Astrology- ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏହି 3 ଟି ନାମର ଝିଅ, ମିଳିଗଲେ ସଙ୍ଗେ ସଙ୍ଗେ କରି ନିଅନ୍ତୁ ବିବାହ, ଭାଗ୍ୟ ବଦଳି ଯିବ

ବ୍ୟକ୍ତିଙ୍କୁ ଜୀବନରେ ସଫଳତା ମିଳିବ କି ନାହିଁ, ଏହି ସମସ୍ତ କଥା ତାଙ୍କ ରାଶିରୁ ଜଣା ପଡିଥାଏ । ଏହାସହ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜଣାଇ ଦେଇଥାଏ । ଆମ ନାମର ପ୍ରଥମ ଅକ୍ଷର ଆମ ବ୍ୟବହାର ସହ ଜୀବନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ସେଥିପାଇଁ ନାମ ଅନୁସାରେ ଜୀବନସାଥି ବାଛିବା ଦ୍ଵାରା ବ୍ୟକ୍ତି ସୁଖୀ ହୋଇଥାଏ । ଜ୍ଯୋତିଷ ଅନୁସାରେ ଆମେ ଆପଣଙ୍କୁ ତିନୋଟି ନାମର ଝିଅଙ୍କ ବିଷୟରେ କହିବୁ, ଯାହାଙ୍କୁ ବିବାହ କରିବା ଦ୍ଵାରା ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ଓ ଧନବାନ ହୋଇଥାନ୍ତି ।

୧- ‘R’ ନାମର ଝିଅମାନେ

ଇଂରାଜୀ ଅକ୍ଷର ‘R’ ରୁ ନାମ ଆରମ୍ଭ ହେଉଥିବା ଝିଅମାନଙ୍କୁ ଉଭୟ ହୃଦୟ ଏବଂ ମୁଖରୁ ଖୁବ ଭଲ ବୋଲି ବିବେଚନା କରାଯାଏ । ଭଲ ହୃଦୟ ଓ ଭଲ କଥାବାର୍ତ୍ତାରେ ଏମାନେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ଝିଅମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ଜୀବନସାଥିଙ୍କୁ ବହୁତ ପ୍ରେମ କରନ୍ତି ଓ ତାଙ୍କ ଖୁସି ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏମାନଙ୍କ ଯୋଗୁଁ ତାଙ୍କ ଜୀବନସାଥିଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳି ଯାଏ ବୋଲି କୁହାଯାଏ ।

୨- ‘S’ ନାମର ଝିଅମାନେ

‘S’ ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଦେଖିବାକୁ ଯେମିତି ସୁନ୍ଦରୀ ତାଙ୍କ ହୃଦୟ ଏବଂ କଥାବାର୍ତ୍ତା ମଧ୍ୟ ସେତିକି ସୁନ୍ଦର ହୋଇଥାଏ ବୋଲି କୁହାଯାଏ । ଏମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ଖୁବ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ଜୀବନସାଥିଙ୍କ ପ୍ରତି ବିଶ୍ଵସ୍ତ ରୁହନ୍ତି । ଏମାନେ କେବେ ମଧ୍ୟ ତାଙ୍କୁ ଧୋକା ଦିଅନ୍ତି ନାହିଁ ତାଙ୍କ ସହ ସବୁ କଥା ସେୟାର କରନ୍ତି । ଏହି ଝିଅମାନଙ୍କୁ ବିବାହ କରିବାକୁ କେବେ ମଧ୍ୟ ମନା କରନ୍ତୁ ନାହିଁ । ଆପଣଙ୍କ ଭାଗ୍ୟ ନିଶ୍ଚୟ ବଦଳି ଯିବ ।

୩- ‘P’ ନାମର ଝିଅମାନେ

‘P’ ଅକ୍ଷରରୁ ନାମ ହୋଇଥିବା ଝିଅମାନେ ଟିକେ ରାଗି ସ୍ଵଭାବର ହୋଇଥାନ୍ତି, କିନ୍ତୁ ଖୁବ ଶୀଘ୍ର ମାନି ଯାଆନ୍ତି ମଧ୍ୟ । ଏମାନଙ୍କଠାରୁ ଉତ୍ତମ ଜୀବନସାଥି ବହୁତ କଷ୍ଟରେ ମିଳିଥାଏ । ଏମାନେ ଜୀବନସାଥିଙ୍କୁ ନିଜ ଠାରୁ ମଧ୍ୟ ଅଧିକ ପ୍ରେମ କରନ୍ତି ଓ ଏମାନଙ୍କ ସଂକଳ୍ପ ମଧ୍ୟ ଖୁବ ମଜବୁତ ହୋଇଥାଏ । ଏମାନେ ଜୀବନ ସାଥିଙ୍କ ସହ ପରିବାର ଯତ୍ନ ମଧ୍ୟ ଖୁବ ଭଲଭାବେ ରଖନ୍ତି । ଏମାନେ ଠାରେ ଯାହା ପ୍ରତିଜ୍ଞା କରନ୍ତି ତାହା ନିଶ୍ଚୟ ପୂରଣ କରନ୍ତି ଓ ଜୀବନସାଥୀଙ୍କ ଖୁସି ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି । ସେଥିପାଇଁ କୁହାଯାଏ ଏହି ନାମର ଝିଅଙ୍କୁ କେବଳ ଭାଗ୍ୟଶାଳୀ ବ୍ୟକ୍ତି ହିଁ ପାଇଥାନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।