ଥରେ କରି ଦେଖନ୍ତୁ ! ବନ୍ଦ ନାକ ଖୋଲିବାର ଏହି ରାମବାଣ ଉପାୟ, ଥଣ୍ଡା-କାଶ-କଫ ଥରକରେ ଭଲ ହୋଇଯିବ (Home Remedy for Cold)

ବନ୍ଧୁଗଣ ଥଣ୍ଡା ପାଇଁ ଯଦି ଆପଣଙ୍କର ନାକ ବନ୍ଦ ହୋଇଯାଉଛି ତେବେ ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ଘରୋଇ ବନେଇବା ଶିଖାଇବୁ । ଅତ୍ୟଧିକ ଥଣ୍ଡା ହେଲେ ନାକ ଓ ଫୁସଫୁସ ବନ୍ଦ ହୋଇଯିବା ପରି ଲାଗେ, ଛାତିରେ କଫ ଜମିଥାଏ । ଯାହାଫଳରେ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୋଇଥାଏ । ଆପଣ ଯଦି ଏପରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ କରି ଦେଖନ୍ତୁ । ଆଜି ଆମେ ଆପଣଙ୍କୁ ଘରେ ବାମ୍ଫ ନେବାର ଏକ ଉପାୟ ବିଷୟରେ କହିବୁ ।

ଏହି ଉପଚାର ପାଇଁ ଆପଣଙ୍କୁ କେବଳ 2ଟି ସାମଗ୍ରୀର ଆବଶ୍ୟକ ହେବ । ସେଗୁଡିକ ହେଉଛି ଜୀରା ଏବଂ କିଛି ଲବଙ୍ଗ । ପ୍ରଥମେ ୪ ରୁ ୫ଟି ଲବଙ୍ଗକୁ ଛେଚି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ ।  ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପ୍ୟାନରେ ତିନିରୁ ଚାରି ଗ୍ଳାସ ପାଣି ନେଇ ଗରମ କରନ୍ତୁ । ପାଣି ଗରମ ହେବା ପରେ ସେଥିରେ ଗୋଟିଏ ଚାମୁଚ ଜୀରା ଓ ଛେଚି ରଖିଥିବା ଲବଙ୍ଗ ଗୁଣ୍ଡ ପକାନ୍ତୁ । ଏହାକୁ ଭଲ ଭାବେ ଫୁଟାନ୍ତୁ । ଏହି ମିଶ୍ରଣ ଫୁଟି ଫୁଟି ଅଧା ହେବା ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ବନ୍ଦ ନାମ ଖୋଲିବା ପାଇଁ ଉପଚାର ବା ବାମ୍ଫ । ଏହାକୁ ଆପଣ ଯେମିତି ବାମ୍ଫ ନିଅନ୍ତି, ସେହିପରି ବାମ୍ଫ ନିଅନ୍ତୁ ।

ଗୋଟିଏ ଗାମୁଛାକୁ ଭଲ ଭାବେ ଢାଙ୍କି ଶରୀରର ଭିତର ପର୍ଯ୍ୟନ୍ତ ବାମ୍ଫ ନିଅନ୍ତୁ । ଏହା ଆପଣଙ୍କ ଶରୀର ଭିତରୁ ସମସ୍ତ କଫ ସଫା କରିଦେବ । ଏପରି ବାମ୍ଫ ନେବା ଦ୍ଵାରା ଆପଣଙ୍କ ଛାତି ଜାମ ହେବା ପରି ଲାଗୁଥିଲେ ତାହା ଖୋଲିଯିବ ଓ ବନ୍ଦ ନାକ ମଧ୍ୟ ଖୋଲିଯିବ । ଥଣ୍ଡା କାରଣରୁ ମୁଣ୍ଡ ବିନ୍ଧିବା, ଭାରି ଲାଗିବା, ଦୁର୍ବଳ ଲାଗିବା ଓ ଶରୀରରେ ଥଣ୍ଡାର ପ୍ରଭାବ କମ ହେବାକୁ ଲାଗିବ ।

ଛାତିରେ ଜମି ରହିଥିବା କଫ ସଫା ହେବା ସହ ଆପଣଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଯେଉଁ ଅସୁବିଧା ହେଉଥିଲା ତାହା ଭଲ ହୋଇଯିବ । ପ୍ରଥମ ଥର ବ୍ୟବହାର ରୁ ହିଁ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ । ନିଶ୍ଚୟ ଥରେ ଏହି ଉପାୟ ଆପଣେଇ ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।