ୱେ ଏହା ଭଲ ହୋଇ ନଥାଏ । ସେଥିପାଇଁ ଆପଣଙ୍କ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଆୟୁର୍ବେଦିକ ଉପଚାର ନେଇ ଆସିଛୁ । ଏହାର ପ୍ରୟୋଗ ଦ୍ଵାରା ବହୁତ ଆରାମ ମିଳିଥାଏ ।

ଆଣ୍ଠୁଗଣ୍ଠି ଓ ହାଡବିନ୍ଧା, ଅଣ୍ଟା ବିନ୍ଧା, ଗୋଇଠି ଓ ପାଦରେ ଆଦି ଦରଜ ଭଲ କରିବା ପାଇଁ ଏହି ଯେଉଁ ଘରୋଇ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଅଧା କପ୍ ସୋରିଷ ତେଲ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଏକ ଇଞ୍ଚ ଲମ୍ବର ଗୋଟିଏ ଅଦା ଓ ଅଧା ଚାମୁଚ ଜୁଆଣୀ । ଚତୁର୍ଥରେ ଆପଣଙ୍କୁ ଆବଶ୍ୟକ ହେବ ୫ରୁ ୬ଟି ଲବଙ୍ଗ ଓ ପଞ୍ଚମରେ ଅବଶ୍ୟକ ହେବ ଡାଲଚିନି ଖଣ୍ଡ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ୫ରୁ ୬ କୋଲ ରସୁଣ ଓ ଶେଷ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ଏକ ଚାମୁଚ ମେଥିଦାନା । ଆମ ରୋଷେଇ ଘରେ ଏହି ସମସ୍ତ ସାମଗ୍ରୀ ଉପଲବ୍ଧ ଥାଏ । ଏହି ସବୁ ସାମଗ୍ରୀ ଗୁଡିକରେ ଅନେକ ପୋଷକତତ୍ତ୍ଵ ରହିଥାଏ ।

ଜଏଣ୍ଟ ପେନ୍ କିମ୍ବା ଶରୀର କୌଣସି ଅଙ୍ଗରେ ଯଦି କଷ୍ଟ ହେଉଥାଏ ତେବେ ଏହି ସାମଗ୍ରୀରୁ ପ୍ରସ୍ତୁତ ତେଲ ତାହା ଦୂର କରିବାରେ ସହାୟକ ହୋଇଥାଏ । ଉପଚାର ପ୍ରସ୍ତୁତ କରିବା ପୂର୍ବରୁ ଆପଣ ଅଦା ଓ ରସୁଣକୁ ଅଲଗା ଲଗା ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଲବଙ୍ଗକୁ ମଧ୍ୟ ଗୁଣ୍ଡ କରି ଦିଅନ୍ତୁ । ଡାଲଚିନିକୁ ମଧ୍ୟ ଆପଣ ଚାହିଁଲେ ଗୁଣ୍ଡା କରି ପ୍ରୟୋଗ କରିପାରିବେ । ନଚେତ ଗୋଟା ଖଣ୍ଡ ମଧ୍ୟ ପ୍ରୟୋଗ କରିପାରିବେ ।

ଆପଣ ପ୍ରଥମେ ଏକ କଡେଇ ଗରମ କରନ୍ତୁ ଓ ସେଥିରେ ନେଇଥିବା ସୋରିଷ ତେଲ ପକାଇ ଅଳ୍ପ ଗରମ କରନ୍ତୁ । ଏହାପରେ ସେଥିରେ ପ୍ରଥମେ ଖଣ୍ଡ କରି ରଖିଥିବା ଅଦା ପକାଇ ଦିଅନ୍ତୁ ଓ ଏହାପରେ କାଟି ରଖିଥିବା ରସୁଣକୁ ମଧ୍ୟ ପକାଇ ଦିଅନ୍ତୁ । ଏହାପରେ ଏଥିରେ ଏକ ଚାମୁଚ ମେଥି, ଅଧା ଚାମୁଚ ଜୁଆଣୀ ପକାନ୍ତୁ ଡାଲଚିନି ଖଣ୍ଡକୁ ପକାଇ ଦିଅନ୍ତୁ ।

ଏହି ସମସ୍ତ ସାମଗ୍ରୀ ପକାଇବା ପରେ ତେଲକୁ ହାଲୁକା ଗରମ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ସମସ୍ତ ସାମଗ୍ରୀ ଅଳ୍ପ ବାଡାଇ ହୋଇଯିବା ପରେ ରଖିଥିବା ଲବଙ୍ଗ ଗୁଣ୍ଡକୁ ଏଥିରେ ମିଶାଇ ଦିଅନ୍ତୁ । ଏହାପରେ ପୁଣି ୩ ମିନିଟ ଏହାକୁ ହାଲୁକା ଫୁଟାଇବା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ । ଏହାକୁ ଥଣ୍ଡା ହେବା ପାଇଁ କିମ୍ବା ରାତିସରା ଏହିପରି ଛାଡି ଦିଅନ୍ତୁ ଓ ସକାଳେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘରୋଇ ଉପଚାର । ଯେଉଁଠାରେ ମଧ୍ୟ ଯନ୍ତ୍ରଣା ହେଉଛି ଏହି ଏହି ତେଲର ପ୍ରୟୋଗ କରି ଦେଖନ୍ତୁ ନିଶ୍ଚିତ ଉପଶମ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।