ରୁଷ ର ଗୋରୀ ମେମକୁ ହେଲା ପୋକରଣ ପୁଅ ସହିତ ପ୍ରେମ, ସାତ ସମୁଦ୍ର ପାରି ହୋଇ ଆସି ଭାରତୀୟ ପରମ୍ପରାରେ କଲେ ବିବାହ

ଆମ ସମସ୍ତଙ୍କ ଜୀବନରେ ପ୍ରେମ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ । ଆମ ସମସ୍ତଙ୍କୁ କେବେ ନା କେବେ କାହା ସହିତ ପ୍ରେମ ହୋଇଥାଏ । ଯେଉଁ ସମୟରେ ଏହି ଭାବନା ଆମ ମନରେ ଆସିଥାଏ ଆମେ ଏହା ଭରସା କରିବାକୁ ଲାଗିଥାଉ କି ଏହି ଗୋଟିଏ କଥା ଅଟେ ଯାହା ସତ ଅଟେ ବାକି ସବୁ କିଛି ମିଛ ଅଟେ । ପ୍ରେମ ହୋଇଗଲେ ମଣିଷ ନିଜର ସ୍ଵପ୍ନକୁ ଅନ୍ୟର ଭାବନା ସହିତ ଯୋଡି ଥାଏ ।

ପ୍ରେମ ଓ ଯୁଦ୍ଧରେ ସବୁ କିଛି ସମ୍ଭବ ଏହା ତ ଆପଣ ଶୁଣିଥିବେ । କିଛି ଲୋକ ଥାଆନ୍ତି ଯେଉଁମାନେ ପ୍ରେମ ରେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏହା ମଣିଷ ଦ୍ଵାରା ସବୁ କିଛି କରାଇପାରେ ଯାହାକୁ ଅନ୍ୟ କେହି କରାଇପାରେ ନାହିଁ । ଏମିତି ହିଁ କିଛି ହେଲା ରୁଷ ରେ ରହୁଥିବା ଗୋଟିଏ ଝିଅ ସହିତ ଯାହା ପାଇଁ ସେ କିଛି ବି ନ ଭାବି ସାତ ସମୁଦ୍ର ପାରି ହୋଇ ନିଜ ପ୍ରେମକୁ ବିବାହ କରିବାକୁ ଚାଲି ଆସିଲେ ।

ଭାରତୀୟ ପରମ୍ପରା ଅନୁସାରେ ହେଲା ବିବାହ

ପୋକରଣ ରେ ରହୁଥିବା ଶଶୀ କୁମାର ବ୍ୟାସଙ୍କର ବିବାହ ରୁଷରେ ରହୁଥିବା ଶ୍ଵେତଲାନାଙ୍କ ସହିତ ହୋଇଛି । ଶ୍ଵେତଲାନା ନିଜ ବିବାହ ପାଇଁ ରୁଷରୁ ନିଜର ମା-ବାପା, ଭାଇ-ଭାଉଜ ଓ ନିଜର ସାଙ୍ଗମାନଙ୍କୁ ସାଥିରେ ଆଣିଥିଲେ । ପୋକରଣ ଫୋର୍ଟ ରେ ଶ୍ଵେତଲାନାଙ୍କର ପରିଜନ ଆସି ରହିଥିଲେ । ଶ୍ଵେତଲାନା ହିନ୍ଦୁ ପରମ୍ପରା ସହିତ ବିବାହ କରିଛନ୍ତି ଓ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି । ଏହି ବିବାହ ପାଇଁ ଶଶୀ ବ୍ୟାସଙ୍କ ପରିବାର ବି ଉତ୍ସାହିତ ଅଛନ୍ତି । ବିବାହରେ ଆସିବା ପାଇଁ ଶଶୀ ନିଜର ସମସ୍ତ ପରିଜନଙ୍କୁ ଡାକିଥିଲେ ଓ ତା ସହିତ କାର୍ଡରେ ଶାଶୁ-ଶଶୁର ଓ ଶଶୁରଘର ଲୋକଙ୍କର ନାମ ଛାପିଥିଲେ ।

ମରୁ ମହୋତ୍ସବ ରେ ହୋଇଥିଲା ଦେଖା

ଜଣାଇ ଦେଉଛୁ ଶଶୀ 2017 ରେ ଜୈସଲମେର ରେ ଆୟୋଜିତ ହୋଇଥିବା ମରୁ ମହୋତ୍ସବରେ ଭାଗ ନେଇଥିଲେ ଯେଉଁଠି ସେ ମିଷ୍ଟର ଡେଜର୍ଟ ଭାବେ ସିଲେକ୍ଟ ହୋଇଥିଲେ । ସେଇଠି ଶଶିଙ୍କର ଶ୍ଵେତଲାନାଙ୍କ ସହିତ ଦେଖା ହୋଇଥିଲା । ଦୁଇଜଣଙ୍କର ମଧ୍ୟରେ ବନ୍ଧୁତା ହୋଇଥିଲା ଓ ଧୀରେ ଧୀରେ କଥା ପ୍ରେମରେ ପହଞ୍ଚି ଥିଲା । ଏହି କାରଣରୁ ଆଜି ଶ୍ଵେତଲାନା ଭାରତୀୟ ବୋହୁ ହୋଇଛନ୍ତି । ଦୁଇ ଜଣଙ୍କର ବିବାହ କାର୍ଯ୍ୟ ମଙ୍ଗଳବାର ଠାରୁ ଜୋର ଶୋରରେ ଆରମ୍ଭ ହୋଇ ଥିଲା । ସବୁଠୁ ପ୍ରଥମେ ଭଗବାନ ଗଣେଶଙ୍କର ପୂଜା ହେଲା ଓ ତା ପରେ ବିବାହ କର୍ମ ଆରମ୍ଭ ହେଲା । ବୁଧବାର ଦିନ ଦୁଇ ଜଣଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଯଦି ଆପଣଙ୍କୁ ଶଶୀ କୁମାର ଓ ଶ୍ଵେତଲାନାଙ୍କ ଏହି ସଫଳ ପ୍ରେମ କାହାଣୀ ଭଲ ଲାଗିଥାଏ ତେବେ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ପୋଷ୍ଟ ସବୁ ପାଇବା ପାଇଁ ଓଡିଆ ଫାଷ୍ଟ କୁ ଫଲୋ କରନ୍ତୁ ।