ହୋଲି ହେଲା କାଳ, ହାତରୁ ଲିଭିନି ମେହେନ୍ଦୀ, ଲିଭିଗଲା ମଥାର ସିନ୍ଦୁର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜୀବନ ବେଳେବେଳେ ଅଳିକ ଲାଗିଥାଏ । ଆମ ଜୀବନରେ ହଠାତ ଏଭଳି ଘଟଣା ଘଟିଥାଏ ଯାହା ଆମ ଜୀବନ ପଥକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେଇଥାଏ । ଏଭଳି ଘଟଣା କେବେବି କୌଣସି ବ୍ୟକ୍ତି ସହିତ ନ ଘଟୁ । ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଏହି ନବ ବିବାହିତା ଦମ୍ପତ୍ତି ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ଏହି ନବ ବିବାହିତା ଯୋଡି ବିବାହ ବନ୍ଧନରେ ବା-ନ୍ଧି ହୋଇଥିଲେ ଏବଂ ନୂଆ ନୂଆ ନିଜର ସଂସାର ଗଢ଼ିଥିଲେ ।

ଏହି ଫଟୋ ରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ମ୍ୟୁନିସିପାଲଟି କଲୋନୀ ରେ ରହୁଥିବା ସମୀର ରଞ୍ଜନ ପ୍ରଧାନ ଏବଂ ତାଙ୍କ ନବ ବିବାହିତା ପତ୍ନୀ । ବନ୍ଧୁଗଣ ଏମାନଙ୍କ ଜୀବନରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହାକୁ ଆପଣ ଜାଣିବା ଦ୍ବାରା ଆପଣଙ୍କ ଆଖି ରେ ମଧ୍ୟ ଲୁହ ଆସିଯିବ । ଏମାନଙ୍କ ଜୀବନରେ ଘଟିଥିବା ଏହି ଘଟଣା ଏମାନଙ୍କ ସମ୍ପୂର୍ଣ୍ଣ ଜୀବନ ର ଗତିବିଧି କୁ ଓଲଟାଇ ଦେଇଥିଲା ।

ବଲାଙ୍ଗୀର ଜିଲ୍ଲାରେ ସିଭିଲ କୋର୍ଟ ରେ କିରାଣୀ ଭାବରେ ଚାକିରୀ କରୁଥିବା ସମୀର ରଞ୍ଜନ ମାତ୍ର ଏକ ମାସ ତଳେ ବିବାହ କରିଥିଲେ । ଏହି ବର୍ଷର ହୋଲି ଥିଲା ବିବାହ ପରେ ତାଙ୍କର ପ୍ରଥମ ହୋଲି । କିନ୍ତୁ ଏହି ବର୍ଷ ର ହୋଲି ତାଙ୍କ ଜୀବନ କୁ ରଙ୍ଗୀନ କରିବା ବଦଳରେ ତାଙ୍କର ପୁରା ଜୀବନ ନେଇଗଲା ।

ଗତକାଲି ହୋଲି ଖେଳି ସାରିବା ପରେ ସମୀର ନିଜ ସାଙ୍ଗ ମାନଙ୍କ ସହିତ ଭୋଜି କରିବା ପାଇଁ ଦେଓଗାଁ ଥାନା ଶିବତଳା ଗାଁ ହରଗୌରୀ ମନ୍ଦିର ନିକଟକୁ ଯାଇଥିଲେ । ସେଠାରେ ଥିବା ପୋଖରୀ ରେ ଗାଧୋଉଥିବା ସମୟରେ ହଠାତ ଘଟିଲା ଅ-ଘ-ଟ-ଣ । ପାଣିରେ ବୁଡିଯାଇ ସମୀର ଙ୍କ ମୃ-ତ୍ୟୁ ହୋଇଥିଲା ବୋଲି ତାଙ୍କ ସାଙ୍ଗ ମାନେ କହିଛନ୍ତି । ବ୍ୟ-ବ-ଚ୍ଛେ-ଦ ପରେ ବିଳମ୍ବ ରାତିରେ ଶ-ବ ସତ୍କାର କରା ଯାଇଥିଲା ।

ସମୀର ଥିଲେ ତାଙ୍କ ଘରର ଏକ ମାତ୍ର ପୁଅ । କୋର୍ଟ ରେ କାମ କରୁଥିଲେ ମଧ୍ୟ ଅନେକ ସାମାଜିକ କାର୍ଯ୍ୟ ରେ ସେ ନିଜକୁ ନିୟୋଜିତ କରୁଥିଲେ । ବିଶେଷ କରି ରକ୍ତଦାନ କ୍ଷେତ୍ରରେ ତାଙ୍କୁ ସମସ୍ତେ ଜାଣିଥିଲେ । ଏକ ମାତ୍ର ପୁଅ କୁ ହରାଇ ବାପା ମାଆ ଭାଙ୍ଗି ପଡିବା ତ ସ୍ୱାଭାବିକ । କିନ୍ତୁ ମାତ୍ର ଏକ ମାସ ପୂର୍ବରୁ ବିବାହ କରି ନିଜ ସ୍ୱାମୀ ଙ୍କୁ ହରାଇ ଥିବା ତାଙ୍କ ପତ୍ନୀ ଙ୍କ ମୁଣ୍ଡ ରେ ଚଡକ ପଡ଼ିଛି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ