ହୋଲି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୬ ଟି ଜିନିଷ, ଏତେ ଟଙ୍କା ବର୍ଷିବ କି ସମ୍ଭାଳି ପାରିବେନି- Vastu Tips (Holi Special)

ପ୍ରାୟତଃ ଦେଖା ଯାଇଛି କି ଘରର ସବୁ ସଦସ୍ୟ ଆୟ କରିବା ସତ୍ବେ ବି ଘରେ ଟଙ୍କାର ସମସ୍ୟା ଦେଖାଯାଇଥାଏ । ପରିଶ୍ରମ କରିବା ସତ୍ବେ ବି ଘରର ଉନ୍ନତି ହୋଇ ନ ଥାଏ । ଏମିତିରେ ଏହି ସମସ୍ତ ସମସ୍ୟାର କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ ହୋଇପାରେ । ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ହିଁ ଟଙ୍କା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ।

ସ୍ଵାସ୍ତିକ ଚିହ୍ନ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର ହିଁ ଘରେ ସକାରତ୍ମକ ଊର୍ଜା ଆସିବାର ମାଧ୍ୟମ ହୋଇଥାଏ । ଏମିତିରେ ଘରର ମୁଖ୍ୟ ଦ୍ଵାରା ପରିଷ୍କାର ଓ ସଜ୍ଜିତ ହୋଇଥିବା ଦରକାର ।

ଏହା ସହିତ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ କବାଟର ଦୁଇ ପାର୍ଶ୍ଵରେ ନାଲି ସିନ୍ଦୁର ଦ୍ଵାରା ସ୍ଵାସ୍ତିକର ଚିହ୍ନ କରିବା ଉଚିତ । କାରଣ ଯେଉଁଠି ସ୍ଵାସ୍ତିକ ଥାଏ ସେଠି ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

କଇଁଛ

କଇଁଛକୁ ବାସ୍ତୁ ଶାସ୍ତ୍ରରେ ବହୁତ ମହତ୍ଵ ଦିଆଯାଇଛି । ସନାତନ ଧର୍ମ ଅନୁସାରେ କଇଁଛ ଶୁଭ ହୋଇଥାଏ । ଯଦି ଆପଣ ଜୀବିତ କଇଁଛକୁ ଘରେ ରଖି ପାରିବେ ନାହିଁ ତେବେ ଆପଣ ପଞ୍ଚଧାତୁ ଦ୍ଵାରା ନିର୍ମିତ କଇଁଛ ଓ ଯାହାର ପିଠି ଉପରେ କୁବେର ଯନ୍ତ୍ର ହୋଇଥିବା ସେହିଭଳି କଇଁଛକୁ ଘରର ଉତ୍ତର ଦିଗରେ ଘରର ଭିତର ଆଡକୁ ମୁହଁ କରି ରଖିବା ଦ୍ଵାରା ଧନର ଅଭାବ ରୁହେ ନାହିଁ । କଇଁଛକୁ ଗୋଟିଏ ପ୍ଳେଟରେ ପାଣି ଭିତରେ ରଖିବା ସବୁଠୁ ଭଲ ହୋଇଥାଏ ।

ପାଣି ପାତ୍ର

ଉତ୍ତର ଦିଗକୁ ଧନର ଦିଗ ବୋଲି କୁହାଯାଏ । ଯଦି ଏହି ଦିଗରେ ମାଠିରେ ପାଣି ଭର୍ତ୍ତି କରି ରଖାଯାଏ ତେବେ ଘରେ ଟଙ୍କା ସମ୍ବନ୍ଧିତ ସମସ୍ୟା ସମାପ୍ତ ହୋଇଯାଏ । ଧ୍ୟାନ ରଖନ୍ତୁ କି ଏହି ପାଣିକୁ କିଛି ସମୟ ଅନ୍ତରାଳରେ ପରିବର୍ତ୍ତନ କରନ୍ତୁ ଓ କେବେ ବି ମାଠିଆକୁ ଖାଲି ରଖନ୍ତୁ ନାହିଁ ।

ବାସ୍ତୁ ଦେବତାର ଫଟୋ

ବାସ୍ତୁ ଦୋଷକୁ ଦୂର କରିବାର ସବୁଠୁ ସରଲ ଉପାୟ ବାସ୍ତୁ ଦେବତାଙ୍କ ଫଟୋ ଅଟେ । ଯଦି ଘରେ ବାସ୍ତୁ ଦେବତାଙ୍କ ଫଟୋ ରଖୁଛନ୍ତି ତେବେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ ।

ଦୌଡୁଥିବା ଘୋଡା

ଯଦି ଘର କିମ୍ବା ଅଫିସର ଦକ୍ଷିଣ – ପୂର୍ବ ଦିଗରେ ଦୌଡୁଥିବା ୭ ଟି ନାଲି କିମ୍ବା କଳା ଘୋଡାର ଚିତ୍ର ଲଗାଇ ଦିଆଯାଏ ତେବେ ଘରେ ଧନର ଆଗମନ ହୋଇଥାଏ ।

ପିରାମିଡ

ବାସ୍ତୁ ଶାସ୍ତ୍ର ଅନୁସାରେ ପିରାମିଡରେ ଟଙ୍କାକୁ ଆକର୍ଷିତ କରିବାର ଅଦ୍ଭୁତ୍ତ ଶକ୍ତି ଅଛି । ଯେଉଁ ଘରେ କିମ୍ବା ଅଫିସରେ ପିରାମିଡ ଥାଏ ସେଠି ଅପାର ଧନର ପ୍ରାପ୍ତର ମାର୍ଗ ଖୋଲିଯାଏ । ଏହି ୬ ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷକୁ ଯଦି ଆପଣ ହୋଲି ପୂର୍ବରୁ ଘରକୁ ନେଇ ଆସୁଛନ୍ତି ତେବେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।