ମୁଠାଏ ହୋଲିକା ଦହନର ପାଉଁଶରେ କରନ୍ତୁ ଏହି ୫ଟି ଛୋଟ ଉପାୟ, ସଙ୍ଗେ ସଙ୍ଗେ ଦୂର ହୋଇଯିବ ସବୁ ସମସ୍ୟା, ଦେଖନ୍ତୁ କେମିତି କରିବେ

ହୋଲିର ପର୍ବ ପୁରା ଦେଶରେ ୨୦ ଏବଂ ୨୧ ମାର୍ଚରେ ବଡ ଧୁମଧାମରେ ପାଳନ କରାଯିବ । କୁହାଯାଏ କି ହୋଲିର ପର୍ବ ଶାନ୍ତି ଏବଂ ଖୁସିର ପର୍ବ ଅଟେ । ଏହି ଦିନରେ ସମସ୍ତେ ବହୁତ ମଜା ମସ୍ତି କରଥାନ୍ତି । ହୋଲିର ପର୍ବକୁ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ପାଳନ କରାଯାଏ । ସେଥିପାଇଁ ହୋଲି ଦିନ ନକାରାତ୍ମକ ଶକ୍ତି ଗୁଡିକ ଘରୁ ନିଶ୍ଚିତ ଦୂର କରିବା ଉଚିତ ।

ହୋଲିର ଠିକ ଗୋଟିଏ ଦିନେ ପୂର୍ବେ ହୋଲିକା ଦହନ ପାଳନ କରାଯାଏ । ଯାହାକି ଫାଲ୍ଗୁନ ମାସର ପୂର୍ଣିମା ଦିନ ପାଳନ କରାଯାଏ । ହୋଲିକା ଦହନର ପର ଦିନ ହିଁ ହୋଲି ଖେଳିବାର ପରମ୍ପରା ଅଛି । ଏମିତିରେ ହୋଲିକା ଦହନ ବହୁତ ଖାସ ହୋଇଥାଏ ଏବଂ କୁହାଯାଏ କି ହୋଲିକା ଦହନ ସମୟରେ ଯାହା ବି କିଛି ପ୍ରାର୍ଥନା କରାଯାଏ, ତାହା ସବୁ ନିଶ୍ଚିତ ପୂରଣ ହୋଇଥାଏ ।

ଦହନରେ ସମସ୍ତଙ୍କୁ ଭାଗ ନେବା ଉଚିତ ଏବଂ ତାହାର ପାଉଁଶକୁ ନିଜ ଘରକୁ ଆଣିବା ଉଚିତ, ଏହା ଦ୍ଵାରା ଆପଣଙ୍କ ଘରେ ଖୁସି ଆସିଥାଏ, ତେବେ ଚାଲନ୍ତୁ ଜାଣିବା କି ହୋଲିକା ଦହନର ପାଉଁଶ ଆପଣ ପାଇଁ କେମିତି ଲକି ହେବ ।

ନକାରାତ୍ମକ ଶକ୍ତି ହୋଇଥାଏ ଦୂର

କୁହାଯାଏ କି ହୋଲିକା ଦହନ ପରେ ଏକ ମୁଠା ପାଉଁଶ ଘରକୁ ଆଣିବା ଉଚିତ । ଏହା ପରେ ସେହି ପାଉଁଶକୁ ନେଇ ଘର ସାରା ବୁଲାଇବା ଉଚିତ । ଏହିଭଳି କରିବା ଦ୍ଵାରା ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ ।

ବୁଦ୍ଧି ବଢି ଥାଏ

ଜ୍ୟୋତିଷଙ୍କ ଅନୁସାରେ, ହୋଲିକା ଦହନ ପରେ ଥଣ୍ଡା ପାଉଁଶକୁ ନିଜ ମୁଣ୍ଡରେ ଚନ୍ଦନ ଭଳି ଲଗାଇବା ଉଚିତ, ଏହିଭଲି କରିବା ଦ୍ଵାରା ବ୍ୟକ୍ତିର ବୁଦ୍ଧି ବଢି ଥାଏ ।

ପିଲାମାନଙ୍କୁ ଲାଗି ନଥାଏ ନଜର

ଯଦି ଆପଣଙ୍କର ପିଲାମାନଙ୍କୁ ବାରମ୍ବାର ନଜର ଲାଗୁଛି ତେବେ ଆପଣ ଏହି ପାଉଁଶର ତାବିଜ କରି ନିଜର ପିଲାମାନଙ୍କୁ ପିନ୍ଧାଇ ଦିଅନ୍ତୁ । ଏହା କରିବା ଦ୍ଵାରା ପିଲାମାନଙ୍କୁ ନଜର ଲାଗି ନଥାଏ ।

ଦରିଦ୍ରତା ହୋଇଥାଏ ଦୂର

ଯଦି ଆପଣ ଦରିଦ୍ରତାରୁ ବଞ୍ଚିବାକୁ ଯାଉଛନ୍ତି, ତେବେ ସେହି ପାଉଁଶକୁ ଆଣି ଘରର କବାଟ ଉପରେ ଅଳ୍ପ ଅଳ୍ପ ପକାଇ ଦିଅନ୍ତୁ ।

ହୋଇ ନଥାଏ ଦୁର୍ଘଟଣା

ହୋଲିକା ଦହନ ପରେ ଗୋଟିଏ ମୁଠ୍ଠୀ ପାଉଁଶକୁ ଘରେ ଆଣି କୌଣସି କପଡ଼ାରେ ବାନ୍ଧି ଏକ ସୁରକ୍ଷିତ ଜାଗାରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ପରିବାରର କୌଣସି ସଦସ୍ୟ ଦୁର୍ଘଟଣା ଗ୍ରସ୍ତ ହେବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।