ହୋଇଗଲା 4 ମା’ଙ୍କ କୋଳଶୂନ୍ୟ, ଏକା ସାଙ୍ଗରେ ଚାଲିଗଲା 4 ମା’ଙ୍କ 4 ପୁଅ ।

4 ମା ର 4 ପୁଅ ସବୁ ଆଜି ସାଙ୍ଗ ହୋଇ ଆରପାରିକୁ ଚାଲି ଯାଇଛନ୍ତି । ମା କହୁଛି କୁଆଡେ ଗଲୁ ରେ ମୋର ଲବଣୀ ଚୋରା ମୋ ଲବଣୀ କୁ ଆଉ କିଏ ଖାଇବ । ମୁଁ ଆଉ କାହା ମୁହଁ କୁ ଚାହିଁ ବଞ୍ଚିବି ରେ । ତୁ କେମିତି ତୋ ମା କୁ ଛାଡିକି ଚାଲିଗଲୁ । ଆଉ କେଉଁ ମା କହୁଛି ମୋ ରାଜକୁମାର କୁ କିଏ ଛଡାଇ ନେଲା । ମୋ ପାଖକୁ ରାଜକୁମାର କୁ କେହି ଆଣି ଦିଅ ଲୋ । ହଁ ଦର୍ଶକ ବନ୍ଧୁ ଏମିତି କିଛି ଛାତିଥରା ଦ୍ରୁଶ୍ଯ ଦେଖିବାକୁ ମିଳିଛି କ୍ୟାପିଟାଲ ମେଡିକାଲ ପରିସର ରେ ।

ଯେଉଁ ପୁଅକୁ ପାଳି ପୋଷୀ ବଡ କରିଥିଲେ ଗୋଟେ ପୁଅ କୁ ଜନ୍ମ କରି ତାରି ମୁହଁ କୁ ଚାହିଁ ବଞ୍ଚିଥିଲେ । ଆଉ ଭାବି ଥିଲେ ବଡ ହେଲେ ସେମାନେ ବାପା ମା ର ସାହାରା ପାଲଟିବେ । ସେହି ପୁଅ ମାନେ ଆଜି ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ସବୁ କିଛି ଆଜି ଅଧା ଅଧୁରା ରହି ଯାଇଛି । 4 ପୁଅ ଆଜି ସବୁ ଦିନ ପାଇଁ କୁଆଖାଇ ନଦୀ ରେ ବୁଡି ପ୍ରାଣ ହରାଇଛନ୍ତି ।

4 ମା ଙ୍କର ଆଜି ଏକ ସହ କୋଳଶୂନ୍ୟ ହୋଇ ଯାଇଛି । ସେମାନେ ସେମାନଙ୍କ ପୁଅକୁ ଆଜି ହରାଇ କୋଳଶୂନ୍ୟ ହୋଇ ଯାଇଛନ୍ତି । 4 ମା ଙ୍କୁ ଛାଡି ଚାଲି ଯାଇଛନ୍ତି 4 ଭେଣ୍ଡିଆ ପୁଅ । ସେଥିରୁ 3 ଆ ଙ୍କର ଗୋଟେ ଲେଖାଏର ପୁଅ ହୋଇଥିବା ବେଳେ ଗୋଟେ ମା ଙ୍କର ହେଉଛନ୍ତି ଦୁଇଟି ଉଅ । ମୃତକ ମାନେ ହେଉଛନ୍ତି ବାଲେଶ୍ଵର ର ରୋହିତ ପରିଡା, କଟକ ର ଅଭିନାଶ କୁମାର, ଜାମସେଦପୁର ର ଆରୟଣ କୁମାର ଓ ଅଟକ ର ପ୍ରତିଗଦଳ ସାମନ୍ତ ।

ଏମାନେ ସବୁ ହେଉଛନ୍ତି MBA ଛାତ୍ର । ଗୋଟେ କଲେଜ ରେ ସାଙ୍ଗ ହୋଇ ପାଠ ପଢୁ ଥିଲେ । କଲେଜ ରୁ ଛୁଟି ନେଇ 4 ସାଙ୍ଗ ଭୋଜି ଖାଇବାକୁ ଆସିଥିଲେ । କୁଆଖାଇ ରେ ମଜା ମସ୍ତି କରି ଭୋଜି କରି କଲେଜ କୁ ଫେରି ଯାଇଥାନ୍ତେ । କିନ୍ତୁ ନଦୀ ଗାଧୁଆ ସେମାନଙ୍କ ପାଇଁ କାଳ ସାଜିଲା । ଏ କଥା କିଏ ବା ଜାଣିଥିଲା ।

କୁଆଖାଇ ନଦୀ ରେ ବଡ ଗଣ୍ଡ ଥିବାରୁ ସେଥିରେ ବୁଡି ଯାଇଥିଲେ 4 ସାଙ୍ଗ । ଆଖ ପାଖରେ କେହି ନ ଥିବାରୁ ଆଞ୍ଚିବାକୁ କେହି ବିଅ ଆସି ନ ଥିଲେ । ଯାହା ପରେ ଘଟଣା ସ୍ଥଳରେ 4 ସାଙ୍ଗଙ୍କର ଅକାଳ ମୃତ୍ୟୁ ହୋଇ ଯାଇଥିଲା । ଆଉ ଏ ହେଉଛନ୍ତି 4 ପୁଅ ମାନଙ୍କର ମା ମାନଙ୍କର କରୁଣ କାନ୍ଦ ଯାହାକୁ ଦେଖିଲେ ଆଖି ରେ ଲୁହ ରହିବ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।